Posted inଜାତୀୟ

ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଧର୍ମ ଜାଣିଲେ ସ୍ବାମୀ

ଲକ୍ଷ୍ନୌ, ୨୩।୯: ଉତ୍ତର ପ୍ରଦେଶ ଅଯୋଧ୍ୟା ଶହନଓ୍ବାଜପୁର ଜଗବୀର କୋରି ସ୍ତ୍ରୀ ପୂଜା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବାହାଘରର ୧୨ ବର୍ଷ ପରେ ଜାଣିବାକୁ ପାଇଛନ୍ତି। ସ୍ତ୍ରୀଙ୍କ ପ୍ରକୃତ ନାମ ହସିନା ବନୋ। ସ୍ତ୍ରୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଧମକାଉଥିବା ନେଇ ଜଗବରୀର ଥାନାରେ ଅଭିଯୋଗ କରିଛନ୍ତି। କିଛିବର୍ଷ ପୂର୍ବେ ହସିନା କେତେଜଣ ପିଲାଙ୍କୁ ଇସ୍‌ଲାମ ପାଠ ପଢ଼ାଉଥିବା ସ୍ବାମୀ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସ୍ତ୍ରୀଙ୍କୁ ପଚାରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ହସିନା ଘରଛାଡ଼ି ତାଙ୍କ ବାପ ଘରକୁ ଚାଲିଯାଇଥିଲେ। କିଛିଦିନ ପରେ ହସିନା ପୁଣି ଜଗବୀରଙ୍କ ପାଖକୁ ଫେରିଥିଲେ। ମାମୁଁଘରୁ ଫେରିବା ପରେ ପୁଅର ଯୋନ୍ୟକୁୁର କଟାଯାଇଥିବା ବାପା ଜଗବୀର ଜାଣିବାକୁ ପାଇଲେ। ଏହାପରେ ହସିନାଙ୍କ ପରିବାର ଲୋକେ ଜଗବୀରଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ସ୍ଥାନୀୟ ଗୁଣ୍ଡା ନସୀରଙ୍କୁ ତାଙ୍କ ପଛରେ ଲଗାଇଦେଲେ। ଯଦି ଜଗବୀର ମୁସଲମାନ ଧର୍ମ ଗ୍ରହଣ ନ କରନ୍ତି ତେବେ ତାଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା କରିବାର ଧମକ ସେ ଦେଉଥିଲେ। ଅଭିଯୋଗ ପରେ ସ୍ଥାନୀୟ ପୋଲିସ ନସୀରଙ୍କୁ ଗିରଫ କରିନେଇଛି। ୧୨ ବର୍ଷ ପୂର୍ବେ ଏକ ରେଳ ଷ୍ଟେଶନ୍‌ରେ ଜଗବୀର ହସିନାଙ୍କ ଭେଟ ହୋଇଥିଲା। ହସିନା ଜଣେ ଅସହାୟ ବୋଲି କହିବା ପରେ ଜଗବୀର ତାଙ୍କୁ କୋର୍ଟରେ ବିବାହ କରିଥିଲେ। ଦୁହିଁଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri