୧୨ ସଇରାତରେ ୧୪୪ ଜାରି

ଜଳେଶ୍ୱର, ୨୦।୬(ଡି.ଏନ୍‌.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ ଆସୁଛି ା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କେତେକ ସ୍ଥାନରେ ପ୍ରଶାସନ ଚୋରା ବାଲି ବ୍ୟବସାୟୀଙ୍କୁ ରୋକ ଲଗାଇବାକୁ ଚେଷ୍ଟା କରି ସବ ସ୍ଥାନରେ ସଫଳ ହୋଇପାରୁନାହାନ୍ତି ା
ଶନିବାର ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ୧୨ ବାଲି ସଇରାତରେ ୧୪୪ ଜାରି କରାଯାଇ ଲାଲ୍‌ ପତାକା ପୋତାଯାଇଛି ା ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ପ୍ରହରାଜପୁର, କଣ୍ଟାପାଳ, ମକରମପୁର, ଗୋବରଘଟା, ଦକ୍ଷିଣପ୍ରହରାଜପୁର ଆଦି ସ୍ଥାନରେ ୧୪୪ ଧାରା ବଳବତ୍ତର ରହିଥିବାରୁ ବାଲି ମାଫିଆଙ୍କୁ ଝଟ୍‌କା ଲାଗିଛି ା
ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରେ ପ୍ରାୟ ୨୩ଟି ବାଲି ସଇରାତ ରହିଛି। କେତେକ ସ୍ଥାନରେ ନିଲାମ କାର୍ଯ୍ୟ ଚାଲିଥିବା ବେଳେ ବହୁ ସ୍ଥାନରେ ନିଲାମ ପ୍ରକ୍ରିୟା ହୋଇନାହିଁ। କିନ୍ତୁ ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ହୋଇ ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ସ୍ଥାନରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି। ଫଳରେ ବାଲି ମାଫିଆମାନେ ମାଲେମାଲ ହେଉଛନ୍ତି ା ପୂର୍ବରୁ ଟ୍ରାକ୍ଟର ପିଛା ବାଲି ୫ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୨୬ଶହ ଟଙ୍କାରେ ମିଳୁଛି ା କିନ୍ତୁ ସରକାରୀ ଭାବେ ରାଜସ୍ବ ଟଙ୍କାଟିଏ ମିଳୁନାହିଁ ା
କେତେକ ସ୍ଥାନରେ ତହସିଲ ପକ୍ଷରୁ ଚୋରା ବ୍ୟବସାୟୀଙ୍କୁ ରୋକ ଲଗାଇବା ଲାଗି ଗତ କିଛିଦିନ ଧରି ବାଲି ଉତ୍ତୋଳନ ହେଉଥିବା ରାସ୍ତାରେ ବଡ ବଡ ଗର୍ତ୍ତ ଖୋଳି ଦିଆଯାଇଥିଲା। ହେଲେ ଚୋରା ବାଲି ବ୍ୟବସାୟୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବାରୁ ବାଲିଚାଲାଣ ବନ୍ଦ ହେଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ବୋହିଲେ ଜାଳେଣି କାଠ

ରୂପସା,୨୭।୨(ଡି.ଏନ.ଏ.):ବିଦ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ। ଶିକ୍ଷକ ଭୁଲିଗଲେ ସରକାରଙ୍କ କଟକଣା। ରୋଷେଇ ପାଇଁ ଛାତ୍ରମାନେ ବିଦ୍ୟାଳୟକୁ ବୋହୁଛନ୍ତି ଜାଳେଣି କାଠ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ...

ବଡ଼ବିଲ କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ବଦଳି: ଖାଲି ପଡ଼ିଲା ପଦବୀ, କାର୍ଯ୍ୟ ବାଧାପ୍ରାପ୍ତ

ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ସିଭିଲ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି(ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ) କୋର୍ଟର ମାଜିଷ୍ଟ୍ରେଟ ଆଲୋକ ପଣ୍ଡାଙ୍କର କୋରାପୁଟ ସେମିଳିଗୁଡ଼ାକୁ ବଦଳି...

ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଷ୍ଟ କେନାଲ ସେତୁ

ବାଲେଶ୍ୱର ଅଫିସ ୧୦।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ କଳାମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ ଲଗାଣ ବର୍ଷାରେ...

ସ୍ନାନ ସମୟରେ ଯୁବତୀଙ୍କ ଫଟୋ ଉଠାଇ ନିର୍ଧୁମ ଛେଚା ଖାଇଲେ ଯୁବକ

ବସ୍ତା,୨୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳର ଜନୈକ ଯୁବତୀ ସୋମବାର ସ୍ନାନ କରୁଥିବାବେଳେ ଜଣେ ଯୁବକ ଗୋପନରେ ତାଙ୍କ ଭିଡିଓ ଓ ଫଟୋ ଉଠାଉଥିବା...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ...

ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ବାଲେଶ୍ୱର ଏମ୍‌ପି

ବାଲେଶ୍ୱର ଅଫିସ,୩।୧: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୋମବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ...

ଦଶାହ ଭୋଜି ଖାଇ ୭ ଗୁରୁତର, ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାହାନଗା, ୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଓପଦା ବ୍ଲକ ନରସିଂହପୁର ପଞ୍ଚାୟତର ବାହିଗଢିଆ ଗ୍ରାମରେ ଶନିବାର ରାତିରେ ଦଶାହ ଭୋଜି ଖାଇ କେତେକ ଲୋକ ଝାଡା ବାନ୍ତିରେ...

ସମିତି ଅଫିସ୍‌ରେ ତାଲା ପକାଇଲେ ଚାଷୀ

ତିହିଡ଼ି,୧୧।୬(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ମୌଜାର ୧୭୧ ଜଣ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ମିଳିପାରୁ ନାହିଁ। ଚାଷୀମାନେ ବାରମ୍ବାର ଆନ୍ଦୋଳନ କରି...

Advertisement
Archives

Model This Week