୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌

ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌ ହୋଇ ଯାଇଛି। ଭାରତ ଏବଂ ବାଂଲାଦେଶ ଭଳି ଦେଶରେ ୭୦ କୋଟି ପିଲା ସ୍କୁଲକୁ ଯାଇପାରୁ ନାହାଁନ୍ତି। ପିଲାଙ୍କ ପାଠପଢ଼ା କ୍ଷତିକୁ କିଭଳି ଭରଣା କରାଯିବ ସେନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍କୁଲ ବନ୍ଦ ଯୋଗୁ ଅଧିକ ଗରିବ ପିଲା କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଳିକାଙ୍କ ସଂଖ୍ୟା ଅଧିକ ରହିଛି। ବ୍ରିଟେନ୍‌ରେ ସେପ୍ଟେମ୍ବରଠାରୁ ସ୍କୁଲ ଖୋଲାଯିବା ଲାଗି ଯୋଜନା କରାଯାଇଛି। ବ୍ରିଟେନ୍‌ ସରକାର ସ୍କୁଲ ପିଲାଙ୍କ ପାଇଁ ୩୨୨୦ କୋଟି ଟଙ୍କା ନ୍ୟାଶନାଲ ଟ୍ୟୁଟରିଙ୍ଗ୍‌ ପ୍ରୋଗ୍ରାମ୍‌ର ଶୁଭାରମ୍ଭ କରିଛନ୍ତି। ଆମେରିକା ସରକାର ସ୍କୁଲ ଖୋଲିବା ନେଇ ମଧ୍ୟ ଯୋଜନା କରୁଛନ୍ତି। ତେବେ ସ୍କୁଲ ପିଲା ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ମାର୍ଗଦର୍ଶିକାକୁ କେତେକ ଦୂର ପାଳନ କରିପାରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାରତରେ ୩୩ କୋଟି ପିଲା ସ୍କୁଲ ନ ଯାଇପାରି ଘରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦.୩ ପ୍ରତିଶତ ସ୍କୁଲ ପିଲା ଅନ୍‌ ଲାଇନ୍‌ କ୍ଲାସ୍‌ କରିପାରୁଛନ୍ତି। ଅପରପକ୍ଷରେ ଅନ୍ୟ ପିଲାମାନେ ଲକ୍‌ଡାଉନ୍‌ରେ କିଭଳି ପାଠ ପଢ଼ିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର ରଚିଥିଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌, ୨୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏନେଇ ସାରା ବିଶ୍ୱରେ ସମାଲୋଚନା ହେବାରେ...

‘୧୪ରେ ଲକ୍‌ଡାଉନ୍‌ ହଟାଇବା ଅସମ୍ଭବ’

ନୂଆଦିଲ୍ଲୀ,୯ା୪: ସମ୍ପ୍ରତି ଭାରତରେ ସୋସିଆଲ ଏମର୍ଜେନ୍ସି ବା ‘ସାମାଜିକ ଜରୁରୀ ପରିସ୍ଥିତି’ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏହି ଘାତକ...

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ...

କରୋନା ଯୁଦ୍ଧରେ ଭାରତ ଆଗରେ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୭।୪: ଭାରତ କରୋନା ଯୁଦ୍ଧରେ ଆଗରେ ରହିଛି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ କହିଛନ୍ତି...

ହାର୍ଟ ଆଟାକରେ ବଢୁଛି ମୃତ୍ୟୁ ସଂଖ୍ୟା, ଡାକ୍ତର କହିଲେ କରୋନା ସହ ରହିଛି ସମ୍ପର୍କ…

ନୂଆଦିଲ୍ଲୀ,୧୮।୧୨ : ସମ୍ପ୍ରତି ଦେଶରେ ହଠାତ ହାର୍ଟ ଆଟାକରେ ଅନେକ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। କେତେବେଳେ ପାର୍ଟିରେ ନାଚିବା ବେଳେ, ବେଳେବେଳେ ଖେଳିବା ସମୟରେ,...

ସେପ୍ଟେମ୍ବରରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍‌ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ...

ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୧୮ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୪: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୭୧୮ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ...

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଗୁରୁବାର ୩୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା...

Advertisement
Archives

Model This Week