ଲୁଣା-କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିନାହିଁ। ସହରଠାରୁ ମାତ୍ର ୧୦ କିମି ଦୂରରେ ଥିବା ଏହି ଦ୍ୱୀପାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଆଦି ମୌଳିକ ସମସ୍ୟା ଲାଗି ରହିଛି। ଦ୍ୱୀପାଞ୍ଚଳର ୧୩ ଗ୍ରାମ ଏବେ ୩ ବ୍ଲକ ଅଧୀନ ୫ ପଞ୍ଚାୟତରେ ଅଛି। ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ଆଇତିପୁର, ବଳରାମପୁର, ବାଳିସିଂ, ଜଳପୋକ ପଞ୍ଚାୟତ ଅଧୀନରେ ଥିବା ଡିହଜଳପୋକ, ପକ୍ଷଟ, କଣିବାଙ୍କ ସହ ଡେରାବିଶ ବ୍ଲକର ବସପୁର ପଞ୍ଚାୟତ ଅଧୀନରେ ଥିବା ଡିହବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଅଛି। ସେହିପରି ଏଠାରେ ଗରଦପୁର ବ୍ଲକସ୍ଥ ବଙ୍ଗାଳପୁର ପଞ୍ଚାୟତର ସାନସଲାର, ଶିଶୁଆ ଓ ସଠିଲୋ ଗ୍ରାମ ରହିଛି। ଏହି ୧୩ ରାଜସ୍ବ ଗ୍ରାମର ଗୋଟିଏ ପାର୍ଶ୍ୱରେ କରାଣ୍ଡିଆ ନଦୀ ଓ ଅନ୍ୟ ପାର୍ଶ୍ୱରେ ଲୁଣାନଦୀ ପ୍ରବାହିତ ହେଉଛି। ସଠିଲୋ ନିକଟରୁ ଏହି ଦ୍ୱୀପାଞ୍ଚଳ ଆରମ୍ଭ ହୋଇ ଡିହବଳରାମପୁରରେ ଶେଷ ହୋଇଛି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ପନିପରିବା ଚାଷ ହୋଇଥିବା ବେଳେ ଜଳସେଚନ ଓ ଉଠାଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଶେଷ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ନଗେନ୍ଦ୍ର ଜେନା କହିଛନ୍ତି, କରାଣ୍ଡିଆ ନଦୀ ଉପରେ ଏକ ପଥର ଆଡିବନ୍ଧ ନିର୍ମାଣ ଅଧାରେ ଅଟକି ଯାଇଛି। ଲୁଣାନଦୀର ବାମପାର୍ଶ୍ୱ ସୁଦୃଢ଼ ହେଉଥିବା ବେଳେ ଦକ୍ଷିଣପାର୍ଶ୍ୱ ବନ୍ଧର ବହୁ ସ୍ଥାନ ଦୁର୍ବଳ ଅଛି। ମହାନଦୀ ସିଷ୍ଟମରେ ବନ୍ୟାଜଳ ପ୍ରବାହିତ ହେଲେ ଦ୍ୱୀପାଞ୍ଚଳବାସୀଙ୍କ ପାଇଁ ବିପଦ ଘନାଇ ଆସୁଛି। ସେହିପରି ଡିହବଳରାମପୁର ଗଁାର ରମେଶ ଚନ୍ଦ୍ର ସାହାଣୀ କହିଛନ୍ତି, ଦ୍ୱୀପାଞ୍ଚଳରେ ଲୁଣାନଦୀ ବାମପାର୍ଶ୍ୱ ବନ୍ଧର ଲମ୍ବ ୫ କିଲୋମିଟର। ଏଥିରୁ ପ୍ରଥମ ୨ କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଅବଶିଷ୍ଟ ବନ୍ଧ ଜଳସମ୍ପଦ ବିଭାଗ ଅଧୀନରେ ଅଛି। ବିଭିନ୍ନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀବନ୍ଧ ନିର୍ମାଣ ପାଇଁ ଟେଣ୍ଡର ହେଉଥିଲେ ମଧ୍ୟ ପ୍ରକଳ୍ପ ଅଧାପନ୍ତରିଆ ରହୁଛି। ଅପରପକ୍ଷରେ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେହିପରି ଏହି ଦ୍ୱୀପାଞ୍ଚଳରେ ମୌଳିକ ସୁବିଧା ମିଳୁ ନ ଥିବା ଗ୍ରାମବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ନଦୀବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ଦ୍ୱୀପାଞ୍ଚଳର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri