Posted inଫୁରସତ

ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍‌ବେରି

ଲଣ୍ଡନ: ଚକୋଲେଟ୍‌ ସମସ୍ତଙ୍କୁ ପସନ୍ଦ  । ଯାହାକୁ ଦେଖିଲେ ଖାଇବାକୁ ଇଚ୍ଛାହୁଏ।  ହେଲେ ଏପରି ଏକ ଚକୋଲେଟ୍‌ ଅଛି, ତାକୁ କେବଳ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ। ୧୨୧ ବର୍ଷ ପୁରୁଣା ଏହି କାଡ୍‌ବେରି ଚକୋଲେଟ୍‌ ଏବେ ନିଲାମ ହେବ। ଏହି ଖାସ୍‌ ଚକୋଲେଟ୍‌ ୧୯୦୨ରେ ରାଜା ଏଡ୍‌ୱାଡ୍‌ ୭ମ ଏବଂ ରାଣୀ ଆଲେକ୍‌ଜାଣ୍ଡାରଙ୍କ ଅଭିଷେକ ସମୟରେ ତିଆରି କରାଯାଇଥିଲା। ସେତେବେଳେ ଏହି ଚକୋଲେଟ୍‌ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଦିଆଯାଇଥିଲା। ହେଲେ ୯ମ ଶ୍ରେଣୀର ଛାତ୍ରୀ ମେରି ଏନ୍‌ ବ୍ଲୋକ୍‌ମୋର ଏହି ଚକୋଲେଟ୍‌କୁ ନ ଖାଇ ରାଜାରାଣୀଙ୍କ ଅଭିଷେକ ସନ୍ତକ ଭାବେ ଏହାକୁ ରଖିଥିଲେ। ଏହି ଚକୋଲେଟ୍‌ ଏବେ ମେରିଙ୍କ ପରିବାରରେ ଅଛି। ମେରିଙ୍କ ନାତି ଜିନ୍‌ ଥମ୍‌ସନ୍‌ ଏବଂ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ଙ୍କୁ ବର୍ତ୍ତମାନ ୭୨ ବର୍ଷ ହୋଇଥିବାବେଳେ ସେ ଏହି କାଡ୍‌ବରି ଚକୋଲେଟ୍‌ର ଟିଣ ଡବାକୁ ନେଇ ହାନ୍‌ସନର ନିଲାମୀ କର୍ମକର୍ତ୍ତାଙ୍କ ପାଖକୁ ଯାଇଥିଲେ। ହାନ୍‌ସନ ଅକ୍ସିନିୟର୍ସର ମୋରଭେନ୍‌ ଫେୟାରଲି କହିଛନ୍ତି, ସେ ସମୟରେ ଏକା ଏକ ବଡ଼ ଉପହାର ଥିଲା। କାରଣ ସେ ସମୟରେ ପିଲାଙ୍କୁ ଚକୋଲେଟ୍‌ ଦିଆଯାଉ ନ ଥିଲା। ସେତେବେଳେ ମେରିଙ୍କ ପାଇଁ ଏହା ଏତେ ବଡ଼ ଉପହାର ଥିଲା ଯେ ସେ ଏହାକୁ ନ ଖାଇ ସାଇତି ରଖିଥିଲେ। ଏହି ଚକୋଲେଟ୍‌ର ଟିଣ ଡବା ଉପରେ ରାଜା ଏଡ୍‌ୱାଡ୍‌ ୭ମ ଏବଂ ରାଣୀ ଆଲେକ୍‌ଜାଣ୍ଡାରଙ୍କ ଚିତ୍ର ମଧ୍ୟ ରହିଛି। କାଡ୍‌ବରି ଭାନିଲା ଚକୋଲେଟ୍‌ ନିଲାମରେ ୧୦୦ରୁ ୧୫୦ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୧୬ ହଜାର ଟଙ୍କା ପ୍ରାପ୍ତ ହେବ ବୋଲି ଆଶା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri