Posted inଜାତୀୟ

ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଧର୍ମ ଜାଣିଲେ ସ୍ବାମୀ

ଲକ୍ଷ୍ନୌ, ୨୩।୯: ଉତ୍ତର ପ୍ରଦେଶ ଅଯୋଧ୍ୟା ଶହନଓ୍ବାଜପୁର ଜଗବୀର କୋରି ସ୍ତ୍ରୀ ପୂଜା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବାହାଘରର ୧୨ ବର୍ଷ ପରେ ଜାଣିବାକୁ ପାଇଛନ୍ତି। ସ୍ତ୍ରୀଙ୍କ ପ୍ରକୃତ ନାମ ହସିନା ବନୋ। ସ୍ତ୍ରୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଧମକାଉଥିବା ନେଇ ଜଗବରୀର ଥାନାରେ ଅଭିଯୋଗ କରିଛନ୍ତି। କିଛିବର୍ଷ ପୂର୍ବେ ହସିନା କେତେଜଣ ପିଲାଙ୍କୁ ଇସ୍‌ଲାମ ପାଠ ପଢ଼ାଉଥିବା ସ୍ବାମୀ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସ୍ତ୍ରୀଙ୍କୁ ପଚାରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ହସିନା ଘରଛାଡ଼ି ତାଙ୍କ ବାପ ଘରକୁ ଚାଲିଯାଇଥିଲେ। କିଛିଦିନ ପରେ ହସିନା ପୁଣି ଜଗବୀରଙ୍କ ପାଖକୁ ଫେରିଥିଲେ। ମାମୁଁଘରୁ ଫେରିବା ପରେ ପୁଅର ଯୋନ୍ୟକୁୁର କଟାଯାଇଥିବା ବାପା ଜଗବୀର ଜାଣିବାକୁ ପାଇଲେ। ଏହାପରେ ହସିନାଙ୍କ ପରିବାର ଲୋକେ ଜଗବୀରଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ସ୍ଥାନୀୟ ଗୁଣ୍ଡା ନସୀରଙ୍କୁ ତାଙ୍କ ପଛରେ ଲଗାଇଦେଲେ। ଯଦି ଜଗବୀର ମୁସଲମାନ ଧର୍ମ ଗ୍ରହଣ ନ କରନ୍ତି ତେବେ ତାଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା କରିବାର ଧମକ ସେ ଦେଉଥିଲେ। ଅଭିଯୋଗ ପରେ ସ୍ଥାନୀୟ ପୋଲିସ ନସୀରଙ୍କୁ ଗିରଫ କରିନେଇଛି। ୧୨ ବର୍ଷ ପୂର୍ବେ ଏକ ରେଳ ଷ୍ଟେଶନ୍‌ରେ ଜଗବୀର ହସିନାଙ୍କ ଭେଟ ହୋଇଥିଲା। ହସିନା ଜଣେ ଅସହାୟ ବୋଲି କହିବା ପରେ ଜଗବୀର ତାଙ୍କୁ କୋର୍ଟରେ ବିବାହ କରିଥିଲେ। ଦୁହିଁଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri