୧୪ ତାଲିବାନୀ ମନ୍ତ୍ରୀ ଆତଙ୍କବାଦୀ

କାବୁଲ/ପେଶାଓ୍ବର,୯ା୯: ତାଲିବାନ୍‌ର କଠୋରପନ୍ଥୀ ଅନ୍ତରୀଣ ସରକାରରେ ଏଭଳି  ୧୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଙ୍କୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ ଆତଙ୍କବାଦର କଳାତାଲିକାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ଓ ତାଙ୍କ ଦୁଇ ଉପପ୍ରଧାନମନ୍ତ୍ରୀ ମଧ୍ୟ କଳାତାଲିକାଭୁକ୍ତ। ଆଫଗାନିସ୍ତାନରେ ତାଲିବାନ୍‌ର ନୂଆ କ୍ୟାବିନେଟକୁ ନେଇ ଏହି ବିଷୟ ଜଣାପଡ଼ିବା ପରେ ଅନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ିଯାଇଛି।
କାବୁଲ ଦଖଲର ୩ ସପ୍ତାହ ପରେ ମଙ୍ଗଳବାର ତାଲିବାନ୍‌ ଏକ ଅନ୍ତରୀଣ ସରକାର ଗଠନ ନେଇ ଘୋଷଣା କରିଛି। କ୍ୟାବିନେଟ୍‌ରେ ୩୩ ସଦସ୍ୟଙ୍କୁ ସ୍ଥାନ ମିଳିଥିବାବେଳେ ଜଣେ ହେଲେ ମହିଳାଙ୍କୁ ସାମିଲ କରାଯାଇ ନାହିଁ। ମନ୍ତ୍ରୀ ହୋଇଥିବା ଅନେକ ସଦସ୍ୟଙ୍କୁ ପୂର୍ବରୁ ଜାତିସଂଘ ଓ ଆମେରିକା ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଛି। ତାଲିବାନ୍‌ ୨.୦ ସରକାରରେ କାମଚଳା ପ୍ରତିରକ୍ଷାମନ୍ତ୍ରୀ ଥିବା ମୁଲ୍ଲା ୟାକୁବ ହେଉଛନ୍ତି ସଙ୍ଗଠନର ପ୍ରତିଷ୍ଠାତା ମୁଲ୍ଲା ଉମାରଙ୍କ ପୁଅ। ସେହିପରି ବହିର୍ବ୍ୟାପାର ମନ୍ତ୍ରୀ ଅମିର ଖାନ୍‌ ମୁତ୍ତାକି ଓ ତାଙ୍କ ଉପମନ୍ତ୍ରୀ ଶେର ଅବ୍ବାସ ଷ୍ଟାନିକ୍‌ଜାଇଙ୍କ ନାମ ୟୁଏନ୍‌ଏସ୍‌ସି ୧୯୮୮ କଟକଣା କମିଟି (ତାଲିବାନ୍‌ ସେଙ୍କଶନ୍‌ କମିଟି)ରେ ରହିଛି। କ୍ୟାବିନେଟ୍‌ର ଶୀର୍ଷ ୫ ନେତାଙ୍କୁ ‘ତାଲିବାନ୍‌ ଫାଇଭ୍‌’ କୁହାଯାଉଛି, ଯାହାଙ୍କ ମଧ୍ୟରୁ ୪ ଜଣ ପୂର୍ବରୁ ଗୁଆଣ୍ଟାନାମୋ ବେ’ ଜେଲ୍‌ରେ ଥିଲେ। ସେମାନେ ହେଲେ ମୁଲ୍ଲା ମହମ୍ମଦ ଫଜିଲ (ପ୍ରତିରକ୍ଷା ଉପମନ୍ତ୍ରୀ), ଖଇରୁଲ୍ଲା ଖଇରଖ୍ବା(ସୂଚନା ଓ ସଂସ୍କୃତି ମନ୍ତ୍ରୀ), ମୁଲ୍ଲା ନୁରୁଲ୍ଲା ନୁରି (ସୀମା ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ) ଏବଂ ମୁଲ୍ଲା ଅବ୍‌ଦୁଲ ହକ୍‌ ଓ୍ବାସିକ୍‌ (ଗୋଇନ୍ଦା ନିର୍ଦ୍ଦେଶକ)। ଏହି ଗ୍ରୁପ୍‌ର ପଞ୍ଚମ ସଦସ୍ୟ ମହମ୍ମଦ ନବି ଉମାରିଙ୍କୁ ଖୋସ୍ତ ପ୍ରଦେଶର ଗର୍ଭର୍ନର ନିଯୁକ୍ତ କରାଯାଇଛି। ‘ତାଲିବାନ୍‌ ଫାଇଭ୍‌’ ନେତାଙ୍କୁ ୨୦୧୪ରେ ଓବାମା ପ୍ରଶାସନ ଗୁଆଣ୍ଟାନାମୋ ବେ’ ଜେଲ୍‌ରୁ ମୁକ୍ତ କରିଥିଲେ। ଏହା ବଦଳରେ ଆମେରିକୀୟ ସେନା ଛାଡ଼ିଥିବା ବୋଓ୍ବେ ବର୍ଗଦହଲଙ୍କୁ ତାଲିବାନ୍‌ ମୁକ୍ତ କରିଥିଲା। ୧୯୯୮ରେ ମଜାର୍‌-ଇ-ଶରିଫରେ ଶିଆ ହଜାରା, ତାଜିକ୍‌ ଏବଂ ଉଜ୍‌ବେକ୍‌ ସମୁଦାୟ ଉପରେ ଗୁଳି କରିବାପୁ ଫାଜିଲ ଓ ନୁରି ନିର୍ଦ୍ଦେଶ ଦେଇଥିଲେ। ଦୁଇ ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ଓ ମୌଲବୀ ଅବ୍‌ଦୁଲ ସଲାମ ହନାଫିଙ୍କ ବିରୋଧରେ ମଧ୍ୟ ଡ୍ରଗ୍ସ ଚାଲାଣ ମାମଲା ରହିଛି। ଜାତିସଂଘ ଦୁହିଁଙ୍କୁ କଳାତାଲିକାଭୁକ୍ତ କରିଛି। କାମଚଳା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ହେଉଛନ୍ତି ସୋଭିଏଟ୍‌ ବିରୋଧୀ ଓ୍ବାର୍‌ଲର୍ଡ ଜଲାଲୁଦ୍ଦିନ ହକ୍କାନିଙ୍କ ପୁଅ। ହକ୍କାନି ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ଏହି ଆତଙ୍କର ସୌଦାଗର ୨୦୦୮ରେ କାବୁଲର ଏକ ହୋଟେଲରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜଣେ ଆମେରିକୀୟଙ୍କ ସମେତ ୬ ନିହତ ହୋଇଥିଲେ। ତେଣୁ ସେ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ଓ୍ବାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ଜଳ ଓ ଶକ୍ତି ମନ୍ତ୍ରୀ ମୁଲ୍ଲା ଅବ୍‌ଦୁଲ ଲତିଫ୍‌ ମନ୍‌ସୁର, ଟେଲି କମ୍ୟୁନିକେଶନ୍‌ ମନ୍ତ୍ରୀ ନଜିବୁଲ୍ଲା ହକ୍କାନି, ଅର୍ଥମନ୍ତ୍ରୀ କାଦ୍‌ରି ଦିନ୍‌ ହନିଫ୍‌ ଏବଂ ଆଭ୍ୟନ୍ତରୀଣ ଉପମନ୍ତ୍ରୀ ମୌଲବୀ ନୁର ଜଲାଲଙ୍କ ସମେତ କ୍ୟାବିନେଟର ଅନେକ ସଦସ୍ୟ ଜାତିସଂଘର କଳାତାଲିକାଭୁକ୍ତ ହୋଇଛନ୍ତି।

ପିଏଚ୍‌.ଡି., ମାଷ୍ଟର ଡିଗ୍ରୀର ମୂଲ୍ୟ ନାହିଁ

ଶୀର୍ଷକ ପଢ଼ିଲେ ଜାଣିହେଉଛି ଏହା ଆଫଗାନିସ୍ତାନ ଦଖଲ କରି ସରକାର ଗଢ଼ିଥିବା ତାଲିବାନ୍‌ର ମନ୍ତବ୍ୟ। ପିଏଚ୍‌ଡି କିମ୍ବା ସ୍ନାତକୋତ୍ତର ଡିଗ୍ରୀଗୁଡ଼ିକ ମୂଲ୍ୟବାନ ନୁହେଁ। ଏସବୁ ନ ଥାଇ ମଧ୍ୟ ମୌଲବୀମାନେ ଏତେ
ମହାନ୍‌ ହୋଇପାରିଛନ୍ତି ବୋଲି ତାଲିବାନ୍‌ର ନୂଆ ଶିକ୍ଷାମନ୍ତ୍ରୀ ମୌଲବୀ ନୁରୁଲ୍ଲା ମୁନିର ବୁଧବାର କହିଛନ୍ତି। ମୁନିର କହିଥିଲେ, କ୍ଷମତାରେ ଥିବା ମୁଲ୍ଲା ଓ ତାଲିବାନ୍‌ ନେତାମାନଙ୍କୁ ଦେଖନ୍ତୁ। ସେମାନଙ୍କ ନିକଟରେ ପିଏଚ୍‌ଡି କିମ୍ବା ଏମ୍‌ଏ ଡିଗ୍ରୀ ନାହିଁ। ଏପରି କି ହାଇସ୍କୁଲ ମଧ୍ୟ ପାସ୍‌ କରିନାହାନ୍ତି। କିନ୍ତୁ ସେମାନେ ସମସ୍ତଙ୍କଠାରୁ ମହାନ୍‌। ଉଚ୍ଚଶିକ୍ଷାର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଉଥିବା ଶିକ୍ଷାମନ୍ତ୍ରୀଙ୍କ ଏହି ଲଜ୍ଜାଜନକ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?