୧,୨୮,୨୫୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ଖୋର୍ଦ୍ଧା ଅଫିସ,୩୧।୧୨:ପୋଲିଓ ପ୍ରତିଷେଧକ ଟିକାକରଣ ଲାଗି ଜିଲା ଟାସ୍କ ର୍ଫୋସ କମିଟି ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାରେ ଜାନୁୟାରୀ ୧୭,୧୮ ଓ ୧୯ରେ ଜନ୍ମଠାରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା.ବିଶ୍ୱରଞ୍ଜନ ପତି କହିଥିଲେ, ବିଏମ୍‌ସିକୁ ବାଦ ଦେଇ ଜିଲାରେ ୧,୨୮,୫୦୦ ଶିଶୁଙ୍କୁ ପଲସ୍‌ ପୋଲିଓ ବୁନ୍ଦା ଦିଆଯିବ। ୬୦୦ଟି ପୋଲିଓ ବୁଥ କରାଯିବ। ବସଷ୍ଟାଣ୍ଡ, ରେଳଷ୍ଟେଶନରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାର ସୁପରିଚାଳନା ପାଇଁ ୪୦ ଟ୍ରାନଜିଟ ଟମ୍‌ ଓ ୨୨ଟି ମୋବାଇଲ ଟିମ୍‌ ରହିବ। ପୋଲିଓ ବୁଥ୍‌ରେ ପିଲାଙ୍କୁ ଏହି ପ୍ରତିଷେଧକ ଦିଆଯିବ। କୌଣସି କାରଣରୁ ରହିଯାଇଥିବା ଶିଶୁଙ୍କୁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦେବେ। ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯିବ ବୋଲି କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭୁବନେଶ୍ୱର ପ୍ରତିନିଧି ଡା.ସୁନିଲ କୁମାର ଦାସ, ଅତିିରିକ୍ତ ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଦ୍ୱାରିକାନାଥ ଶତପଥୀ, ଗୀତାଞ୍ଜଳି ଦାସଙ୍କ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀମାନେ ଯୋଗଦେଇଥିଲେ। ଖୋର୍ଦ୍ଧା ଜିଲାରେ ସ୍ବତନ୍ତ୍ର ଟିକାକରଣ ନଭେମ୍ବର ୨୦ରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୦୨୧ ଫେବୃୟାରୀ ୨୦ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ଶିଶୁମାନେ ଯକ୍ଷ୍ମା, ଡିପଥୋରିଆ, ଟିଟାନସ, ମିଳିମିଳା, ରୁବେଲା ଏବଂ ପୋଲିଓ ପ୍ରତିଷେଧକ ଟିକା ନେଇନାହାନ୍ତି ମୋନଙ୍କୁ ପ୍ରତିଷେଧକ ଟୀକା ଦିଆଯାଇଛି ବୋଲି ସିଡିଏମଓ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ...

ପାର୍ବଣ ଭିଡ଼ ଉପରେ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପାର୍ବଣକୁ ନେଇ ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କୋଭିଡ୍‌ ସଂକ୍ରମଣ ଆଶଙ୍କା ଥିବାରୁ ସେମାନେ ପୁଣି ଚେତାବନୀ ଦେଇଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଛାତରୁ ଡେଇଁ ଧରାପଡ଼ିଲେ ନାବାଳକ

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ପୋଲିସ ପୂର୍ବରୁ ଅନେକ ବିବାଦରେ ରହିଆସିଛି। ଗୁରୁବାର ପୁଣି ଏକ ବିବାଦୀୟ ଘଟଣା ଘଟିଛି। ଯୁଯୁମୁରା ଅଞ୍ଚଳର ଜଣେ...

ନଭେମ୍ବର ୧୬ରୁ ସ୍କୁଲ ଯିବେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ...

ସବାଇ ଘାସ: ବର୍ଷକୁ ୩୦୦ କୋଟି କାରବାର

ବାରିପଦା ଅଫିସ, ୮।୭-ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଗରିବ ଆଦିବାସୀ ପରିବାର ଲୋକେ ସବାଇ ଘାସରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସବାଇଘାସରୁ ପ୍ରସ୍ତୁତ ଉନ୍ନତ ମାନର...

କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଅଫିସ, ୨୯।୭-କରୋନାରେ ପ୍ରାଣ ହରାଇଥିବା ଗଜପତି ଜିଲାର ଅତିରିକ୍ତ ଜିଲାପାଳ କରୁଣାକର ରାଇକାଙ୍କୁ ସୋମବାର ବାଲେଶ୍ୱର ଜିଲା ସଦ୍‌ଭାବନା ଗୃହରେ ଜିଲା ପ୍ରଶାସନ ପକ୍ଷରୁ...

ବିକ୍ଷୋଭ ପରେ ଘୁଞ୍ଚିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ୱର, ୯।୬(ବ୍ୟୁରୋ): ଛାତ୍ରୀଙ୍କ ବିକ୍ଷୋଭ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା...

ତାରାତାରିଣୀଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ: ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପୁରୁଷୋତ୍ତମପୁର,୩୧।୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି...

Advertisement
Archives

Model This Week