୫ ମାସରେ ଗଲାଣି ୧୫ ଜୀବନ

ଅନୁଗୋଳ ଅଫିସ, ୧୬ା୫: ଜଙ୍ଗଲ ପାଖ ବଗିଚାରେ ପାଚିଲାଣି ଆମ୍ବ, ପଣସ। ହେଲେ ପରିବାର ପାଟିରେ ବାଜୁନି ଏହି ସ୍ବାଦିଷ୍ଟ ଫଳ। କାରଣ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଥିବା ହାତୀପଲ କିଛିଦିନ ହେଲା ଏହି ବଗିଚା ଛାଡ଼ୁନାହାନ୍ତି। ୨୪ ଘଣ୍ଟିଆ ନଜର ରଖିଥିବା ବନ କର୍ମଚାରୀ ମଧ୍ୟ ଘଉଡ଼ାଇପାରୁ ନାହାନ୍ତି। ଫଳରେ ଜନପଦର ଅତି ନିକଟରେ ରହୁଥିବା ହାତୀଙ୍କ ଯୋଗୁ ଅନୁଗୋଳ ବନଖଣ୍ଡରେ ଖେଳିଯାଇଛି ଆତଙ୍କ। ୫ ମାସରେ ଏଠାରେ ୧୫ଜଣଙ୍କ ପ୍ରାଣହାନି ଭୟଭୀତ କରିଦେଇଛି ବନଖଣ୍ଡବାସୀଙ୍କୁ।
ଅନୁଗୋଳ ବନଖଣ୍ଡରେ ଥିବା ଗ୍ରାମାଞ୍ଚଳକୁ ହାତୀଙ୍କ ପ୍ରବେଶ କିଛି ନୂଆ ଘଟଣା ନୁହେଁ। ବର୍ଷ ବର୍ଷ ଧରି ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖାଯାଇ ଆସିଛି। ହାତୀଙ୍କ ପାଇଁ କେତେବେଳେ ବାଡ଼ି ବଗିଚାରେ ଫସଲ ଉଜୁଡ଼ିଛି ତ ପୁଣି କେବେ ହେକ୍ଟର ହେକ୍ଟର ଜମିରେ ଧାନ, ପରିବା ଚାଷ ନଷ୍ଟ ହୋଇଛି। ଶତାଧିକ ଘର ଭାଙ୍ଗିଛି। କ୍ଷତିପୂରଣ ପାଇଁ ବାରମ୍ବାର ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବା ନଜିର ରହିଛି। ହେଲେ କିଛିମାସ ହେଲା ହାତୀଙ୍କ ଉପଦ୍ରବ ଏତେ ବଢ଼ିଯାଇଛି ଯେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଆତଙ୍କର କାରଣ ସାଜିଛି। ପୂର୍ବରୁ ରାତିରେ ଆସି ଦିନରେ ଜଙ୍ଗଲମୁହଁା ହେଉଥିବା ହାତୀପଲ ଏବେ ୨୪ ଘଣ୍ଟା ଗଁା ନିକଟରେ ରହୁଥିବା ଦେଖାଯାଉଛି। ଫଳରେ ହାତୀ ଜନିତ କ୍ଷୟକ୍ଷତି ଅନେକ ଗୁଣ ବଢ଼ିଯାଇଥିବା ବେଳେ ନିୟମିତ ଜୀବନହାନି ମଧ୍ୟ ଘଟିଚାଲିଛି। ଏହାକୁ ରୋକିବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଥିଲେ ବି ତାହା ସେତେଟା ଫଳପ୍ରଦ ହେଉଥିବା ଦେଖାଯାଉ ନାହଁ। ବନ ବିଭାଗର ଏହି ବିଫଳତା ଯୋଗୁ ଚଳିତବର୍ଷ ଜାନୁୟାରୀ ୧ ତାରିଖରେ ବନଖଣ୍ଡ ଅଧୀନ ହମାମିରାର ନିତ୍ୟାନନ୍ଦ ଗୋଚ୍ଛାୟତ(୫୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ୬ ଦିନ ପରେ ଅର୍ଥାତ୍‌ ଜାନୁୟାରୀ ୭ରେ ଦେଖାଦେଇଥିବା ହାତୀ ଆତଙ୍କ ଅନୁଗୋଳକୁ ଥରାଇ ଦେଇଥିଲା। ଏହି ଗୋଟିଏ ଦିନରେ ଛେଳିଆପଡ଼ାର ସୁବାସ ବିଶ୍ୱାଳ(୬୦), ଅଙ୍ଗାରବନ୍ଧର ଅନିରୁଦ୍ଧ ସାହୁ(୫୪), ବାରସିଂହାର ରମେଶ ସ୍ବାଇଁ(୬୦) ଓ ଗଡ଼ସନ୍ତ୍ରୀର ଅଜୟ ସାମଲ(୫୫)ଙ୍କ ଜୀବନ ନେଇଥିଲା ହାତୀ। ସେହିପରି ଫେବୃୟାରୀ ୧ରେ ବସଲାର ସିଦ୍ଧେଶ୍ୱର ସେଠୀ(୬୫), ମାର୍ଚ୍ଚ ୧ରେ ସୁନାଭୂଇଁର ଦିବାକର ସାହୁ(୬୯), ମାର୍ଚ୍ଚ ୨୨ରେ ମହୀଧରପଡ଼ାର ଗଣେଶ୍ୱର ବେହେରା(୭୭), ଏପ୍ରିଲ ୧୮ରେ କନ୍ତମେଘ ଗାଁର ରାମଚନ୍ଦ୍ର ସାହୁ(୮୩), ୨୪ରେ ଆମ୍ବ ବଗିଚାକୁ ଯାଇଥିବା ବଡ଼କନ୍ତକୁଳ ଗାଁର ମୂଳି ପ୍ରଧାନ(୪୫), ଗୌରୀ ରାଉଳ(୭୧), ୨୫ରେ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ ଝାଙ୍କର(୪୦), ୨୯ରେ ମରଣ୍ଡା ଗ୍ରାମରେ ଝଟକ ବେହେରା(୬୯), ମେ ୭ରେ ତଳଗଡ଼ ଗ୍ରାମର ବିଜୁଳି ସାହୁ(୬୨), ମେ ୧୨ରେ ଜାମୁଣ୍ଡା ଅଞ୍ଚଳର ବୈଦେହୀ ପ୍ରଧାନ(୬୮)ଙ୍କ ମୃତ୍ୟୁ ଦୂତ ସାଜିଥିଲା ହାତୀ। ଏହାବ୍ୟତୀତ ଏପ୍ରିଲ ୧୯ରେ ପୁରୁଣାକୋଟର ଜଣେ ମାନସିକ ବିକାରଗ୍ରସ୍ତଙ୍କ ମୃତ୍ୟୁର କାରଣ ହାତୀ ଆକ୍ରମଣ ବୋଲି କୁହାଯାଉଥିବା ବେଳେ ଏପ୍ରିଲ ୩୦ରେ ଗଡ଼ତରାସ ଗ୍ରାମର ପରମା ବେହେରା(୬୦) ଓ ମେ ୧୧ରେ ବଡ଼କନ୍ତକୂଳର ଦେବକୀ ବିଶ୍ୱାଳ(୪୫) ହାତୀ ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମାସରେ ହାତୀ ଯୋଗୁ ୧୫ ଜଣଙ୍କ ଜୀବନହାନି ଘଟିବାକୁ ନେଇ ଅନୁଗୋଳ ବନଖଣ୍ଡବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri