୩ ସ୍କୁଲର ୨୯ କମ୍ପ୍ୟୁଟରରୁ ୧୫ ଅଚଳ

ଯାଜପୁର,୮ା୧୦(ହର୍ଷବର୍ଦ୍ଧନ ବେହେରା)ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସମଗ୍ର ଶିକ୍ଷା ଯୋଜନାରେ ସ୍ମାର୍ଟ ହାଇସ୍କୁଲ ନିର୍ମାଣ ହେଉଛି। ଏଥିରେ କମ୍ପ୍ୟୁଟର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ବହୁ ସ୍ମାର୍ଟ ସ୍କୁଲରେ ପୁରୁଣା ଭର୍ସନ ଏବଂ ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀକୁ ଗୁରୁତ୍ୱ ଦିଆଯାଇଥିବାରୁ କମ୍‌ ସମୟରେ କମ୍ପ୍ୟୁଟରଗୁଡ଼ିକ ଅଚଳ ହୋଇପଡ଼ିଛି। ଯାଜପୁର ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି) ନିବେଦିତା ପାଣି ୧୧ା୯ା୨୦୨୩ରେ କରିଥିବା ସ୍ମାର୍ଟକ୍ଲାସ ତଦନ୍ତ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। କେବଳ ବଡ଼ଚଣା ବ୍ଲକର ୩ଟି ସ୍ମାର୍ଟ ହାଇସ୍କୁଲ ତଦନ୍ତ ରିପୋର୍ଟରେ ୨୯ଟି କମ୍ପ୍ୟୁଟରରୁ ୧୫ଟି ଅଚଳ ହୋଇଥିବା ଦର୍ଶାଯାଇଛି। ସମଗ୍ର ଜିଲାରେ ଏହି ୩ଟି ସ୍ମାର୍ଟ ସ୍କୁଲକୁ ଉଦାହରଣ ଭାବେ ନିଆଯାଇଛି। ଏନେଇ ହୋଇଥିବା ଦୁର୍ନୀତି ଅଭିଯୋଗର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହେଉଛି।
ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମବିଏଡିସି) ପାଣ୍ଠିରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣ ହେଉଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହାବାଦ ଦ୍ୱିତୀୟ ପର୍ଯ୍ୟାୟରେ ୯୭ଟି ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ତେବେ ଅଧିକାଂଶ ସ୍କୁଲରେ ପୁରୁଣା ଭର୍ସନ କମ୍ପ୍ୟୁଟର କିଣା ଏବଂ ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀକୁ ଗୁରୁତ୍ୱ ଦେଇ ଅର୍ଥ ହଡ଼ପ କରାଯାଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏନେଇ ଆଇନଜୀବୀ ଉଦୟନାଥ ସାହୁ ଗତ ଫେବୃୟାରୀରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହାପରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ସେହି ବିଡିଂର କାର୍ଯ୍ୟାଦେଶକୁ ସ୍ଥଗିତ ରଖି ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶ ଚପିଯାଇଥିଲା। ଏହାବାଦ ବିଡିଂ ଉପରେ ଆପତ୍ତି ଉଠାଇଥିବା ବିଡରଙ୍କ ମଧ୍ୟରୁ କେହି କାହିଁକି ମାମଲା ରୁଜୁ କଲେ ନାହିଁ ଦର୍ଶାଇ ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାଟିକୁ ରଦ୍ଦ କରି ଦେଇଥିଲେ। ଏହାପରେ କମ୍ପ୍ୟୁଟର କିଣା ପୁଣି ଆରମ୍ଭ ହୋଇଥିଲା। ତେବେ ରାଜ୍ୟ ସୂଚନା ଅଧିକାର ଆଇନର ଆବାହକ ପ୍ରଦୀପ ପ୍ରଧାନ ପୁଣି କମ୍ପ୍ୟୁଟର କିଣାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଲୋକାୟୁକ୍ତରେ ୨୧୭/୨୦୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁସାରେ ଗୋଟିଏ ଲେଖାଏ କମ୍ପ୍ୟୁଟର ସହ ଏକ ୟୁପିଏସ୍‌ ଓ ଆଣ୍ଟି ଭାଇରସ୍‌ ସଫ୍ଟୱେରକୁ ୩୯ ହଜାର ଟଙ୍କା ମୂଲ୍ୟରେ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା। ତେବେ ସେସବୁ ପୁରୁଣା ସଂସ୍କରଣର ସାମଗ୍ରୀ ହୋଇଥିବାରୁ ତାହା ଅଳ୍ପ ସମୟ ମଧ୍ୟରେ ଖରାପ ହୋଇଯିବା ଆଶଙ୍କା କରାଯାଇଥିଲା, ଯାହାକି ଏବେ ସତ୍ୟ ହୋଇଛି। ଡିପିସି ପାଣିଙ୍କ ତଦନ୍ତ ରିପୋର୍ଟ ଅନୁସାରେ ବଡ଼ଚଣା ବ୍ଲକ ମଲିହାଶୁଣୀ ସରକାରୀ ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଏହି ସ୍କୁଲରେ ୧୩ଟି କମ୍ପ୍ୟୁଟର ଥିବାବେଳେ ସେଥିରୁ ୧୦ଟି ଅଚଳ। ଅନୁରୂପ ଭାବେ ବିଶ୍ୱେଶ୍ୱର ସ୍ମାର୍ଟ ହାଇସ୍କୁଲରେ ୧୩ଟି କମ୍ପ୍ୟୁଟର ମଧ୍ୟରୁ ୫ଟି ଅଚଳ ହୋଇପଡିଛି। ଏହାବାଦ୍‌ କବାଟଗୁଡ଼ିକର ମରାମତି ଆବଶ୍ୟକ ଥିବା ସହ ସ୍କୁଲ ପରିସରକୁ ସଫା ରଖିବାକୁ ତଦନ୍ତକାରୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ମାଣ୍ଡୁକା ପଞ୍ଚାୟତ ହାଇସ୍କୁଲର ତଦନ୍ତ ରିପୋର୍ଟରେ ୩ଟି କମ୍ପ୍ୟୁଟର କାର୍ଯ୍ୟକ୍ଷମ ଥିବାବେଳେ ସ୍ମାର୍ଟ କ୍ଲାସ ଯନ୍ତ୍ରପାତି ଇନଷ୍ଟଲ ଉପରେ ତଦନ୍ତକାରୀ ଅଧିକାରୀ ଗୁରୁତ୍ୱ ଦେଇଛନ୍ତି। ଏହି ୩ଟି ସ୍ମାର୍ଟ ସ୍କୁଲରେ ତଦନ୍ତ ସମୟରେ ଛାତ୍ରୀଛାତ୍ରମାନେ ଅନୁପସ୍ଥିତ ଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ସ୍ମାର୍ଟ କ୍ଲାସ୍‌ରୁମ୍‌, ସାଇନ୍ସ ଲାବରେଟୋରି, ଇ-ଲାଇବ୍ରେରି, ପାନୀୟ ଜଳ, ଶୌଚାଳୟ ଇତ୍ୟାଦି ଠିକ ଭାବେ ଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଡିପିସି ନିବେଦିତା ପାଣି ସମ୍ପୃକ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?