ମୁହଁ ଖୋଲୁନାହାନ୍ତି ରାଜନୈତିକ ଦଳ

ବ୍ରଜରାଜନଗର,୨୫।୫(ଡି.ଏନ.ଏ.): ବ୍ରଜରାଜନଗର ଉପନିିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତା ନିଜ ଏଜେଣ୍ଡାରେ ବିକାଶ କଥା କହୁଛନ୍ତି। ହେଲେ ବ୍ରଜରଜନଗରର ଭାତହାଣ୍ଡି କୁହାଯାଉଥିବା ଓରିଏଣ୍ଟ ପେପର ମିଲ୍‌ ଯାହା ୨୩ବର୍ଷ ହେଲା ବନ୍ଦ ପଡିଛି ସେ ବିଷୟରେ କେହି ମୁହଁ ଖୋଲୁ ନାହାନ୍ତି। ଏ ନେଇ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଭିନ୍ନ ମତ ରଖୁଥିବାବେଳେ ଶାସକଦଳ ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିଥିବା ପ୍ରକାଶ କରିଛି।
ଭାଜପା ମିଡ଼ିଆ ପ୍ରଭାରୀ ସୁଶୀଲ ପୁରୋହିତ କହନ୍ତି, ଦୀର୍ଘ ୨୩ବର୍ଷ ଧରି ଶାସକ ଦଳ ଓରିଏଣ୍ଟ ପେପର ମିଲ ଖୋଲିବାରେ କୌଣସି ଆଗ୍ରହ ଦେଖାଇ ନାହିଁ। ତେଣୁ ମିଲ ଅଧୀନରେ ଥିବା ୯୩୬ଏକର ଜମିର ଲିଜ୍‌ କ୍ୟାନ୍‌ସେଲ୍‌ କରାଯାଉ। ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ କହିଛନ୍ତି, ବାମପନ୍ଥୀ ଦଳକୁ ଯଦି ବ୍ରଜରାଜନଗରବାସୀ ଆଶୀର୍ବାଦ ପ୍ରଦାନ କରିବେ ତେବେ ମିଲ୍‌ ଖୋଲିବା ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରିବେ। କଂଗ୍ରେସ ଦଳର ସହର ସଭାପତି ପ୍ରମୋଦ ପଣ୍ଡା କହନ୍ତି, ଦୀର୍ଘବର୍ଷ ହେଲା କଂଗ୍ରସ ଦଳ କ୍ଷମତା ବାହାରେ ରହିଛି। ବିଗତ ଦିନରେ କଂଗ୍ରେସର ତତ୍କାଳୀନ ବିଧାୟକ ମିଲ୍‌ ସମସ୍ୟା ବିଧାନସଭାରେ ଉତ୍‌ଥାପନ କରିଛନ୍ତି। ହେଲେ ତାଙ୍କ ଦାବିକୁ ବିଜେଡି ସରକାର ଶୁଣିନାହାନ୍ତି। ଦଳ କ୍ଷମତାକୁ ଆସିଲେ ପେପର ମିଲ୍‌ର ପୁନଃ ଉଦ୍ଧାର ହେବା ନିଶ୍ଚିତ। ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ ଅଭିଯୋଗର ସତ୍ୟତା ନ ଥିବା ପ୍ରକାଶ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ପ୍ରଭାତ ଦାଶ। ସେ କହିଛନ୍ତି, ପେପର ମିଲ୍‌ ବନ୍ଦଠାରୁ ୨୦୧୯ ପର୍ଯ୍ୟନ୍ତ ଅନ୍ୟ ଦଳର ବିଧାୟକମାନେ ବ୍ରଜରାଜନଗରରୁ ପ୍ରତିନିଧିତ୍ୱ କରୁଥିଲେ। ଦିନେ ହେଲେ ମିଲ୍‌ ଖୋଲିବା ନେଇ ବିଧାନସଭାରେ ମୁହଁ ଖୋଲି ନାହାନ୍ତି। ୨o୧୯ରେ ବିଜେଡିର କିଶୋର ମହାନ୍ତି ନିର୍ବାଚିତ ହେଲା ପରେ ମିଲ ସମସ୍ୟା ଉତ୍‌ଥାପନ କରିବା ସହିତ ରାଜ୍ୟ ସରକାରଙ୍କ ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଚଳିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହେଲେ ମିଲ୍‌ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷେ ଏହି ମିଲ୍‌ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବ୍ରଜରାଜନଗରବାସୀ ନିିର୍ଭରଶୀଳ। ତେଣୁ ଯେଉଁ ଦଳ ମିଲ୍‌ ଖୋଲିପାରିବ ସେହି ଦଳ ହିଁ ବିକାଶ କରିପାରିବ ବୋଲି ଅଞ୍ଚଳବାସୀ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?