ସୂଚନା ଅଧିକାର ତଥ୍ୟ ପାଇଁ ୧୫ ହଜାର ଟଙ୍କା

ନାଉଗଁା,୨୪ା୧(ସ୍ବ.ପ୍ର):ନାଉଗଁା ବ୍ଲକ ଅନ୍ତର୍ଗତ କାନୁନ୍‌ଗୋ ସାହିର ଜନୈକ ବ୍ୟକ୍ତି ଗ୍ରାମ ଜଳ ପରିମଳ ବିଭାଗର କିଛି ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ମାତ୍ର ଅଧିକାରୀଙ୍କଠାରୁ ମନମୁଖୀ ଚିଠି ପାଇବା ପରେ ଆବେଦନକାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଉକ୍ତ ଆବେଦନ ଫର୍ମକୁ ପୋଷ୍ଟାଲ ମାଧ୍ୟମରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟକୁ ୨୭ ଡିସେମ୍ବର ୨୦୨୨ରେ ପ୍ରେରଣ କରିଥିଲେ। ଏହାପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଚିଠି (ନଂ.୩୨/୫-୧-୨୩)ରେ ଜନ ସୂଚନା ଆଇନରେ ମଗାଯାଇଥିବା ସମସ୍ତ ତଥ୍ୟ ପାଇଁ ଗ୍ରାମ ପାନୀୟ ଜଳ ପରିମଳ ବିଭାଗକୁ ଚିଠି କରାଯାଇଥିଲା। ଏନେଇ ଗ୍ରାମ ଜଳ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଚିଠି (ନଂ.୮/୧୬-୯-୨୩)ରେ ଅନ୍ୟ ଏକ ଚିଠି କରାଯାଇ ଆବେଦନ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ସ୍ପିଡ ପୋଷ୍ଟ (ନଂ-ଇଓ ୦୬୧୯୮୭୨୦୭ ଆଇଏନ୍‌)ରେ ଏକ ଚିଠି ପ୍ରଦାନ କରାଯାଇଥିଲା। ଉକ୍ତ ଚିଠିକୁ ପାଇବା ପରେ ଆବେଦନକାରୀ ଅର୍ଥ ପୈଠ ପାଇଁ ଚିନ୍ତାରେ ପଡ଼ିଛନ୍ତି। ପ୍ରଥମତଃ ସରକାରଙ୍କ ଦ୍ୱାରା ପରିଚାଳିତ ଏକ କାର୍ଯ୍ୟାଳୟରୁ ତାରିଖରେ ଭୁଲ ମାସ ଦର୍ଶାଯାଇଛି। କେବଳ ସେତିକି ନୁହେଁ ନିମ୍ନରେ ସ୍ବାକ୍ଷର କରିଥିବା ପ୍ରଶାସନିକ ଅଧିକାରୀ ମଧ୍ୟ ୧୬-୯-୨୩ ବୋଲି ସ୍ବାକ୍ଷର କରିଛନ୍ତି। ଚିଠି ପ୍ରଦାନର ୧୫ ଦିନ ମଧ୍ୟରେ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଅର୍ଥ ୩୦ ସେପ୍ଟେମ୍ବର ୨୦୨୩ରେ ପୈଠ କରିବା ପାଇଁ ସୂଚନା ରହିଛି। ସେହିପରି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ଥିବା ତଥ୍ୟ କେତେ ପୃଷ୍ଠା ସମ୍ବଳିତ ପ୍ରଥମେ ଆବେଦନକାରୀଙ୍କୁ ତାହା ଅବଗତ କରାଯିବ। ସରକାରଙ୍କ ଧାର୍ଯ୍ୟ ନିୟମାନୁସାରେ ପୃଷ୍ଠାଗୁଡିକର ଅବିକଳ ନକଲ କପି କରିବା ପାଇଁ କେତେ ଅର୍ଥ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ କେତେ ଅର୍ଥ ଲାଗିବ ତାହା ସ୍ପଷ୍ଟ ଭାବେ ଜଣାଇ ଦିଆଯିବ। କିନ୍ତୁ ପ୍ରଦାନ କରାଯାଇଥିବା ଚିଠିରେ ଆନୁମାନିକ ୫ ହଜାର ପୃଷ୍ଠା ଓ ପ୍ରତି ପୃଷ୍ଠାକୁ ୩ ଟଙ୍କା ହିସାବରେ ୧୫ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାସ୍ତବରେ କେତେ ପୃଷ୍ଠାର ତଥ୍ୟ ହେବ ଉଲ୍ଲେଖ କରାଯାଇ ନାହିଁ। ବିଭାଗର ଏପରି ଚିଠି ସମ୍ପର୍କରେ ଆବେଦନକାରୀ କହିଛନ୍ତି, ତାଙ୍କୁ ହତୋତ୍ସାହ କରିବା ପାଇଁ ଏପରି ଚିଠି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସ କହିଛନ୍ତି, ମୁଁ ଅଫିସ ଲେଟର ଦେଖିବା ପରେ ଯାହା କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri