ସ୍ବାସ୍ଥ୍ୟସେବା ନାଁରେ ଶୋଷଣ

ନୟାଗଡ଼ ଅଫିସ,୧୬।୫: ନୟାଗଡ଼ ଜିଲା ସଦର ମହକୁମାରେ ଘରୋଇ କ୍ଲିନିକ୍‌ କର୍ମକର୍ତ୍ତାଙ୍କ ମନମାନି ଉପରେ ଲଗାମ ଦେବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି । ଭଲ ସ୍ବାସ୍ଥ୍ୟସେବା ପାଇବା ପାଇଁ ଘରୋଇ କ୍ଲିନିକ୍‌ ମୁହଁା ରୋଗୀ ଉପଯୁକ୍ତ ସେବା ନ ପାଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷେ କେତେକ କ୍ଲିନିକ୍‌ର ପ୍ରୋପାଇଟର ଡାକ୍ତରଙ୍କ ଭୂମିକା ତୁଲାଇ ବେକରେ ଟ୍ରୋଥୋ ପକାଇ ରୋଗୀ ଦେଖୁଛନ୍ତି । ନକଲି ଡାକ୍ତର ଉପରେ କାର୍ଯ୍ୟାନୁଷ୍ଠାନ ଓ ଭ୍ରୁଣ ହତ୍ୟା ଘଟଣାର ଇତିମଧ୍ୟରେ ୧୬ ମାସ ବିତିଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଘଟି ନାହିଁ ।
ଜିଲା ସଦର ମହକୁମାରେ ୧୬ ଘରୋଇ କ୍ଲିନିକ ସରକାରୀ ଖାତାରେ ପଞ୍ଜିକରଣ ହୋଇଛି । ହେଲେ ଅଧିକାଂଶ ଘରୋଇ କ୍ଲିନିକର ପ୍ରୋପାଇଟର ରୋଗୀ ଦେଖୁଛନ୍ତି ଓ ଔଷଧ ଖାଇବାକୁ ରୋଗୀଙ୍କୁ ଲେଖି ପରାମର୍ଶ ଦେଉଛନ୍ତି। ବେଳେବେଳେ ଅପରେଶନ ବି କରୁଛନ୍ତି। ନକଲି ଡାକ୍ତର ଗିରଫ ଓ ଭ୍ରୁଣହତ୍ୟା ଘଟଣାର ୧୬ ମାସ ପରେ ଚଢ଼ାଉ ନ ଥିବାରୁ କ୍ଲିନିକ୍‌ଗୁଡ଼ିକରେ ପୁଣି ଭ୍ରୁଣହତ୍ୟା ଚାଲିଛି ା ଏବାବଦରେ ଭଲ ରୋଜଗାର କରୁଥିବା ଅଭିଯୋଗ ହେଉଛି । ନୟାଗଡ଼ ସହରର ୫ ନାମୀଦାମୀ କ୍ଲିନିକ୍‌ ଏପରି କାରନାମା ବେଶି ହେଉଛି ବୋଲି ଅଭିଯୋଗ ଉଠିଛି । ତେବେ ୬ କ୍ଲିନିକ୍‌ରୁ ଗୋଟିଏ କ୍ଲିନିକ୍‌ ଫସି ଯାଇଛି । ଗତ ୨୦୧୪ଜୁଲାଇ, ୨୦୨୦ ଅଗଷ୍ଟ ଓ ୨୦୨୧ ଡିସେମ୍ବର ଶେଷ ସପ୍ତାହରେ ଭ୍ରୁଣ ହତ୍ୟା ଅଭିଯୋଗ ପ୍ରମାଣିତ ହୋଇସାରିଛି । ୨୦୨୧ ଡିସେମ୍ବର ଶେଷ ସପ୍ତାହରେ ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ର ମାଲିକ ବକଳବନ୍ଧ ଗଁାର ସତ୍ୟପ୍ରିୟ ସ୍ବାଇଁ ଗିରଫ ହୋଇ ଜେଲ ଯାଇଥିଲେ । ଉକ୍ତ କ୍ଲିନିକ୍‌କୁ ଯାଉଥିବା ନକଲି ଡାକ୍ତର ବିଶ୍ୱନାଥ ଘଡେଇଙ୍କୁ ମଧ୍ୟ ଜେଲ ହୋଇଥିଲା । ଏହାପରେ ଯେଉଁ ପରିବର୍ତ୍ତନ ଆଶା ଥିଲା ତାହା ଆଶାରେ ହିଁ ରହି ଯାଇଛି । କାରଣ ଭ୍ରୁଣହତ୍ୟା ଧରା ପଡିବା ସମୟରେ ଚଢ଼ାଉ ତ୍ୱରାନ୍ବିତ ହେଉଛି । ପରେ ଚଢ଼ାଉ ଶୀତଳଭଣ୍ଡାରକୁ ଚାଲି ଯାଇଛି । ଅନ୍ୟପକ୍ଷେ ହାତଗଣତି କ୍ଲିନିକ ମାଲିକ ରାଜନୈତିକ ନେତା, ସ୍ବାସ୍ଥ୍ୟ ବିଭାଗର ଅଧିତ୍କାରୀ ଓ ପ୍ରଶାସକଙ୍କୁ ଧରାଧରି କରି ବେଆଇନ ଭାବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏନେଇ ଆଇନଜିବୀ ରଣଜିତ୍‌ ଦାଶ କୁହନ୍ତି, ନୟାଗଡ଼ ସହରର ଅନେକ ଘରୋଇ କ୍ଲିନିକ୍‌ ବେଆଇନ ଭାବେ ରୋଗୀଙ୍କୁ ଶୋଷଣ କରି ଚାଲିଛନ୍ତି । ସେମାନଙ୍କ ବେଆଇନ କାରନାମା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଅବଗତ ଥିଲେ ବି କାର୍ଯ୍ୟାନୁଷ୍ଠାନ ନାହିଁ । ଘରୋଇ କ୍ଲିନିକ୍‌ ପ୍ରୋପାଇଟର ରୋଗୀ ଦେଖୁଥିଲେହେଁ କାର୍ଯ୍ୟାନୁଷ୍ଠାନ ନାହିଁ । ତଦନ୍ତ ପାଇଁ ଦାବି ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଚେଇଁ ଶୋଇଛି । ଏପରି ଅଭିଯୋଗ ମୁଁ ବହୁ ଦିନ ହେଲା କରି ଆସୁଥିଲେ ମଧ୍ୟ ସୁଫଳ ମଳୁନି । ଭାପୁରର ଦିନମଣି ସ୍ବାଇଁ, ଖଣ୍ଡପଡ଼ାର ରାମଚନ୍ଦ୍ର ସାହୁ, ଦଶପଲ୍ଲାର ବିଷ୍ଣୁ ନାୟକ କୁହନ୍ତି, ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ମିଳୁନି । ଘରୋଇ କ୍ଲିନିକ୍‌କୁ ଗଲେ ସେଠାରେ ଲୁଟ୍‌ ଚାଲିଛି । ଘରୋଇ କ୍ଲିନିକରେ ଡାକ୍ତର ଅପରେଶନ କରୁଥିଲେ ହେଁ ପ୍ରୋପାଇଟର ଓ ଅନ୍ୟ କିଛି କର୍ମଚାରୀ ଡାକ୍ତର କାମ ଚଳାଇ ନେଉଛନ୍ତି । ନିଜେ ସବୁ କିଛି କରି ଅଧିକ ଟଙ୍କା ଦାବି କରୁଛନ୍ତି । ଡାକ୍ତରୀ ପାଠ ନ ପଢ଼ି କିପରି କେତେଜଣ ବ୍ୟକ୍ତି ସ୍ବାସ୍ଥ୍ୟ ସେବା କରୁଥିଲେ ମଧ୍ୟ ସେନେଇ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ନାହିଁ । କେତେବେଳେ କିଛି ଅଘଟଣ ଘଟିଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି । ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ଘରୋଇ କ୍ଲିନିକ୍‌ କର୍ତ୍ତୃପକ୍ଷଙ୍କ ମନମାନି ନଜରକୁ ଆସୁଛି । ହେଲେ ପ୍ରମାଣ ମିଳୁନି । ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି ଓ କରାଯିବ। ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri