ସ୍ବାସ୍ଥ୍ୟସେବାରେ ଉତ୍କର୍ଷର ୧୫ ବର୍ଷ

ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅଶ୍ୱିନୀ ହସ୍ପିଟାଲକୁ ୧୫ ବର୍ଷ ପୂରିଛି। ୫୦ ଶଯ୍ୟାରେ ୩ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ହସ୍ପିଟାଲ ଏବେ ୩୫୦ ଶଯ୍ୟାରେ ପହଞ୍ଚତ୍ଛି। ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍‌ରେ ମୁଖ୍ୟ ଚିକିତ୍ସାଳୟ, ଅଶ୍ୱିନୀ ଟ୍ରମା ସେଣ୍ଟର ଏବଂ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ସମେତ ଅଶ୍ୱିନୀ ନର୍ସିଂ ସ୍କୁଲ ଓ କଲେଜ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ବଡ଼ କର୍ପୋରେଟ ଶିଳ୍ପାଞ୍ଚଳଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସଂସ୍ଥାମାନ ମଧ୍ୟ ଚାଲିଛି। ସ୍ବାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ପ୍ରାଥମିକ ତଥା ତୃତୀୟସ୍ତରୀୟ ଚିକିତ୍ସା ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍‌ ଅଧୀନରେ ରହିଛି। ଏହି ୧୫ ବର୍ଷର ଯାତ୍ରା ଚ୍ୟାଲେଞ୍ଜିଂ ହୋଇଥିଲେ ବି ସନ୍ତୋଷଜନକ ବୋଲି କୁହନ୍ତି ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍ସ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ସୁବ୍ରତ କୁମାର ଜେନା।

ହସ୍ପିଟାଲର ସ୍ବତନ୍ତ୍ରତା କ’ଣ ?
ଏକ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭାବେ ଅଶ୍ୱିନୀ ହସ୍ପିଟାଲରେ ପ୍ରାୟ ସବୁ ପ୍ରକାର ଚିକିତ୍ସା ଉପଲବ୍ଧ। ସ୍ବତନ୍ତ୍ର ବ୍ୟବସ୍ଥା କହିଲେ ଏଠାରେ ରହିଛି ସ୍ନାୟୁ ଚିକିତ୍ସା, ହୃଦବକ୍ଷଶଲ୍ୟ ଚିକିତ୍ସା, ଟ୍ରମା କେୟାର, ପଲମୋନାରି ଏବଂ କ୍ରିଟିକାଲ କେୟାର ବିଭାଗ। ନିକଟରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ ସେଣ୍ଟର ଅଫ ଏକ୍ସଲେନ୍ସ ମାନ୍ୟତା ପାଇଛି।

ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଣରେ ହସ୍ପିଟାଲ କେମିତି କାମ କରୁଛି ?
ଘରୋଇ ସ୍ବାସ୍ଥ୍ୟସେବା ସରକାରୀ ସ୍ବାସ୍ଥ୍ୟସେବା ତୁଳନାରେ ମହଙ୍ଗା ହେବା ସ୍ବାଭାବିକ। କାରଣ ସମସ୍ତ ବ୍ୟବସ୍ଥା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅର୍ଥ ବିନିଯୋଗ କରିବାକୁ ପଡ଼େ। ସରକାରଙ୍କ ତରଫରୁ ଘରୋଇ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ସ୍ବତନ୍ତ୍ର ରିହାତି ମିଳିଲେ ଘରୋଇ ସ୍ବାସ୍ଥ୍ୟସେବାକୁ ସୁଲଭ କରାଯାଇପାରିବ। ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍‌ର ୩ଟି ପ୍ରଧାନ ହସ୍ପିଟାଲରେ ଇଏସ୍‌ଆଇ, ସିଜିଏଚ୍‌ଏସ୍‌ ଏବଂ ବିଏସ୍‌କେୱାଇ ଲାଗୁ ହୋଇଛି। ତେଣୁ ଗରିବ ତଥା ସ୍ବଳ୍ପ ଆୟକାରୀ ବର୍ଗର ଲୋକଙ୍କ ପାଇଁ ଏଠାରେ ମାଗଣା ସ୍ବାସ୍ଥ୍ୟସେବା ସରକାର ବନ୍ଦୋବସ୍ତ କରିଛନ୍ତି।

କ୍ଷେତ୍ର ଲାଗି ସରକାରଙ୍କଠାରୁ କେମିତି ସହାୟତା ରହିଛି ?
ସରକାରଙ୍କ ସାହାଯ୍ୟ ଓ ପ୍ରୋତ୍ସାହନ ନ ମିଳିଲେ କୌଣସି ସଂସ୍ଥା ସୁଚାରୁ ରୂପେ ଚାଲିପାରିବ ନାହିଁ। ଆମେ କେତୋଟି ଗୋଷ୍ଠୀ ସ୍ବାସ୍ଥ୍ୟ ସମସ୍ୟା ହାତକୁ ନେଇଛୁ। ନିଃଶୁଳ୍କ ଗ୍ରହଣଖଣ୍ଡିଆ ରୋଗୀଙ୍କ ଚିକିତ୍ସା, ରାସ୍ତା ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟାର ନିଃଶୁଳ୍କ ଚିକିତ୍ସା, କୋଭିଡ୍‌ ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ଚିକିତ୍ସା ଓ ନିଦାନ ସରକାରଙ୍କ ଦ୍ୱାରା ଆମ ହସ୍ପିଟାଲରେ ସମ୍ଭବ ହୋଇଛି। ଏହିଭଳି ଅନେକ ଜରୁରିକାଳୀନ ତଥା ବ୍ୟୟବହୁଳ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ମିଳିଲେ ଅଧିକ ଉତ୍ସାହର ସହିତ ସେବା ଯୋଗାଇଦେବାକୁ ସକ୍ଷମ ହେବୁ।

ମହାମାରୀ ସମୟରେ ହସ୍ପିଟାଲ ସେବା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ କିପରି ଥିଲା ?
ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍‌ର ୩ଟି ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ସରକାରଙ୍କ ସହାୟତାରେ ଚାଲିଥିଲା। ଆମେ ମୋଟ ଉପରେ ୪,୫୦୦ କମ୍ପ୍ଲିକେଟେଡ୍‌ କୋଭିଡ୍‌ କେସ୍‌ର ଚିକିତ୍ସା କରିଛୁ। ଆମ ସେବା ପ୍ରଣାଳୀକୁ ଡବ୍ଲ୍ୟୁଏଚ୍‌ଓ ଏବଂ ୟୁନେସ୍କୋ ଭଳି ବିଶ୍ୱସ୍ତରୀୟ ସଂସ୍ଥା ସର୍ବୋତ୍କୃଷ୍ଟ ବୋଲି ବିବେଚନା କରିଛନ୍ତି। ସ୍ବାସ୍ଥ୍ୟସେବା ସଂଲଗ୍ନ ଯେକୌଣସି ସମସ୍ୟାକୁ ସୁଚାରୁ ରୂପେ ସମାଧାନ କରିବା ଦକ୍ଷତାକୁ କରୋନା ଚିକିତ୍ସା କରି ଆମେ ପ୍ରତିପାଦିତ କରିଛୁ।

ଯୋଜନା ସବୁ କ’ଣ ରହିଛି ?
କ୍ରମବର୍ଦ୍ଧିଷ୍ଣୁ ଶ୍ୱାସରୋଗଜନିତ ଭୟକୁ ଆଖିରେ ରଖି ଅଶ୍ୱିନୀ ହସ୍ପିଟାଲ ଗ୍ରୁପ ଭୁବନେଶ୍ୱରଠାରେ ଅଶ୍ୱିନୀ ଲଗ୍‌ସ ଇନ୍‌ଷ୍ଟିଚ୍ୟୁଟ ପ୍ରତିଷ୍ଠା କରିଛି। ଭାରତରେ ଶ୍ୱାସଜନିତ ରୋଗ ତୃତୀୟ ଘାତକ ରୋଗ ରୂପେ ବିବେଚିତ ହୋଇଛି। ତେଣୁ ଅଶ୍ୱିନୀ ଲଗ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ସବୁପ୍ରକାର ଶ୍ୱାସ ରୋଗର ପରୀକ୍ଷା ନିରୀକ୍ଷା ତଥା ଚିକିତ୍ସା ପାଇଁ ସମର୍ପିତ। ଏଠାରେ କୋଭିଡ୍‌ ବିଷୟରେ ସବୁଠାରୁ ଅଭିଜ୍ଞ ଡାକ୍ତରମାନେ ନିୟୋଜିତ ହୋଇଛନ୍ତି।

ଆସୁଥିବା ଚ୍ୟାଲେଞ୍ଜ ନେଇ କିପରି ପ୍ରସ୍ତୁତ ହେବା?
ସାଧାରଣ କ୍ଷେତ୍ରରେ ସ୍ବଚ୍ଛତା, ସାମାଜିକ ଦୂରତ୍ୱ, ହାତ ଧୋଇବା, ମାସ୍କ ପିନ୍ଧିବା ଭଳି ସାଧାରଣ ସ୍ବାସ୍ଥ୍ୟ ରକ୍ଷା ନିୟମ ପାଳନ କଲେ ଭୟଙ୍କର ରୋଗଗୁଡ଼ିକରୁ ମୁକ୍ତି ମିଳିବ। ଏହା ହେଉଛି କରୋନା ମହାମାରୀର ବଡ଼ ଶିକ୍ଷା। ଆଗକୁ ଆସୁଥିବା ଏଭଳି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିପତ୍ତିକୁ ସାମ୍ନା କରିବା ପାଇଁ ଆମର ତଥା ସରକାରଙ୍କ କର୍ତ୍ତବ୍ୟ ରହିଛି। ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ସରକାରୀ ତଥା ବେସରକାରୀ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକର ମିଳିତ ପ୍ରଚେଷ୍ଟା ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ ଉନ୍ନତି ନିମିତ୍ତ ଆବଶ୍ୟକ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ୍‌ ଆଉ ଥରେ କରୋନା ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri