Posted inଜାତୀୟ

୧୩ ଚାଷୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା

ନୂଆଦିଲ୍ଲୀ,୨୫ା୧୨:ଗତ ସେପ୍ଟେମ୍ବରରେ ନିଜେ ଆଣିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ରାଜି ହେଉନାହାନ୍ତି । ଏହାକୁ ହଟାଇବା ଦାବିରେ ଚାଲିଥିବା ଆନ୍ଦୋଳନକୁ ମାସେ ପୂରିବାକୁ ଯାଉଥିବାବେଳେ ଚାଷୀଙ୍କ ଭାବାବେଗ ସହ କେନ୍ଦ୍ର ଖେଳୁଥିବା କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ ଆଣିଛନ୍ତି । କାରଣ ସରକାର କେବେ ଆଲୋଚନା ପାଇଁ ଟେବୁଲକୁ ଡାକୁଛନ୍ତି ତ ପୁଣି କେତେବେଳେ ସେମାନଙ୍କୁ ମିଥ୍ୟା ମାମଲାରେ ଫସାଉଛନ୍ତି ।

କେନ୍ଦ୍ରର ୩ ବିବାଦୀୟ କୃଷି ଆଇନକୁ ଉଚ୍ଛେଦ କରିବା ଦାବିରେ ନଭେମ୍ବର ୨୬ରୁ କୃଷକ ସଙ୍ଗଠନଗୁଡ଼ିକ ଆନ୍ଦୋଳନ ଚଳାଇଥିଲେ ହେଁ ସେମାନଙ୍କ କଥା ସରକାର ଶୁଣୁନାହାନ୍ତି। ଏହାର ପ୍ରତିବାଦରେ ଏକ କୃଷକ ଗୋଷ୍ଠୀ ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କୁ ଅମ୍ବାଲା ସହରର ଅଗ୍ରସେନ ଛକରେ କଳାପତାକା ଦେଖାଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ତାଙ୍କ ମୋଟରକେଡ୍‌କୁ ଅଟକାଇବାକୁ ଯାଇ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଲାଠି ଫିଙ୍ଗିଥିବା ହରିୟାଣା ପୋଲିସ କହିଛି। ଏହାସହ ପୋଲିସ ୧୩ ଚାଷୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଦଙ୍ଗା ଭିଆଇବା ଅଭିଯୋଗରେ ମାମଲା ରୁଜୁ କରିଛି। ହରିୟାଣାର ଭାଜପା ସରକାର ଚାଷୀଙ୍କ ନାଁରେ ଏପରି ମାମଲା ରୁଜୁ କରି ସବୁ ସୀମା ଲଂଘିଛି। ଏଥିରୁ ସରକାରଙ୍କ ହତାଶା ପ୍ରତିଫଳିତ ହେଉଥିବା ରାଜ୍ୟ କଂଗ୍ରେସ ସଭାପତି କୁମାରୀ ସେଲ୍‌ଜା ସମାଲୋଚନା କରିଛନ୍ତି।
ଏସବୁକୁ ଦୃଷ୍ଟିରେ ରଖି କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡ଼ିଛି। ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ପାର୍ଲାମେଣ୍ଟର ଏକ ମିଳିତ ଅଧିବେଶନ ଡାକିବାକୁ ଦଳ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ସେପଟେ ଦିଲ୍ଲୀରେ ତାପମାତ୍ରା ଲଗାତର ଭାବେ କମିବାରେ ଲାଗିଥିବାବେଳେ ସିଙ୍ଘୁ, ଗାଜିପୁର ଓ ଟିକ୍ରି ସୀମାରେ ହଜାର ହଜାର ଚାଷୀ ଶୀତ କାକର ସହି ନିଜ ଦାବିରେ ଅଡ଼ିବସିଛନ୍ତି। କେନ୍ଦ୍ର ସରକାର ଗୁରୁବାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ଆଲୋଚନା ପାଇଁ ପୁଣି ଥରେ ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। କୃଷି ମନ୍ତ୍ରଣାଳୟ ଯୁଗ୍ମ ସଚିବ ବିବେକ ଅଗ୍ରଓ୍ବାଲଙ୍କଠାରୁ ୪୦ କୃଷକ ନେତାଙ୍କ ପାଖକୁ ଉକ୍ତ ଚିଠି ପଠାଯାଇଛି। ସରକାର ସବୁ ପ୍ରସଙ୍ଗରେ ଖୋଲା ହୃଦୟରେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ତାରିଖ ସ୍ଥିର କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ପ୍ରକାଶ ଯେ, ପୂର୍ବରୁ ୫ ପର୍ଯ୍ୟାୟରେ କେନ୍ଦ୍ର-କୃଷକଙ୍କ ମଧ୍ୟରେ ବୈଠକ ହୋଇଥିଲା। ତେବେ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଡ଼ିବସିଥିବାରୁ ଆଲୋଚନା ନିଷ୍ଫଳ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ମୋଦି ୯ କୋଟି ଚାଷୀଙ୍କ ସହ ଭର୍ଚୁଆଲ ବୈଠକ କରିବେ। କୃଷି ଆଇନ ଆଣିବା ପଛରେ କେନ୍ଦ୍ରର ଲକ୍ଷ୍ୟ ସମ୍ପର୍କରେ ସେ ଚାଷୀମାନଙ୍କୁ ବୁଝାଇବା ସହ ପିଏମ୍‌-କିଷାନ ଯୋଜନାରେ ପରବର୍ତ୍ତୀ ପର୍ଯ୍ୟାୟ ଆର୍ଥତ୍କ ସହାୟତା ସ୍ବରୂପ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri