୧୫ମାସ ପରେ ମାଟିତଳୁ କଙ୍କାଳ ଉଦ୍ଧାର

କଣ୍ଟାବାଞ୍ଜି,୩୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ପୋଲିସ ଓ ଜିଆରପି ଦୀର୍ଘ ୧ବର୍ଷ ୩ ମାସ ପରେ ଝାରଖଣ୍ଡର ଲତିଫ୍‌ ଅନସାରୀ (୧୯) ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। କଣ୍ଟାବାଞ୍ଜି-ତୁରେକେଲା ରେଲୱେ ଜମିରୁ ଜେସିବିରେ ମାଟିଖୋଳି ରବିବାର ମୃତଙ୍କ ହାଡକଙ୍କାଳ ଉଦ୍ଧାର କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କଣ୍ଟାବାଞ୍ଜି-ତୁରେକେଲା ଅଞ୍ଚଳରେ ରେଳଲାଇନ୍‌ କାମ କରିବାକୁ ଝାରଖଣ୍ଡ ପ୍ରଦେଶ ରାଞ୍ଚତ୍ ଅଞ୍ଚଳରୁ ୭ଜଣ କର୍ମଚାରୀ ସମଶେର ଅନସାରୀ, ମୁସ୍ତାକ ଅନସାରୀ, ସହନାଜ ଅନସାରୀ, ଫିରୋଜ ଅନସାରୀ, ଅଫ୍‌ରୋଜ ଅନସାରୀ, ସହୀଦ ଅନସାରୀ ଓ ଲତିଫ୍‌ ଅନସାରୀ ଗତ ୨୦୨୦ ସେପ୍ଟେମ୍ବରରେ କଣ୍ଟାବାଞ୍ଜି ଆସିଥିଲେ। କିଛିଦିନ କାମ କରିବା ପରେ ନଭେମ୍ବର ୧୬ରେ ଲତିଫ୍‌ ଅନସାରି ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାରକୁ ଫୋନ୍‌ ଯୋଗେ ସୂଚନା ଦିଆଯାଇଥିଲା। ଏହାପରେ ଲତିଫ୍‌ଙ୍କ ଭାଇ ତୌଫିକ୍‌ ଅନସାରି କଣ୍ଟାବାଞ୍ଜି ଆସି ତାଙ୍କୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ୨ ଡିସେମ୍ବର ୨୦୨୦ରେ କଣ୍ଟାବାଞ୍ଜି ଥାନାରେ ଏକ ନିଖୋଜ ଅଭିଯୋଗପତ୍ର ଦେଇ ରାଞ୍ଚତ୍ ଫେରିଯାଇଥିଲେ। ଏହାପରେ ପୋଲିସ ତଦନ୍ତ ବିଶେଷ ଆଗେଇ ନ ଥିଲା। ଘଟଣାର କିଛି ମାସ ପରେ କଣ୍ଟାବାଞ୍ଜି ଅଞ୍ଚଳରେ କାମ କରୁଥିବା ଉକ୍ତ ୬ କର୍ମଚାରୀଙ୍କ ମଧ୍ୟରୁ ୪/୫ ଜଣ ରାଞ୍ଚତ୍ ଫେରିଯାଇଥିଲେ। ସେଠାରେ ଥିବା ଏକ ମଦ ଦୋକାନରେ ସେମାନେ ମଦ ପିଇ କିଭଳି ଭାବେ ଲତିଫଙ୍କୁ ହତ୍ୟା କରି ରେଳଧାରଣା କଡରେ ମାଟି ଖୋଳି ପୋତି ଦେଇଥିଲେ ତାହା ବଖାଣିଥିଲେ। ସମ୍ପୃକ୍ତ ଘଟଣା ମୃତ ଲତିଫଙ୍କ ଭାଇ ତୌଫିକ୍‌ଙ୍କ କାନରେ ପଡିବା ପରେ ସେ କଣ୍ଟାବାଞ୍ଜି ଆସି ପୋଲିସକୁ ସମସ୍ତ ଘଟଣା ଜଣାଇଥିଲେ। ଏହାପରେ କଣ୍ଟାବାଞ୍ଜି ପୋଲିସ ସେଠାରେ କାମ କରୁଥିବା ଫିରୋଜ ଅନ୍‌ସାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। କଣ୍ଟାବାଞ୍ଜି ପୋଲିସ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରିବା ପରେ କଣ୍ଟାବାଞ୍ଜିି-ତୁରେକେଲା ରେଳ ସେକ୍ସନର ବ୍ରିଜ ନମ୍ବର ୨୭୩ ନିକଟରେ ଜେସିବି ଲଗାଇ ମାଟି ଖୋଳି ଏକ କଙ୍କାଳ ଉଦ୍ଧାର କରିଛି। ଉକ୍ତ କଙ୍କାଳ ମୃତ ଲତିଫ୍‌ ଅନସାରୀଙ୍କର ବୋଲି କୁହାଯାଉଛି। କଣ୍ଟାବାଞ୍ଜି ଥାନା ପୋଲିସ ଏବଂ ଜିଆରପି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ହୋଇଯାଇଛନ୍ତି। କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେର, କଣ୍ଟାବାଞ୍ଜି ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲ, ସବ୍‌ଇନ୍ସପେକ୍ଟର ପ୍ରତୀକ କୁମାର ଦୁରିଆ, କଣ୍ଟାବାଞ୍ଜି ଜିଆରପି ସିନ୍ଧରିଆ ବାବୁ, ସ୍ଥାନୀୟ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସମୀର ବେହେରାଙ୍କ ଉପସ୍ଥିତିରେ ମାଟିତଳୁ ମୃତକଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ହାଡକଙ୍କାଳକୁ ଫରେନସିକ୍‌ ଲାବ୍‌କୁ ପଠାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri