୧୫ମାସ ପରେ ମାଟିତଳୁ କଙ୍କାଳ ଉଦ୍ଧାର

କଣ୍ଟାବାଞ୍ଜି,୩୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ପୋଲିସ ଓ ଜିଆରପି ଦୀର୍ଘ ୧ବର୍ଷ ୩ ମାସ ପରେ ଝାରଖଣ୍ଡର ଲତିଫ୍‌ ଅନସାରୀ (୧୯) ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। କଣ୍ଟାବାଞ୍ଜି-ତୁରେକେଲା ରେଲୱେ ଜମିରୁ ଜେସିବିରେ ମାଟିଖୋଳି ରବିବାର ମୃତଙ୍କ ହାଡକଙ୍କାଳ ଉଦ୍ଧାର କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କଣ୍ଟାବାଞ୍ଜି-ତୁରେକେଲା ଅଞ୍ଚଳରେ ରେଳଲାଇନ୍‌ କାମ କରିବାକୁ ଝାରଖଣ୍ଡ ପ୍ରଦେଶ ରାଞ୍ଚତ୍ ଅଞ୍ଚଳରୁ ୭ଜଣ କର୍ମଚାରୀ ସମଶେର ଅନସାରୀ, ମୁସ୍ତାକ ଅନସାରୀ, ସହନାଜ ଅନସାରୀ, ଫିରୋଜ ଅନସାରୀ, ଅଫ୍‌ରୋଜ ଅନସାରୀ, ସହୀଦ ଅନସାରୀ ଓ ଲତିଫ୍‌ ଅନସାରୀ ଗତ ୨୦୨୦ ସେପ୍ଟେମ୍ବରରେ କଣ୍ଟାବାଞ୍ଜି ଆସିଥିଲେ। କିଛିଦିନ କାମ କରିବା ପରେ ନଭେମ୍ବର ୧୬ରେ ଲତିଫ୍‌ ଅନସାରି ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାରକୁ ଫୋନ୍‌ ଯୋଗେ ସୂଚନା ଦିଆଯାଇଥିଲା। ଏହାପରେ ଲତିଫ୍‌ଙ୍କ ଭାଇ ତୌଫିକ୍‌ ଅନସାରି କଣ୍ଟାବାଞ୍ଜି ଆସି ତାଙ୍କୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ୨ ଡିସେମ୍ବର ୨୦୨୦ରେ କଣ୍ଟାବାଞ୍ଜି ଥାନାରେ ଏକ ନିଖୋଜ ଅଭିଯୋଗପତ୍ର ଦେଇ ରାଞ୍ଚତ୍ ଫେରିଯାଇଥିଲେ। ଏହାପରେ ପୋଲିସ ତଦନ୍ତ ବିଶେଷ ଆଗେଇ ନ ଥିଲା। ଘଟଣାର କିଛି ମାସ ପରେ କଣ୍ଟାବାଞ୍ଜି ଅଞ୍ଚଳରେ କାମ କରୁଥିବା ଉକ୍ତ ୬ କର୍ମଚାରୀଙ୍କ ମଧ୍ୟରୁ ୪/୫ ଜଣ ରାଞ୍ଚତ୍ ଫେରିଯାଇଥିଲେ। ସେଠାରେ ଥିବା ଏକ ମଦ ଦୋକାନରେ ସେମାନେ ମଦ ପିଇ କିଭଳି ଭାବେ ଲତିଫଙ୍କୁ ହତ୍ୟା କରି ରେଳଧାରଣା କଡରେ ମାଟି ଖୋଳି ପୋତି ଦେଇଥିଲେ ତାହା ବଖାଣିଥିଲେ। ସମ୍ପୃକ୍ତ ଘଟଣା ମୃତ ଲତିଫଙ୍କ ଭାଇ ତୌଫିକ୍‌ଙ୍କ କାନରେ ପଡିବା ପରେ ସେ କଣ୍ଟାବାଞ୍ଜି ଆସି ପୋଲିସକୁ ସମସ୍ତ ଘଟଣା ଜଣାଇଥିଲେ। ଏହାପରେ କଣ୍ଟାବାଞ୍ଜି ପୋଲିସ ସେଠାରେ କାମ କରୁଥିବା ଫିରୋଜ ଅନ୍‌ସାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। କଣ୍ଟାବାଞ୍ଜି ପୋଲିସ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରିବା ପରେ କଣ୍ଟାବାଞ୍ଜିି-ତୁରେକେଲା ରେଳ ସେକ୍ସନର ବ୍ରିଜ ନମ୍ବର ୨୭୩ ନିକଟରେ ଜେସିବି ଲଗାଇ ମାଟି ଖୋଳି ଏକ କଙ୍କାଳ ଉଦ୍ଧାର କରିଛି। ଉକ୍ତ କଙ୍କାଳ ମୃତ ଲତିଫ୍‌ ଅନସାରୀଙ୍କର ବୋଲି କୁହାଯାଉଛି। କଣ୍ଟାବାଞ୍ଜି ଥାନା ପୋଲିସ ଏବଂ ଜିଆରପି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ହୋଇଯାଇଛନ୍ତି। କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେର, କଣ୍ଟାବାଞ୍ଜି ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲ, ସବ୍‌ଇନ୍ସପେକ୍ଟର ପ୍ରତୀକ କୁମାର ଦୁରିଆ, କଣ୍ଟାବାଞ୍ଜି ଜିଆରପି ସିନ୍ଧରିଆ ବାବୁ, ସ୍ଥାନୀୟ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସମୀର ବେହେରାଙ୍କ ଉପସ୍ଥିତିରେ ମାଟିତଳୁ ମୃତକଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ହାଡକଙ୍କାଳକୁ ଫରେନସିକ୍‌ ଲାବ୍‌କୁ ପଠାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri