Posted inଜାତୀୟ

୧୩ ବିମାନ ବନ୍ଦର ଘରୋଇକରଣକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୦ା୯: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମନେଟାଇଜେଶନ ପାଇପଲାଇନ ପ୍ରସ୍ତାବ ମୁତାବକ ୧୩ ବିମାନ ବନ୍ଦର ଘରୋଇକରଣକୁ ଚୂଡାନ୍ତ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଝାରସୁଗୁଡା ବିମାନ ବନ୍ଦର ମଧ୍ୟ ସାମିଲ ରହିଛି। ୨୦୨୪ ସୁଦ୍ଧା ଏଭଳି ପଦକ୍ଷେପ ଦ୍ୱାରା ୩,୬୬୦ କୋଟି ଟଙ୍କା ଘରୋଇ ପୁଞ୍ଜି ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀଙ୍କ କହିବା ମୁତାବକ, ଭାରତୀୟ ବିମାନ ବନ୍ଦର କର୍ତ୍ତପକ୍ଷ(ଏଏଆଇ)ର ବୋର୍ଡ ୬ ପ୍ରମୁଖ ବିମାନ ବନ୍ଦର ଯଥା- ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଏବଂ ୭ ଛୋଟ ବିମାନ ବନ୍ଦରର ଘରୋଇକରଣ ନେଇ ମଞ୍ଜୁରୀ ପ୍ରଦାନ କରିଛି। ଛୋଟ ବିମାନ ବନ୍ଦର ମଧ୍ୟରେ ଝାରସୁଗୁଡା, ଗୟା, କୁସି ନଗର, କଙ୍ଗ୍ରା, ତିରୁପତି, ଜବଲପୁର ଓ ଜଲଗାଓଁ ରହିଛି।
୨୦୨୨ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ପ୍ରକ୍ରିୟା ଲାଗି ବିଡ୍‌ ଡକାଯିବ। ଏଥି ସଂକ୍ରାନ୍ତ ବିଭିନ୍ନ ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଏଏଆଇ ଏକ କନସଲ୍‌ଟାଣ୍ଟ ନିଯୁକ୍ତ କରିବ। ପ୍ରଥମ ଥର ଲାଗି ବଡ଼ ବିମାନ ବନ୍ଦର ସହ ଛୋଟ ଛୋଟ ବିମାନ ବନ୍ଦରଗୁଡିକୁ ଘରୋଇକରଣ କରିବାକୁ ଏଭଳି ପ୍ରକ୍ରିୟା ଜାରି କରାଯାଇଛି। ବିମାନ ବନ୍ଦର ପରିଚାଳନା କ୍ଷେତ୍ରରେ ଘରୋଇ କ୍ଷେତ୍ର ନିବେଶ ଏବଂ ସହଯୋଗିତାକୁ ନଜରରେ ରଖି ଜାତୀୟ ମୁଦ୍ରୀକରଣ ପାଇପଲାଇନରେ ବିଭିନ୍ନ ପ୍ରସ୍ତାବ ରଖାଯାଇଥିବା ନୀତି ଆୟୋଗ କହିଥିଲା। ଜିଏମ୍‌ଆର୍‌ ଏବଂ ଆଦାନୀ ଗ୍ରୁପ ବାଦ ଅନ୍ୟ କିଛି ଛୋଟ ଗ୍ରୁପ ବିମାନ ବନ୍ଦର ପରିଚାଳନା କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ବୋଲି ଭିତ୍ତିଭୂମି ଫାର୍ମର ଜଣେ ଏକଜିକ୍ୟୁଟିଭ କହିଛନ୍ତି। ବଡ ବଡ କମ୍ପାନୀଗୁଡିକ ଛୋଟ ବିମାନ ବନ୍ଦର ପ୍ରତି ଏତେଟା ଆଗ୍ରହ ଦେଖାଉ ନଥିବା ସେ ମତ ପ୍ରକାଶ କରିଛନ୍ତି।
ଗତ ଥର ହୋଇଥିବା ବିଡିଂ ପ୍ରକ୍ରିୟାରେ ଆଦାନୀ ଗ୍ରୁପ ୬ଟି ବିମାନ ବନ୍ଦର ପରିଚାଳନା ଲାଗି ମଞ୍ଜୁରୀ ଲାଭ କରିଛି। ଏହି ବିମାନ ବନ୍ଦରଗୁଡିକ ମଧ୍ୟରେ ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌ, ଥିରୁଭାନନ୍ତପୁରମ, ମାଙ୍ଗାଲୋର, ଗୁଆହାଟି ସାମିଲ ରହିଛି। କରୋନା ପାଇଁ ଯାତ୍ରୀ ଟ୍ରାଫିକ କ୍ଷେତ୍ରରେ ହ୍ରାସ ହୋଇଥିଲେ ମଧ୍ୟ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟାରେ କମ୍ପାନୀଗୁଡିକର ଯୋଗଦାନ ହାର କମିନାହିଁ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri