୧୪ ତାଲିବାନୀ ମନ୍ତ୍ରୀ ଆତଙ୍କବାଦୀ

କାବୁଲ/ପେଶାଓ୍ବର,୯ା୯: ତାଲିବାନ୍‌ର କଠୋରପନ୍ଥୀ ଅନ୍ତରୀଣ ସରକାରରେ ଏଭଳି  ୧୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଙ୍କୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ ଆତଙ୍କବାଦର କଳାତାଲିକାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ଓ ତାଙ୍କ ଦୁଇ ଉପପ୍ରଧାନମନ୍ତ୍ରୀ ମଧ୍ୟ କଳାତାଲିକାଭୁକ୍ତ। ଆଫଗାନିସ୍ତାନରେ ତାଲିବାନ୍‌ର ନୂଆ କ୍ୟାବିନେଟକୁ ନେଇ ଏହି ବିଷୟ ଜଣାପଡ଼ିବା ପରେ ଅନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ିଯାଇଛି।
କାବୁଲ ଦଖଲର ୩ ସପ୍ତାହ ପରେ ମଙ୍ଗଳବାର ତାଲିବାନ୍‌ ଏକ ଅନ୍ତରୀଣ ସରକାର ଗଠନ ନେଇ ଘୋଷଣା କରିଛି। କ୍ୟାବିନେଟ୍‌ରେ ୩୩ ସଦସ୍ୟଙ୍କୁ ସ୍ଥାନ ମିଳିଥିବାବେଳେ ଜଣେ ହେଲେ ମହିଳାଙ୍କୁ ସାମିଲ କରାଯାଇ ନାହିଁ। ମନ୍ତ୍ରୀ ହୋଇଥିବା ଅନେକ ସଦସ୍ୟଙ୍କୁ ପୂର୍ବରୁ ଜାତିସଂଘ ଓ ଆମେରିକା ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଛି। ତାଲିବାନ୍‌ ୨.୦ ସରକାରରେ କାମଚଳା ପ୍ରତିରକ୍ଷାମନ୍ତ୍ରୀ ଥିବା ମୁଲ୍ଲା ୟାକୁବ ହେଉଛନ୍ତି ସଙ୍ଗଠନର ପ୍ରତିଷ୍ଠାତା ମୁଲ୍ଲା ଉମାରଙ୍କ ପୁଅ। ସେହିପରି ବହିର୍ବ୍ୟାପାର ମନ୍ତ୍ରୀ ଅମିର ଖାନ୍‌ ମୁତ୍ତାକି ଓ ତାଙ୍କ ଉପମନ୍ତ୍ରୀ ଶେର ଅବ୍ବାସ ଷ୍ଟାନିକ୍‌ଜାଇଙ୍କ ନାମ ୟୁଏନ୍‌ଏସ୍‌ସି ୧୯୮୮ କଟକଣା କମିଟି (ତାଲିବାନ୍‌ ସେଙ୍କଶନ୍‌ କମିଟି)ରେ ରହିଛି। କ୍ୟାବିନେଟ୍‌ର ଶୀର୍ଷ ୫ ନେତାଙ୍କୁ ‘ତାଲିବାନ୍‌ ଫାଇଭ୍‌’ କୁହାଯାଉଛି, ଯାହାଙ୍କ ମଧ୍ୟରୁ ୪ ଜଣ ପୂର୍ବରୁ ଗୁଆଣ୍ଟାନାମୋ ବେ’ ଜେଲ୍‌ରେ ଥିଲେ। ସେମାନେ ହେଲେ ମୁଲ୍ଲା ମହମ୍ମଦ ଫଜିଲ (ପ୍ରତିରକ୍ଷା ଉପମନ୍ତ୍ରୀ), ଖଇରୁଲ୍ଲା ଖଇରଖ୍ବା(ସୂଚନା ଓ ସଂସ୍କୃତି ମନ୍ତ୍ରୀ), ମୁଲ୍ଲା ନୁରୁଲ୍ଲା ନୁରି (ସୀମା ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ) ଏବଂ ମୁଲ୍ଲା ଅବ୍‌ଦୁଲ ହକ୍‌ ଓ୍ବାସିକ୍‌ (ଗୋଇନ୍ଦା ନିର୍ଦ୍ଦେଶକ)। ଏହି ଗ୍ରୁପ୍‌ର ପଞ୍ଚମ ସଦସ୍ୟ ମହମ୍ମଦ ନବି ଉମାରିଙ୍କୁ ଖୋସ୍ତ ପ୍ରଦେଶର ଗର୍ଭର୍ନର ନିଯୁକ୍ତ କରାଯାଇଛି। ‘ତାଲିବାନ୍‌ ଫାଇଭ୍‌’ ନେତାଙ୍କୁ ୨୦୧୪ରେ ଓବାମା ପ୍ରଶାସନ ଗୁଆଣ୍ଟାନାମୋ ବେ’ ଜେଲ୍‌ରୁ ମୁକ୍ତ କରିଥିଲେ। ଏହା ବଦଳରେ ଆମେରିକୀୟ ସେନା ଛାଡ଼ିଥିବା ବୋଓ୍ବେ ବର୍ଗଦହଲଙ୍କୁ ତାଲିବାନ୍‌ ମୁକ୍ତ କରିଥିଲା। ୧୯୯୮ରେ ମଜାର୍‌-ଇ-ଶରିଫରେ ଶିଆ ହଜାରା, ତାଜିକ୍‌ ଏବଂ ଉଜ୍‌ବେକ୍‌ ସମୁଦାୟ ଉପରେ ଗୁଳି କରିବାପୁ ଫାଜିଲ ଓ ନୁରି ନିର୍ଦ୍ଦେଶ ଦେଇଥିଲେ। ଦୁଇ ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ଓ ମୌଲବୀ ଅବ୍‌ଦୁଲ ସଲାମ ହନାଫିଙ୍କ ବିରୋଧରେ ମଧ୍ୟ ଡ୍ରଗ୍ସ ଚାଲାଣ ମାମଲା ରହିଛି। ଜାତିସଂଘ ଦୁହିଁଙ୍କୁ କଳାତାଲିକାଭୁକ୍ତ କରିଛି। କାମଚଳା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ହେଉଛନ୍ତି ସୋଭିଏଟ୍‌ ବିରୋଧୀ ଓ୍ବାର୍‌ଲର୍ଡ ଜଲାଲୁଦ୍ଦିନ ହକ୍କାନିଙ୍କ ପୁଅ। ହକ୍କାନି ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ଏହି ଆତଙ୍କର ସୌଦାଗର ୨୦୦୮ରେ କାବୁଲର ଏକ ହୋଟେଲରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜଣେ ଆମେରିକୀୟଙ୍କ ସମେତ ୬ ନିହତ ହୋଇଥିଲେ। ତେଣୁ ସେ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ଓ୍ବାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ଜଳ ଓ ଶକ୍ତି ମନ୍ତ୍ରୀ ମୁଲ୍ଲା ଅବ୍‌ଦୁଲ ଲତିଫ୍‌ ମନ୍‌ସୁର, ଟେଲି କମ୍ୟୁନିକେଶନ୍‌ ମନ୍ତ୍ରୀ ନଜିବୁଲ୍ଲା ହକ୍କାନି, ଅର୍ଥମନ୍ତ୍ରୀ କାଦ୍‌ରି ଦିନ୍‌ ହନିଫ୍‌ ଏବଂ ଆଭ୍ୟନ୍ତରୀଣ ଉପମନ୍ତ୍ରୀ ମୌଲବୀ ନୁର ଜଲାଲଙ୍କ ସମେତ କ୍ୟାବିନେଟର ଅନେକ ସଦସ୍ୟ ଜାତିସଂଘର କଳାତାଲିକାଭୁକ୍ତ ହୋଇଛନ୍ତି।

ପିଏଚ୍‌.ଡି., ମାଷ୍ଟର ଡିଗ୍ରୀର ମୂଲ୍ୟ ନାହିଁ

ଶୀର୍ଷକ ପଢ଼ିଲେ ଜାଣିହେଉଛି ଏହା ଆଫଗାନିସ୍ତାନ ଦଖଲ କରି ସରକାର ଗଢ଼ିଥିବା ତାଲିବାନ୍‌ର ମନ୍ତବ୍ୟ। ପିଏଚ୍‌ଡି କିମ୍ବା ସ୍ନାତକୋତ୍ତର ଡିଗ୍ରୀଗୁଡ଼ିକ ମୂଲ୍ୟବାନ ନୁହେଁ। ଏସବୁ ନ ଥାଇ ମଧ୍ୟ ମୌଲବୀମାନେ ଏତେ
ମହାନ୍‌ ହୋଇପାରିଛନ୍ତି ବୋଲି ତାଲିବାନ୍‌ର ନୂଆ ଶିକ୍ଷାମନ୍ତ୍ରୀ ମୌଲବୀ ନୁରୁଲ୍ଲା ମୁନିର ବୁଧବାର କହିଛନ୍ତି। ମୁନିର କହିଥିଲେ, କ୍ଷମତାରେ ଥିବା ମୁଲ୍ଲା ଓ ତାଲିବାନ୍‌ ନେତାମାନଙ୍କୁ ଦେଖନ୍ତୁ। ସେମାନଙ୍କ ନିକଟରେ ପିଏଚ୍‌ଡି କିମ୍ବା ଏମ୍‌ଏ ଡିଗ୍ରୀ ନାହିଁ। ଏପରି କି ହାଇସ୍କୁଲ ମଧ୍ୟ ପାସ୍‌ କରିନାହାନ୍ତି। କିନ୍ତୁ ସେମାନେ ସମସ୍ତଙ୍କଠାରୁ ମହାନ୍‌। ଉଚ୍ଚଶିକ୍ଷାର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଉଥିବା ଶିକ୍ଷାମନ୍ତ୍ରୀଙ୍କ ଏହି ଲଜ୍ଜାଜନକ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri