୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ

ନୂଆଦିଲ୍ଲୀ,୨୩।୮:ଘରୋଇ ବଜାରରେ ବର୍ତ୍ତମାନ ଋଣ ବଣ୍ଟନ ଓ ପ୍ରଦାନକୁ ନେଇ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକ ପ୍ରତିଯୋଗିତାମୂଳକ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ଦେଶର ପ୍ରମୁଖ ଡିଜିଟାଲ ଆର୍ଥିକ ନେଣଦେଣକାରୀ ସଂସ୍ଥା ଭାରତ ପେ ମଧ୍ୟ ତା’ର ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ଡିଜିଟାଲ ପ୍ଲାଟ୍‌ଫର୍ମ ଜରିଆରେ ସୁରକ୍ଷିତ ଋଣ ସୁବିଧା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏପରିକି ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତା’ର ବିଦ୍ୟମାନ ଗ୍ରାହକଙ୍କୁ ଋଣ ଦେବ। ଏହା ବ୍ୟତୀତ କମ୍ପାନି ଭୋଲଟ ମନି ସହଭାଗିତାରେ ରଣ ସୁବିଧା ଯୋଗାଇଦେବ ଏବଂ ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ସୁବିଧା ପାଇଁ ଭୋଲଟ ମନି ସହିତ ସହଭାଗିତା ମଧ୍ୟ କରିଛି। ସେହିଭଳି କମ୍ପାନୀ ତା’ର ବହୁମୁଖୀ ଉପତ୍ାଦର ପ୍ରସାର ଓ ମଲ୍‌ଟି ଲେଣ୍ଡର ସୁବିଧାକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସାରିତ କରିବ। ଉଭୟ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ଭାରତ ପେ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ ଏବଂ କମ୍ପାନୀ ପକ୍ଷରୁ ତା’ର ମର୍ଚ୍ଚାଣ୍ଟଙ୍କ ଲାଗି ବହୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ପ୍ଲାଟ୍‌ଫମ ଜରିଆରେ ରଖାଯାଇଛି। ଭାରତ ପେ ମର୍ଚ୍ଚାଣ୍ଟ ବର୍ତ୍ତମାନ ପ୍ରତିଯୋଗିତାମୂଳକ ସୁଧ ହାରରେ ଦୁଇଚକିଆ ଯାନ ଲାଗି ୨.୫ ଲକ୍ଷ ଋଣ ପ୍ରଦାନ କରିବ। ଏପରିକି ଋଣ ଆବେଦନ ପ୍ରକ୍ରିୟା ୧୦୦% ଡିଜିଟାଲ ଓ ଏହାର ପରିଶୋଧକୁ ୧୨ ରୁ ୪୮ମାସ ମଧ୍ୟରେ ପ୍ରଦାନ ଲାଗି ମର୍ଚ୍ଚାଣ୍ଟମାନେ ମଧ୍ୟ ବାଛିପାରିବେ। ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ପାଇଁ ଭାରତ ପେ’ର ମର୍ଚ୍ଚାଣ୍ଟମାନେ ଏଥିପାଇଁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିପାରିବେ।
ଏ ସମ୍ପର୍କରେ ଭାରତ ପେ’ର ସିଇଓ ନଳୀନ ନେଗୀ କହିଛନ୍ତି, ମର୍ଚ୍ଚାଣ୍ଟଙ୍କୁ ନୂଆ ନୂଆ ସୁଯୋଗ ପ୍ରଦାନ ଲାଗି ୨୦୧୮ରେ ଭାରତ ପେ ଆରମ୍ଭ ହୋଇଥିଲା। ଗତ କିଛି ବର୍ଷ ମଧ୍ୟରେ ଆମେ ଆମ କାର୍ଯ୍ୟ ପରିସରରେ ଯଥେଷ୍ଟ ଉନ୍ନତି କରିଛୁ। ଏପରିକି ୫ ବର୍ଷ ମଧ୍ୟରେ ୧୫,୦୦୦ କୋଟିରୁ ଅଧିକ ଋଣ ବିତରଣ କରିଛୁ। ଓଟିଓ କ୍ୟାପିଟାଲ ଓ ଭୋଲଟ ମନିକୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି, ଯିଏ କି ଆମ ସହିତ ହାତ ମିଳାଇ ଆମର ୧.୩କୋଟିରୁ ଅଧିକ ମର୍ଚ୍ଚାଣ୍ଟ ପାର୍ଟନରଙ୍କ ପାଇଁ ଋଣ ସୁବିଧାକୁ ପ୍ରସାରିତ କରିଛନ୍ତି। ଏହାଦ୍ୱାରା ଏକ ବ୍ୟାପକ ଋଣ ପୋର୍ଟଫୋଲିଓ ସୃଷ୍ଟିହେବ। ଏହି ମାସ ଋଣ ବର୍ଗରେ ଆମେ ବହୁ ସୁରକ୍ଷିତ ଋଣ ବୈଶିଷ୍ଟ୍ୟ ଯୋଗକରିଛୁ। ଆଗାମୀ ମାସଗୁଡ଼ିକରେ ଆମେ ନିଜର ମର୍ଚ୍ଚାଣ୍ଟ ସହଭାଗୀଙ୍କୁ ଅଧିକ ସଶକ୍ତ କରିବାକୁ ଆଶାବାଦୀ ରହିଛୁ।
ଓଟିଓ କ୍ୟାପିଟାଲର ସିଇଓ ସୁମିତ ଚାଜେଡ୍‌ କହିଛନ୍ତି, ଗତିଶୀଳତା ଦ୍ୱାରା ଜୀବନରେ ପରିବର୍ତ୍ତନ ଆସିଥାଏ। ଏପରିକି ଆମେ ଆମର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ମିଳିତ ଭାବେ ସହଭାଗିତା ଜରିଆରେ ଭାରତର ଔଦ୍ୟୋଗିକତା ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି,ଭାରତରେ ଆଶାୟୀ ବ୍ୟକ୍ତିଙ୍କୁ ସୁବିଧାରେ ଦୁଇଚକିଆ ଯାନ ଋଣ ଉପଲବ୍ଧ କରାଇବା।
ଭୋଲଟ ମନିର କୋ-ଫାଉଣ୍ଡର ତଥା ସିବିଓ ଭାରତ ଲାମ୍ବା କହିଛନ୍ତି, ଭାରତ ପେ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ କମ୍ପାନୀ ଭାବେ ଆମେ ଭାରତ ପେ ଅଭିଯାନ ସହ ମିଶି ଭାରତୀୟ ମର୍ଚ୍ଚାଣ୍ଟଙ୍କ ଲାଗି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦିଗରେ ପ୍ରୟାସ ଜାରି ରଖିବୁ।
ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତୁରନ୍ତ ଋଣ ପ୍ରଦାନ ଲାଗି ଆମେ ଶର୍ଟଟର୍ମ ଲିକ୍ୟୁଡିଟି ଓ ଏମ୍‌ଏସ୍‌ଏମ୍‌ଇର କାର୍ଯ୍ୟକାରୀ ଆବଶ୍ୟକୀୟ ପୁଞ୍ଜି ବ୍ୟବସ୍ଥା କରିବୁ। ଆମର ଏହି ସହଯୋଗ ଭାରତ ପେର ବ୍ୟାପକ ମର୍ଚ୍ଚାଣ୍ଟଙ୍କ ସୁବିଧା ପାଇଁ ସହାୟତା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?