ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୧ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୪ ହଜାର ୦୦୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩ ଆକ୍ରାନ୍ତ ଥିବା ବେଳେ ବାଲେଶ୍ୱରରୁ ୩, ଭଦ୍ରକରୁ ୧, କଟକରୁ ୧୦, ଦେବଗଡ଼ରୁ ୨, ଗଜପତିରୁ ୪, ଗଞ୍ଜାମ ୧, ଜଗତ୍‌ସିଂହପୁରରୁ ୨, ଯାଜପୁରରୁ ୫, ମୟୂରଭଞ୍ଜରୁ ୮, ନୟାଗଡ଼ରୁ ୧, ପୁରୀରୁ ୨ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୧୯ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୨ ଅଛନ୍ତି।