Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିପାରନ୍ତି। ଆଜିର ଖର୍ଚ୍ଚ ସକାଶେ କେଉଁଠୁନା କେଉଁଠୁ ଅର୍ଥ ପାଇଯିବେ । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଯେତେ ସତର୍କରେ କାମ କଲେ ମଧ୍ୟ କର୍ମ କ୍ଷେତ୍ରରେ ଟେନ୍ସନ ଲାଗି ରହିବ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ସଫଳତା ପାଇବେ।
ବୃଷ
ବୃଷ
ପାରିବାରିକ ଦ୍ୱନ୍ଦ୍ୱ ସହ ସାମାଜିକ ସ୍ଥିତି ସୁଦୃଢ ରହିବ। ସମୂହସ୍ବାର୍ଥକୁ ପ୍ରାଧାନ୍ୟଦେବା କାରଣରୁ ଭାବମୂର୍ତ୍ତି ଉଜ୍ଜ୍ୱଳିତ ହେବ । ପ୍ରତିଷ୍ଠା, ପ୍ରଶଂସା ପାଇବା ସହ ପର୍ଯ୍ୟଟନ, କାରିଗରୀ, କ୍ରୀଡା ଓ ଚଳଚ୍ଚିତ୍ର ପ୍ରଭୃତିରେ ପ୍ରଶଂସିତ ହେବେ। କିନ୍ତୁ ବହୁବ୍ୟୟ ଓ ଆମତ୍ୀୟ ତଥା ନିକଟ ସମ୍ପର୍କୀୟଙ୍କ ହତାଦର ଭାବରୁ ସାମୟିକ ଦୁଃଖିତ ହୋଇପାରନ୍ତି।
ମିଥୁନ
ମିଥୁନ
ପରିବାରରେ ପିଲାମାନଙ୍କ ମତକୁ ପ୍ରାଧାନ୍ୟ ଦେଇ କାମ କରିବେ । ସମସ୍ୟା ସମାଧାନର ପନ୍ଥା ଅବଶ୍ୟ ଖୋଜି ପାଇବାରେ ଅସୁବିଧା ହେବ ନାହିଁ । ଯେଉଁଥିପାଇଁ ମନରେ ବ୍ୟଗ୍ରତା ଭରି ରହିଛି, ଆଜିହିଁ ତାହା ପ୍ରାପ୍ତହୋଇ ମନକୁ ଖୁସୀ କରିଦେବ । କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ଜଣେ ପଦସ୍ଥ ବ୍ୟକ୍ତି ସହାୟତା କରିବେ ।
କର୍କଟ
କର୍କଟ
ଅର୍ଥବ୍ୟୟ, ଦୂରଯାତ୍ରା, ପରୋକ୍ଷଶତ୍ରୁତା ଓ କାର୍ଯ୍ୟହାନୀ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ । ପରିସ୍ଥିତି ବଶତଃ ବିବାଦୀୟ ଘଟଣାକୁ ନେଇ ଆଲୋଚନା କରିପାରନ୍ତି । ଉଚ୍ଚ ପଦାଧୀକାରୀଙ୍କ ସହ କୈାଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ଘରୋଇ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାରୁ ମନ ଠିକ୍‌ ରହିବ ନାହିଁ ।
ସି˚ହ
ସି˚ହ
କୌଣସି କ୍ଷେତ୍ରରେ ପଛକୁ ଫେରିବେ ନାହିଁ । ସକାଳୁ ସକାଳୁ ଯାତ୍ରାରେ ଅଭିଳଷିତ ଜିନିଷ ହାସଲ କରି ପାରିବେ । ଅଟକି ରହିଥିବା କାମ, ପାଇବାକୁ ଥିବା କିଛି ଅର୍ଥ, ବନ୍ଧୁବର୍ଗଙ୍କ ସାହାଯ୍ୟ ଆଯାଚିତ ଭାବରେ ମିଳିବ। ପରିବାର ମଧ୍ୟରେ ଥିବା କିଛି ସମସ୍ୟା ନେଇ ଆଲୋଚନା ସନ୍ତୋଷ ଜନକ ହେବ । ଅବଶ୍ୟ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ ।
କନ୍ୟା
ଅର୍ଥପାଇବେ ଏବଂ ପାରିବାରିକ ସୁଖସୌହାର୍ଦ୍ଦ୍ୟ ମଧ୍ୟରେ ଦିନଟି ଅତିବାହିତ ହେବ । କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ ଲୋକଙ୍କ ସହ ଜମିଜମା କିମ୍ବା ଗୃହସୀମାକୁ ନେଇ କଳହର ଆଶଙ୍କା ରହିଛି । ଭୁଲ୍‌ ବୁଝାମଣାରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିଳମ୍ବିତ ସମୟରେ କାମ ଗୁଡିକ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇପାରେ।
ତୁଳା
ତୁଳା
ସୁଖ, ସୌହାର୍ଦ୍ଦ୍ୟ ଭିତରେ ପୂର୍ବ ସମସ୍ୟା ମନକୁ ସାମୟିକ ବିଚଳିତ କରି ରଖିବ। ପରିବାରର ଆବଶ୍ୟକୀୟ ଅର୍ଥ ଯୋଗାଡ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ। ଆନୁଷ୍ଠାନିକ କାମ, ସଭାସମିତି, ନୂତନ ଉଦ୍ୟୋଗ ଏବଂ ସାଂସ୍କୃତିକ କାମରେ ସହଭାଗୀତା ହେଲେ ପ୍ରତିଷ୍ଠାର୍ଜନ କରିପାରିବେ।
ବିଛା
ବିଛା
ନିଜକାମରେ ମନ ନ ଦେଇ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାଇଲେ ମନସ୍ତାପ କରିବାକୁ ପଡିବ । ଅବଶ୍ୟ ଅର୍ଥପାଇଲେ ମଧ୍ୟ ଆଜିର ଯାତ୍ରା, ବ୍ୟବସାୟ କେତେକାଂଶରେ ଅସ୍ଥିରତାଯୁକ୍ତ ରହିବ । ଆପଣଙ୍କ କାମ ନେଇ ଅନ୍ୟମାନେ ପ୍ରଶଂସା କରିପାରନ୍ତି। ସାହିତ୍ୟ, ସ୍ଥଗିତକାର୍ଯ୍ୟ ଓ ସନ୍ତାନଙ୍କ ସକାଶେ କିଛିଟା ଉନ୍ନତିର ଆଲୋକ ଦେଖିପାରିବେ ।
ଧନୁ
ଧନୁ
ଦୈହିକ ସୁସ୍ଥତା ସହ ଅଭିଳଷିତ କର୍ମାସାଫଲ୍ୟରୁ ଖୁସୀ ରହିବେ । କିନ୍ତୁ ସନ୍ତାନଙ୍କ କୃତ ସମସ୍ୟା, ବନ୍ଧୁ ସମ୍ପର୍କରେ ନୂ୍ୟନତା,କହିଥିବା କଥାକୁ କେନ୍ଦ୍ରକରି ବିରୋଧାଭାଷ ସାମୟିକ ଅସ୍ଥିରତା ସୃଷ୍ଟି କରିପାରେ । ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁ ମାନଙ୍କ ପରାମର୍ଶକୁ ଗ୍ରହଣ କରିପାରନ୍ତି। ଆଜି ଜଣେ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇପାରନ୍ତି।
ମକର
ମକର
ଭୁଲ୍‌ ନିଷ୍ପତି ନେଇ ହଟହଟା ହେବାକୁ ପଡିପାରେ। ସନ୍ତାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ସଙ୍ଗକୁ ପରିବାର ଅପୂରଣୀୟ ଆବଶ୍ୟକତା ଦୁଃଶ୍ଚିନ୍ତାର ମାତ୍ରାକୁ ବଢାଇ ଦେଇପାରେ। ବ୍ୟତିକ୍ରମର ସମାଧାନ ସଙ୍ଗକୁ ଶୃଙ୍ଖଳା ରକ୍ଷା କରିବାରେ ନିକଟ ସମ୍ପର୍କୀୟଙ୍କ ସହାୟତାର ଆବଶ୍ୟକତା ରହିଛି । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।
କୁମ୍ଭ
କୁମ୍ଭ
ପୂର୍ବ ପରିକଳ୍ପିତ ନୂତନ ଯୋଜନାକୁ ସାକାର କରିବା ଦିଗରେ ବନ୍ଧୁବର୍ଗଙ୍କ ସାହାଯ୍ୟ ଲୋଡିପାରନ୍ତି। ଆଜି ନିଜସ୍ବ ଢଙ୍ଗରେ କାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିବେ । କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଲଢେଇ କଲେ ମଧ୍ୟ ପ୍ରତିଦାନରେ କିଛି ପାଇବେ ନାହିଁ । କୃଷି, ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବ ।
ମୀନମୀନ
ମନକୁ ପ୍ରଫୁଲ୍ଲିତ ରଖିବା ସହ ନୂତନ ସମ୍ପର୍କ ସ୍ଥାପନ କରାଇବ । ଭ୍ରମଣ, ବ୍ୟବସାୟ, ମୂଲ୍ୟବାନ୍‌ ଦ୍ରବ୍ୟ କୟ କରିବା ପାଇଁ ମନ ବଳାଇ ପାରନ୍ତି। ସ୍ବାସ୍ଥ୍ୟ ବିଶେଷ ଭଲ ନରହିଲେ ମଧ୍ୟ ଦୃଢ ମନୋବଳ ହେତୁ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ। ଅନଷ୍ଠାନିକ କାମରେ ସଫଳତା ପାଇବେ। ମାତ୍ର ଦାମ୍ପତ୍ୟ ଜୀବନରେ ବୁଝାମଣା ଠିକ୍‌ ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri