ଦୁର୍ନୀତି ଅଭିଯୋଗକୁ ୧୫ ଦିନ ପୂରିଲା, ତଦନ୍ତ ଶୂନ

ନାଉଗାଁ,୨୭ା୫(ସ୍ବ.ପ୍ର.): ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନୀହାର ରଞ୍ଜନ ବସ୍ତିଆଙ୍କ ଅଜାଣତରେ ତାଙ୍କ ଡିଏସ୍‌ସି(ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ୍‌)କୁ ଅପବ୍ୟବହାର କରି ପଞ୍ଚାୟତର ଅର୍ଥ ହଡ଼ପ ସହ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ ନ ହୋଇ ଲକ୍ଷାଧିକ ଟଙ୍କାର ବିଲ୍‌ ହୋଇଛି। ଗତ ୮ ତାରିଖରେ ଜିଲାପାଳଙ୍କ ମିଳିତ ଜନଶୁଣାଣିରେ ଏନେଇ ଅଭିଯୋଗ ହୋଇଥିଲା। ଏପରିକି ପଞ୍ଚାୟତରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ବିଲ୍‌ ହେଉ ନ ଥିବା ନେଇ ସରପଞ୍ଚ ବସ୍ତିଆ ଅଭିଯୋଗରେ ଦର୍ଶାଇଥିଲେ। ଏହାର ତଦନ୍ତ ଦାୟିତ୍ୱ ଜିଲାପରିଷଦର ମୁଖ ବିକାଶ ତଥା ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ଦାସଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ଘଟଣାର ତଦନ୍ତ କରାଯାଇ ନାହିଁ ବୋଲି ସରପଞ୍ଚ ବସ୍ତିଆ ଜଣାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଗତ ୧୭ ତାରିଖରେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଅରୁଣ ପ୍ରଧାନ ତାଙ୍କ ନାମରେ ମିଥ୍ୟାରେ ଆକ୍ରମଣ ସମ୍ପର୍କିତ ମାମଲା ରୁଜୁ କରିଥିବା ବସ୍ତିଆ ପ୍ରେସ ବିବୃତିରେ ଜଣାଇଛନ୍ତି। ଉକ୍ତ ଦିନ ସେ ସେହି ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିବୃତି ଦେଉଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କଲେ ତାହା ଜଣାପଡିବ। ଏହାର ତଦନ୍ତ କରିବା ପାଇଁ ସେ ଜିଲା ଏସ୍‌ପିଙ୍କୁ ନିବେଦନ କରିଛନ୍ତି। ଏବିଷୟରେ ଅଭିଯୋଗ ଦେଇଥିବା ପୂର୍ବତନ ପିଇଓ ପ୍ରଧାନଙ୍କୁ ପଚାରିବାରେ, ଯଦି ସରପଞ୍ଚ ବସ୍ତିଆ ଆକ୍ରମଣ କରି ନ ଥିବେ ତେବେ ସେ ତଦନ୍ତ ସମୟରେ ପ୍ରମାଣ କରି ଦେଖାଇବେ ବୋଲି କହିଛନ୍ତି। ଦୁର୍ନୀତି ତଦନ୍ତ ସମ୍ପର୍କରେ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣଙ୍କୁ ମୋବାଇଲ୍‌ ଯୋଗାଯୋଗ କରିବାରେ ସେ ଜରୁରୀ ମିଟିଂରେ ବ୍ୟସ୍ତ ଅଛନ୍ତି ବୋଲି କହି କୌଣସି ଉତ୍ତର ଦେଇ ନ ଥିଲେ। ଏହାପରେ ବାରମ୍ବାର ଦାସଙ୍କୁ ମୋବାଇଲ୍‌ରେ କଲ୍‌ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri