Posted inଖେଳ

୭ ରାଜ୍ୟରେ ଖୋଲିବ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର

ନୂଆଦିଲ୍ଲୀ, ୨୬ା୫ (ପି.ଟି.)- ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଲକ୍ଷ୍ୟ ନେଇ ୭ଟି ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ଥିର କରିଛି। ଏ ବାବଦରେ ୧୪.୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାରାଷ୍ଟ୍ର, ମିଜୋରାମ, ଗୋଆ, କର୍ନାଟକ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ଏହି ସବୁ ସେଣ୍ଟର ଖୋଲିବ। ପ୍ରତିଟି ସେଣ୍ଟର ପାଇଁ ସମାନ ଗାଇଡ୍‌ ଲାଇନ୍‌ ରହିବ। ୨୦୨୮ ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ଯେପରି ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ରହିପାରିବ ତାହାକୁ ନଜରରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସ୍ବଳ୍ପ ବୟସରୁ ବହୁସଂଖ୍ୟାରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ବିକଶିତ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ଜିଲାସ୍ତରୀୟ ଖେଲୋ ଇଣ୍ଡିଆ ସେଣ୍ଟରଗୁଡ଼ିକ ଲାଗି ଯଦି ଦକ୍ଷ କୋଚ ଓ ଉତ୍କୃଷ୍ଟ ସରଞ୍ଜାମ ଉପଲବ୍ଧ ହୁଏ ତେବେ ଆମେ ଠିକଣା ସମୟରେ ନିର୍ଦ୍ଦିଷ୍ଟ କ୍ରୀଡ଼ା ପାଇଁ ଉପଯୁକ୍ତ ପିଲାଙ୍କୁ ବାଛିବାରେ ସଫଳ ହେବା ବୋଲି ସେ କହିଛନ୍ତି। ସମଗ୍ର ଦେଶରୁ ପୂର୍ବରୁ ଏହିଭଳି ୨୧୭ଟି ସେଣ୍ଟର ରହିଛି। ମନ୍ତ୍ରଣାଳୟ ନର୍ଥ-ଇଷ୍ଟ , ଜମ୍ମୁ ଓ କଶ୍ମୀର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦୀପ ଓ ଲଦାଖର ପ୍ରତିଟି ଜିଲାରେ ଦୁଇଟି ଲେଖାଏ ସେଣ୍ଟର ଖୋଲିବା ଲାଗି ନିଷ୍ପତ୍ତି ନେଇଛି। ଏହିସବୁ ସେଣ୍ଟରଗୁଡ଼ିକ ଲାଗି ଉପଯୁକ୍ତ କୋଚ୍‌ଙ୍କୁ ଅନୁବନ୍ଧିତ କରିବା କାର୍ଯ୍ୟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର।
ରାଜ୍ୟ ପିଛା ଖେଲୋ ଇଣ୍ଡିଆ ସେଣ୍ଟର-
ମହାରାଷ୍ଟ୍ର: ୩୦ଟି ଜିଲାରେ ୩୬ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ-୩.୬୦ କୋଟି ଟଙ୍କା।
ମିଜୋରାମ: କୋଲାସିବ ଜିଲାରେ ୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୨୦ ଲକ୍ଷ ଟଙ୍କା।
ଅରୁଣାଚଳ ପ୍ରଦେଶ: ୨୬ ଜିଲାରେ ୫୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୪.୧୨କୋଟି ଟଙ୍କା।
ମଧ୍ୟପ୍ରଦେଶ: ୪ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ:୪୦ ଲକ୍ଷ ଟଙ୍କା।
କର୍ନାଟକ: ୩୧ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ ୩.୧୦ କୋଟି ଟଙ୍କା।
ମଣିପୁର: ୧୬ ଖେଲୋ ଇଣ୍ଡିଆ ସେଣ୍ଟର।ବ୍ୟୟ ଅଟକଳ: ୧.୬୦ କୋଟି ଟଙ୍କା।
ଗୋଆ: ୨ ଖେଲୋ ଇଣ୍ଡିଆ ସେଣ୍ଟର। ବଜେଟ ୨୦ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri