୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌

ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌ ହୋଇ ଯାଇଛି। ଭାରତ ଏବଂ ବାଂଲାଦେଶ ଭଳି ଦେଶରେ ୭୦ କୋଟି ପିଲା ସ୍କୁଲକୁ ଯାଇପାରୁ ନାହାଁନ୍ତି। ପିଲାଙ୍କ ପାଠପଢ଼ା କ୍ଷତିକୁ କିଭଳି ଭରଣା କରାଯିବ ସେନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍କୁଲ ବନ୍ଦ ଯୋଗୁ ଅଧିକ ଗରିବ ପିଲା କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଳିକାଙ୍କ ସଂଖ୍ୟା ଅଧିକ ରହିଛି। ବ୍ରିଟେନ୍‌ରେ ସେପ୍ଟେମ୍ବରଠାରୁ ସ୍କୁଲ ଖୋଲାଯିବା ଲାଗି ଯୋଜନା କରାଯାଇଛି। ବ୍ରିଟେନ୍‌ ସରକାର ସ୍କୁଲ ପିଲାଙ୍କ ପାଇଁ ୩୨୨୦ କୋଟି ଟଙ୍କା ନ୍ୟାଶନାଲ ଟ୍ୟୁଟରିଙ୍ଗ୍‌ ପ୍ରୋଗ୍ରାମ୍‌ର ଶୁଭାରମ୍ଭ କରିଛନ୍ତି। ଆମେରିକା ସରକାର ସ୍କୁଲ ଖୋଲିବା ନେଇ ମଧ୍ୟ ଯୋଜନା କରୁଛନ୍ତି। ତେବେ ସ୍କୁଲ ପିଲା ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ମାର୍ଗଦର୍ଶିକାକୁ କେତେକ ଦୂର ପାଳନ କରିପାରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାରତରେ ୩୩ କୋଟି ପିଲା ସ୍କୁଲ ନ ଯାଇପାରି ଘରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦.୩ ପ୍ରତିଶତ ସ୍କୁଲ ପିଲା ଅନ୍‌ ଲାଇନ୍‌ କ୍ଲାସ୍‌ କରିପାରୁଛନ୍ତି। ଅପରପକ୍ଷରେ ଅନ୍ୟ ପିଲାମାନେ ଲକ୍‌ଡାଉନ୍‌ରେ କିଭଳି ପାଠ ପଢ଼ିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri