୧୪ ମାସ ପରେ ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୫।୮(ବ୍ୟୁରୋ):,ନୟାପଲୀ ଥାନା ଅନ୍ତର୍ଗତ ସାଲିଆସାହିର ରିଙ୍କୁ ସ୍ବାଇଁ ହତ୍ୟା ଘଟଣାର ୧୪ ମାସ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଓ ଖୋର୍ଦ୍ଧାରୁ ଗିରଫ କରିଛି। ସେମାନେ ହେଲେ କଟକ ବାଙ୍କୀର ସୌମ୍ୟରଞ୍ଜନ ମହାପାତ୍ର(୨୩), ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବଳରାମ ବାରିକ(୨୪), ବାଲିପଦରର ଗଣେଶ ବେହେରା(୨୭), ଖଲିକୋଟ ଲକ୍ଷ୍ମୀନାରାୟଣପୁରର ଶୁଭରାଜ ମହାରଣା(୨୨) ଓ ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଅଚ୍ୟୁତାନନ୍ଦ ଦାଶ(୨୩)। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଏୟାର ଗନ୍‌ ଓ ଏକ ପଲସର ବାଇକ ଜବତ କରିଛି। ମାମଲା ନଂ.୨୫୯/୨୦୧୯ ଏବଂ ଆଇପିସି ଦଫା ୩୪୧, ୩୦୭, ୩୨୬, ୪୨୭ ଓ ୩୪ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
୨୦୧୯ ମେ ୨୯ରେ ରିଙ୍କୁ ବାଣୀବିହାର ନିକଟରେ ରହୁଥିବା ସାଙ୍ଗ ପ୍ରକାଶ ରେଡ୍ଡୀଙ୍କ ବିବାହ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବାବେଳେ ସାଲିଆସାହି ନିକଟରେ ଅଭିଯୁକ୍ତମାନେ ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରିଙ୍କୁଙ୍କ ବାପା କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିବର୍ଷ ଜୁନ ୨ରେ ଦୁଇ ଅଭିଯୁକ୍ତ ସନାତନ ରେଡ୍ଡୀ ଓ ବିକ୍ରମ ରେଡ୍ଡୀ ଗିରଫ ହୋଇଥିବାବେଳେ ବାକି ୫ ଅଭିଯୁକ୍ତ ଫେରାର ଥିଲେ। ସେମାନେ ଗିରଫ ଭୟରେ ମାଡ୍ରାସ ପଳାଇ ସେଠାରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ଘରକୁ ପଳାଇ ଆସିଥିଲେ। ହେଲେ ବାଲେଶ୍ୱର ଖନ୍ତାପଡାର ଅଛ୍ୟୁତାନନ୍ଦ ଘରେ ଥିବା ପୋଲିସ ଖବର ପାଇଥିଲା। ପ୍ରଥମେ ତାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ପଚରାଉଚରା କରି ଅନ୍ୟ ୪ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ବରୁଣେଇସ୍ଥିତ ଧାନ କଳ ଓ ପେଟ୍ରୋଲ ପମ୍ପରୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri