୧୪.୫ ନିୟୁତଙ୍କ ଜୀବନ ପ୍ରତି ବିପଦ

ଡାଭୋସ୍‌,୧୭ା୧: ବିଶ୍ୱ ସମୁଦାୟ ଆଗରେ ସବୁଠୁ ବଡ଼ ଆହ୍ବାନ ରୂପେ ଛିଡ଼ା ହୋଇଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ସଙ୍କଟ ପ୍ରଭାବରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱବ୍ୟାପୀ ୧୪.୫ ନିୟୁତ ଜଣଙ୍କ ମୃତ୍ୟୁ ଘଟିପାରେ। ଏଥିସହ ୧୨.୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରର କ୍ଷତି ହୋଇପାରେ ବୋଲି ମଙ୍ଗଳବାର ସୁଇଜରଲାଣ୍ଡର ଡାଭୋସ୍‌ରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ଏକ ବିଶ୍ଳେଷଣରେ ସତର୍କ କରାଯାଇଛି। ତେବେ ବିଶ୍ୱର ସମସ୍ତ ପକ୍ଷ ନିର୍ଣ୍ଣାୟକ ଓ ରଣନୈତିକ ପଦକ୍ଷେପ ନେଲେ ଏହାର ମୁକାବିଲା ସମ୍ଭବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
‘କ୍ୱାଣ୍ଟିଫାଇଙ୍ଗ୍‌ ଦି ଇମ୍ପାକ୍ଟ ଅଫ୍‌ କ୍ଲାଇମେଟ୍‌ ଚେଞ୍ଜ ଅନ୍‌ ହ୍ୟୁମାନ୍‌ ହେଲ୍‌ଥ’ ଶୀର୍ଷକ ରିପୋର୍ଟ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ବାର୍ଷିକ ବୈଠକ ୨୦୨୪ରେ ଉନ୍ମୋଚିତ ହୋଇଛି। ଏଥିରେ ଜଳବାୟୁ ପରିବର୍ତ୍ତନକୁ ଏକ ନୂଆ ଦୃଷ୍ଟିରୁ ଅନୁଶୀଳନ କରାଯାଇଛି। କ୍ଲାଇମେଟ୍‌ ଚେଞ୍ଜ ଯୋଗୁ ମଣିଷର ସ୍ବାସ୍ଥ୍ୟ, ବୈଶ୍ୱିକ ଅର୍ଥନୀତି ଏବଂ ବିଶ୍ୱର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ପଡ଼ିବାକୁ ଥିବା ପରୋକ୍ଷ ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।
ଓ ବିଶ୍ୱ ଅର୍ଥନୀତିକୁ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କରିବା ଉପରେ ଅଧିକ ଆଲୋଚନା ହେଉଥିବାେଳେ ବିଶ୍ୱର ତାପମାତ୍ରା ବୃଦ୍ଧି କାରଣରୁ ମଣିଷଙ୍କ ସ୍ବାସ୍ଥ୍ୟ ଏବଂ ବୈଶ୍ୱିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଏହାର ନକାରାମତ୍କ ପ୍ରଭାବକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ଡବ୍ଲ୍ୟୁଇଏଫ୍‌ ଏକ୍‌ଜିକ୍ୟୁଟିଭ୍‌ କମିଟି ସଦସ୍ୟ ତଥା ସେଣ୍ଟର୍‌ ଫର୍‌ ହେଲ୍‌ଥ ଆଣ୍ଡ୍‌ ହେଲ୍‌ଥକେୟାର ମୁଖ୍ୟ ଶ୍ୟାମ ବିଶେନ୍‌ ମତ ରଖିଛନ୍ତି। ସେ କହିଛନ୍ତି, ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସ କରା ନ ଗଲେ ଏବଂ ମୁକାବିଲା ପାଇଁ ବୈଶ୍ୱିକ ସ୍ତରରେ ଉନ୍ନତ ଉପାୟ ଓ ଉପକରଣ ବ୍ୟବସ୍ଥା କରା ନ ଗଲେ ସଦ୍ୟ ପ୍ରଗତିକୁ ଆମେ ହରାଇବସିବା। ବିଶେଷକରି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଜଳବାୟୁ ସହିଷ୍ଣୁ ରୂପେ ଗଢ଼ି ତୋଳିବାକୁ ପଡ଼ିବ ବୋଲି ଶ୍ୟାମ କହିଛନ୍ତି। ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧିକୁ ୨.୫ ଡିଗ୍ରୀରୁ ୨.୯ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ସୀମିତ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ଧାର୍ଯ୍ୟ କରିଥିବାବେଳେ ଏହି ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବନ୍ୟା, ମରୁଡ଼ି, ଗ୍ରୀଷ୍ମ ପ୍ରବାହ, କ୍ରାନ୍ତୀମଣ୍ଡଳୀୟ ଝଡ଼, ବନାଗ୍ନି ଓ ସାମୁଦ୍ରିକ ପତ୍ତନ ବୃଦ୍ଧିକୁ ନକାରାମତ୍କ ପ୍ରଭାବ ପାଇଁ ମୁଖ୍ୟତଃ ଦାୟୀ କରାଯାଇଛି। ୨୦୫୦ ସୁଦ୍ଧା ଖାଦ୍ୟ ଅଭାବରୁ ୮.୫ ନିୟୁତ ଓ ମରୁଡ଼ିରେ ୩.୨ ନିୟୁତ ଲୋକ ମୃତ୍ୟୁମୁଖରେ ପଡ଼ିବେ ବୋଲି ସତର୍କ କରାଯାଇଛି। ସେହିପରି ଗ୍ରୀଷ୍ମ ପ୍ରବାହର ପ୍ରଭାବରେ ୭.୧ ଟ୍ରିଲିୟନ୍‌ ଡଲାର କ୍ଷତି ହେବ। ଏଥିରେ ଆଫ୍ରିକା ଓ ଦକ୍ଷିଣ ଏସୀୟ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri