୧୪.୫ ନିୟୁତଙ୍କ ଜୀବନ ପ୍ରତି ବିପଦ

ଡାଭୋସ୍‌,୧୭ା୧: ବିଶ୍ୱ ସମୁଦାୟ ଆଗରେ ସବୁଠୁ ବଡ଼ ଆହ୍ବାନ ରୂପେ ଛିଡ଼ା ହୋଇଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ସଙ୍କଟ ପ୍ରଭାବରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱବ୍ୟାପୀ ୧୪.୫ ନିୟୁତ ଜଣଙ୍କ ମୃତ୍ୟୁ ଘଟିପାରେ। ଏଥିସହ ୧୨.୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରର କ୍ଷତି ହୋଇପାରେ ବୋଲି ମଙ୍ଗଳବାର ସୁଇଜରଲାଣ୍ଡର ଡାଭୋସ୍‌ରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ଏକ ବିଶ୍ଳେଷଣରେ ସତର୍କ କରାଯାଇଛି। ତେବେ ବିଶ୍ୱର ସମସ୍ତ ପକ୍ଷ ନିର୍ଣ୍ଣାୟକ ଓ ରଣନୈତିକ ପଦକ୍ଷେପ ନେଲେ ଏହାର ମୁକାବିଲା ସମ୍ଭବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
‘କ୍ୱାଣ୍ଟିଫାଇଙ୍ଗ୍‌ ଦି ଇମ୍ପାକ୍ଟ ଅଫ୍‌ କ୍ଲାଇମେଟ୍‌ ଚେଞ୍ଜ ଅନ୍‌ ହ୍ୟୁମାନ୍‌ ହେଲ୍‌ଥ’ ଶୀର୍ଷକ ରିପୋର୍ଟ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ବାର୍ଷିକ ବୈଠକ ୨୦୨୪ରେ ଉନ୍ମୋଚିତ ହୋଇଛି। ଏଥିରେ ଜଳବାୟୁ ପରିବର୍ତ୍ତନକୁ ଏକ ନୂଆ ଦୃଷ୍ଟିରୁ ଅନୁଶୀଳନ କରାଯାଇଛି। କ୍ଲାଇମେଟ୍‌ ଚେଞ୍ଜ ଯୋଗୁ ମଣିଷର ସ୍ବାସ୍ଥ୍ୟ, ବୈଶ୍ୱିକ ଅର୍ଥନୀତି ଏବଂ ବିଶ୍ୱର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ପଡ଼ିବାକୁ ଥିବା ପରୋକ୍ଷ ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।
ଓ ବିଶ୍ୱ ଅର୍ଥନୀତିକୁ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କରିବା ଉପରେ ଅଧିକ ଆଲୋଚନା ହେଉଥିବାେଳେ ବିଶ୍ୱର ତାପମାତ୍ରା ବୃଦ୍ଧି କାରଣରୁ ମଣିଷଙ୍କ ସ୍ବାସ୍ଥ୍ୟ ଏବଂ ବୈଶ୍ୱିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଏହାର ନକାରାମତ୍କ ପ୍ରଭାବକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ଡବ୍ଲ୍ୟୁଇଏଫ୍‌ ଏକ୍‌ଜିକ୍ୟୁଟିଭ୍‌ କମିଟି ସଦସ୍ୟ ତଥା ସେଣ୍ଟର୍‌ ଫର୍‌ ହେଲ୍‌ଥ ଆଣ୍ଡ୍‌ ହେଲ୍‌ଥକେୟାର ମୁଖ୍ୟ ଶ୍ୟାମ ବିଶେନ୍‌ ମତ ରଖିଛନ୍ତି। ସେ କହିଛନ୍ତି, ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସ କରା ନ ଗଲେ ଏବଂ ମୁକାବିଲା ପାଇଁ ବୈଶ୍ୱିକ ସ୍ତରରେ ଉନ୍ନତ ଉପାୟ ଓ ଉପକରଣ ବ୍ୟବସ୍ଥା କରା ନ ଗଲେ ସଦ୍ୟ ପ୍ରଗତିକୁ ଆମେ ହରାଇବସିବା। ବିଶେଷକରି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଜଳବାୟୁ ସହିଷ୍ଣୁ ରୂପେ ଗଢ଼ି ତୋଳିବାକୁ ପଡ଼ିବ ବୋଲି ଶ୍ୟାମ କହିଛନ୍ତି। ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧିକୁ ୨.୫ ଡିଗ୍ରୀରୁ ୨.୯ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ସୀମିତ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ଧାର୍ଯ୍ୟ କରିଥିବାବେଳେ ଏହି ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବନ୍ୟା, ମରୁଡ଼ି, ଗ୍ରୀଷ୍ମ ପ୍ରବାହ, କ୍ରାନ୍ତୀମଣ୍ଡଳୀୟ ଝଡ଼, ବନାଗ୍ନି ଓ ସାମୁଦ୍ରିକ ପତ୍ତନ ବୃଦ୍ଧିକୁ ନକାରାମତ୍କ ପ୍ରଭାବ ପାଇଁ ମୁଖ୍ୟତଃ ଦାୟୀ କରାଯାଇଛି। ୨୦୫୦ ସୁଦ୍ଧା ଖାଦ୍ୟ ଅଭାବରୁ ୮.୫ ନିୟୁତ ଓ ମରୁଡ଼ିରେ ୩.୨ ନିୟୁତ ଲୋକ ମୃତ୍ୟୁମୁଖରେ ପଡ଼ିବେ ବୋଲି ସତର୍କ କରାଯାଇଛି। ସେହିପରି ଗ୍ରୀଷ୍ମ ପ୍ରବାହର ପ୍ରଭାବରେ ୭.୧ ଟ୍ରିଲିୟନ୍‌ ଡଲାର କ୍ଷତି ହେବ। ଏଥିରେ ଆଫ୍ରିକା ଓ ଦକ୍ଷିଣ ଏସୀୟ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?