ସ୍ବାସ୍ଥ୍ୟସେବା ନାଁରେ ଶୋଷଣ

ନୟାଗଡ଼ ଅଫିସ,୧୬।୫: ନୟାଗଡ଼ ଜିଲା ସଦର ମହକୁମାରେ ଘରୋଇ କ୍ଲିନିକ୍‌ କର୍ମକର୍ତ୍ତାଙ୍କ ମନମାନି ଉପରେ ଲଗାମ ଦେବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି । ଭଲ ସ୍ବାସ୍ଥ୍ୟସେବା ପାଇବା ପାଇଁ ଘରୋଇ କ୍ଲିନିକ୍‌ ମୁହଁା ରୋଗୀ ଉପଯୁକ୍ତ ସେବା ନ ପାଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷେ କେତେକ କ୍ଲିନିକ୍‌ର ପ୍ରୋପାଇଟର ଡାକ୍ତରଙ୍କ ଭୂମିକା ତୁଲାଇ ବେକରେ ଟ୍ରୋଥୋ ପକାଇ ରୋଗୀ ଦେଖୁଛନ୍ତି । ନକଲି ଡାକ୍ତର ଉପରେ କାର୍ଯ୍ୟାନୁଷ୍ଠାନ ଓ ଭ୍ରୁଣ ହତ୍ୟା ଘଟଣାର ଇତିମଧ୍ୟରେ ୧୬ ମାସ ବିତିଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଘଟି ନାହିଁ ।
ଜିଲା ସଦର ମହକୁମାରେ ୧୬ ଘରୋଇ କ୍ଲିନିକ ସରକାରୀ ଖାତାରେ ପଞ୍ଜିକରଣ ହୋଇଛି । ହେଲେ ଅଧିକାଂଶ ଘରୋଇ କ୍ଲିନିକର ପ୍ରୋପାଇଟର ରୋଗୀ ଦେଖୁଛନ୍ତି ଓ ଔଷଧ ଖାଇବାକୁ ରୋଗୀଙ୍କୁ ଲେଖି ପରାମର୍ଶ ଦେଉଛନ୍ତି। ବେଳେବେଳେ ଅପରେଶନ ବି କରୁଛନ୍ତି। ନକଲି ଡାକ୍ତର ଗିରଫ ଓ ଭ୍ରୁଣହତ୍ୟା ଘଟଣାର ୧୬ ମାସ ପରେ ଚଢ଼ାଉ ନ ଥିବାରୁ କ୍ଲିନିକ୍‌ଗୁଡ଼ିକରେ ପୁଣି ଭ୍ରୁଣହତ୍ୟା ଚାଲିଛି ା ଏବାବଦରେ ଭଲ ରୋଜଗାର କରୁଥିବା ଅଭିଯୋଗ ହେଉଛି । ନୟାଗଡ଼ ସହରର ୫ ନାମୀଦାମୀ କ୍ଲିନିକ୍‌ ଏପରି କାରନାମା ବେଶି ହେଉଛି ବୋଲି ଅଭିଯୋଗ ଉଠିଛି । ତେବେ ୬ କ୍ଲିନିକ୍‌ରୁ ଗୋଟିଏ କ୍ଲିନିକ୍‌ ଫସି ଯାଇଛି । ଗତ ୨୦୧୪ଜୁଲାଇ, ୨୦୨୦ ଅଗଷ୍ଟ ଓ ୨୦୨୧ ଡିସେମ୍ବର ଶେଷ ସପ୍ତାହରେ ଭ୍ରୁଣ ହତ୍ୟା ଅଭିଯୋଗ ପ୍ରମାଣିତ ହୋଇସାରିଛି । ୨୦୨୧ ଡିସେମ୍ବର ଶେଷ ସପ୍ତାହରେ ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ର ମାଲିକ ବକଳବନ୍ଧ ଗଁାର ସତ୍ୟପ୍ରିୟ ସ୍ବାଇଁ ଗିରଫ ହୋଇ ଜେଲ ଯାଇଥିଲେ । ଉକ୍ତ କ୍ଲିନିକ୍‌କୁ ଯାଉଥିବା ନକଲି ଡାକ୍ତର ବିଶ୍ୱନାଥ ଘଡେଇଙ୍କୁ ମଧ୍ୟ ଜେଲ ହୋଇଥିଲା । ଏହାପରେ ଯେଉଁ ପରିବର୍ତ୍ତନ ଆଶା ଥିଲା ତାହା ଆଶାରେ ହିଁ ରହି ଯାଇଛି । କାରଣ ଭ୍ରୁଣହତ୍ୟା ଧରା ପଡିବା ସମୟରେ ଚଢ଼ାଉ ତ୍ୱରାନ୍ବିତ ହେଉଛି । ପରେ ଚଢ଼ାଉ ଶୀତଳଭଣ୍ଡାରକୁ ଚାଲି ଯାଇଛି । ଅନ୍ୟପକ୍ଷେ ହାତଗଣତି କ୍ଲିନିକ ମାଲିକ ରାଜନୈତିକ ନେତା, ସ୍ବାସ୍ଥ୍ୟ ବିଭାଗର ଅଧିତ୍କାରୀ ଓ ପ୍ରଶାସକଙ୍କୁ ଧରାଧରି କରି ବେଆଇନ ଭାବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏନେଇ ଆଇନଜିବୀ ରଣଜିତ୍‌ ଦାଶ କୁହନ୍ତି, ନୟାଗଡ଼ ସହରର ଅନେକ ଘରୋଇ କ୍ଲିନିକ୍‌ ବେଆଇନ ଭାବେ ରୋଗୀଙ୍କୁ ଶୋଷଣ କରି ଚାଲିଛନ୍ତି । ସେମାନଙ୍କ ବେଆଇନ କାରନାମା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଅବଗତ ଥିଲେ ବି କାର୍ଯ୍ୟାନୁଷ୍ଠାନ ନାହିଁ । ଘରୋଇ କ୍ଲିନିକ୍‌ ପ୍ରୋପାଇଟର ରୋଗୀ ଦେଖୁଥିଲେହେଁ କାର୍ଯ୍ୟାନୁଷ୍ଠାନ ନାହିଁ । ତଦନ୍ତ ପାଇଁ ଦାବି ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଚେଇଁ ଶୋଇଛି । ଏପରି ଅଭିଯୋଗ ମୁଁ ବହୁ ଦିନ ହେଲା କରି ଆସୁଥିଲେ ମଧ୍ୟ ସୁଫଳ ମଳୁନି । ଭାପୁରର ଦିନମଣି ସ୍ବାଇଁ, ଖଣ୍ଡପଡ଼ାର ରାମଚନ୍ଦ୍ର ସାହୁ, ଦଶପଲ୍ଲାର ବିଷ୍ଣୁ ନାୟକ କୁହନ୍ତି, ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ମିଳୁନି । ଘରୋଇ କ୍ଲିନିକ୍‌କୁ ଗଲେ ସେଠାରେ ଲୁଟ୍‌ ଚାଲିଛି । ଘରୋଇ କ୍ଲିନିକରେ ଡାକ୍ତର ଅପରେଶନ କରୁଥିଲେ ହେଁ ପ୍ରୋପାଇଟର ଓ ଅନ୍ୟ କିଛି କର୍ମଚାରୀ ଡାକ୍ତର କାମ ଚଳାଇ ନେଉଛନ୍ତି । ନିଜେ ସବୁ କିଛି କରି ଅଧିକ ଟଙ୍କା ଦାବି କରୁଛନ୍ତି । ଡାକ୍ତରୀ ପାଠ ନ ପଢ଼ି କିପରି କେତେଜଣ ବ୍ୟକ୍ତି ସ୍ବାସ୍ଥ୍ୟ ସେବା କରୁଥିଲେ ମଧ୍ୟ ସେନେଇ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ନାହିଁ । କେତେବେଳେ କିଛି ଅଘଟଣ ଘଟିଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି । ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ଘରୋଇ କ୍ଲିନିକ୍‌ କର୍ତ୍ତୃପକ୍ଷଙ୍କ ମନମାନି ନଜରକୁ ଆସୁଛି । ହେଲେ ପ୍ରମାଣ ମିଳୁନି । ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି ଓ କରାଯିବ। ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?