Posted inଖେଳ

୭ ରାଜ୍ୟରେ ଖୋଲିବ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର

ନୂଆଦିଲ୍ଲୀ, ୨୬ା୫ (ପି.ଟି.)- ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଲକ୍ଷ୍ୟ ନେଇ ୭ଟି ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ଥିର କରିଛି। ଏ ବାବଦରେ ୧୪.୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାରାଷ୍ଟ୍ର, ମିଜୋରାମ, ଗୋଆ, କର୍ନାଟକ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ଏହି ସବୁ ସେଣ୍ଟର ଖୋଲିବ। ପ୍ରତିଟି ସେଣ୍ଟର ପାଇଁ ସମାନ ଗାଇଡ୍‌ ଲାଇନ୍‌ ରହିବ। ୨୦୨୮ ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ଯେପରି ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ରହିପାରିବ ତାହାକୁ ନଜରରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସ୍ବଳ୍ପ ବୟସରୁ ବହୁସଂଖ୍ୟାରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ବିକଶିତ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ଜିଲାସ୍ତରୀୟ ଖେଲୋ ଇଣ୍ଡିଆ ସେଣ୍ଟରଗୁଡ଼ିକ ଲାଗି ଯଦି ଦକ୍ଷ କୋଚ ଓ ଉତ୍କୃଷ୍ଟ ସରଞ୍ଜାମ ଉପଲବ୍ଧ ହୁଏ ତେବେ ଆମେ ଠିକଣା ସମୟରେ ନିର୍ଦ୍ଦିଷ୍ଟ କ୍ରୀଡ଼ା ପାଇଁ ଉପଯୁକ୍ତ ପିଲାଙ୍କୁ ବାଛିବାରେ ସଫଳ ହେବା ବୋଲି ସେ କହିଛନ୍ତି। ସମଗ୍ର ଦେଶରୁ ପୂର୍ବରୁ ଏହିଭଳି ୨୧୭ଟି ସେଣ୍ଟର ରହିଛି। ମନ୍ତ୍ରଣାଳୟ ନର୍ଥ-ଇଷ୍ଟ , ଜମ୍ମୁ ଓ କଶ୍ମୀର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦୀପ ଓ ଲଦାଖର ପ୍ରତିଟି ଜିଲାରେ ଦୁଇଟି ଲେଖାଏ ସେଣ୍ଟର ଖୋଲିବା ଲାଗି ନିଷ୍ପତ୍ତି ନେଇଛି। ଏହିସବୁ ସେଣ୍ଟରଗୁଡ଼ିକ ଲାଗି ଉପଯୁକ୍ତ କୋଚ୍‌ଙ୍କୁ ଅନୁବନ୍ଧିତ କରିବା କାର୍ଯ୍ୟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର।
ରାଜ୍ୟ ପିଛା ଖେଲୋ ଇଣ୍ଡିଆ ସେଣ୍ଟର-
ମହାରାଷ୍ଟ୍ର: ୩୦ଟି ଜିଲାରେ ୩୬ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ-୩.୬୦ କୋଟି ଟଙ୍କା।
ମିଜୋରାମ: କୋଲାସିବ ଜିଲାରେ ୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୨୦ ଲକ୍ଷ ଟଙ୍କା।
ଅରୁଣାଚଳ ପ୍ରଦେଶ: ୨୬ ଜିଲାରେ ୫୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୪.୧୨କୋଟି ଟଙ୍କା।
ମଧ୍ୟପ୍ରଦେଶ: ୪ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ:୪୦ ଲକ୍ଷ ଟଙ୍କା।
କର୍ନାଟକ: ୩୧ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ ୩.୧୦ କୋଟି ଟଙ୍କା।
ମଣିପୁର: ୧୬ ଖେଲୋ ଇଣ୍ଡିଆ ସେଣ୍ଟର।ବ୍ୟୟ ଅଟକଳ: ୧.୬୦ କୋଟି ଟଙ୍କା।
ଗୋଆ: ୨ ଖେଲୋ ଇଣ୍ଡିଆ ସେଣ୍ଟର। ବଜେଟ ୨୦ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri