Posted inଜାତୀୟ

COP28 ମଞ୍ଚରେ ଝଡ ସୃଷ୍ଟି କଲେ ୧୨ବର୍ଷିୟ ଭାରତୀୟ ଝିଅ, କହିଲେ..

ନୂଆଦିଲ୍ଲୀ,୧୨।୧୨:ଜଳବାୟୁ କାର୍ଯ୍ୟକର୍ତ୍ତା ଲିସିପ୍ରିୟା କଙ୍ଗୁଜମ ଦୁବାଇରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ସମ୍ମିଳନୀ ୨୦୨୩(cop 28)ମଞ୍ଚକୁ ଦୋହାଲାଇ ଦେଇଛନ୍ତି। ମଣିପୁରର ୧୨ବର୍ଷିୟ ଲିସି ନିଜ ମୁଣ୍ଡ ଉପରେ ଏକ ପ୍ଲା କାର୍ଡ ଧରି cop 28 ମଞ୍ଚକୁ ଚଢିଥିଲେ। ଯେଉଁଥିରେ ଲେଖାଯାଇଥିଲା, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର। ଆମ ଗ୍ରହ ଓ ଭବିଷ୍ୟତକୁ ରକ୍ଷା କର’।

ମଞ୍ଚରୁ ଏପାଖ ସେପାଖ ଦୌଡି ନାରା ଲଗାଇବା ପରେ ଲିସି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ବିରୋଧ କରି ଏକ ଛୋଟ ଭାଷଣ ଦେଇଥିଲେ। ପରେ ତାଙ୍କୁ ମଞ୍ଚରୁ ବାହାର କରିବା ପୂର୍ବରୁ ଦର୍ଶକ ଖୁବ୍‌ ତାଳି ମାରି ତାଙ୍କ ସାହାସକୁ ଖୁବ୍‌ ପ୍ରଶଂସା କରିଥିଲେ।

cop 28ର ମହାନିର୍ଦ୍ଦେଶକ ରାଜଦୂତ ମାଜିଦ ଅଲ୍‌ ସୁବେଦୀ ଲିସିଙ୍କୁ ପ୍ରଶଂସା କରିଥିଲେ। ଲିସି ଘଟଣାର ଭିଡିଓଟିକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କହିଛନ୍ତି, ଏପରି କହିବା ଯୋଗୁ ସେମାନେ ୩୦ମିନିଟ ଯାଏଁ ମୋତେ ଅଟକାଇ ରଖିଥିଲେ। ମୋର ଗୋଟିଏ ମାତ୍ର ଅପରାଧ ଯେ, ମୁଁ ଜୀବାଶ୍ମ ଇନ୍ଧନର ବ୍ୟବହାର ନ କରିବାକୁ କହିଥିଲି। ଯାହା ଜଳବାୟୁ ସଙ୍କଟର ପ୍ରମୁଖ କାରଣ।

ଅନ୍ୟ ଏକ ପୋଷ୍ଟ କରି ସେ କହିଛନ୍ତି, ଜୀବାଶ୍ମ ଇନ୍ଧନ ବିରୋଧରେ କହିବାରୁ ସେମାନେ ମୋର ବ୍ୟାଜ୍‌ ବନ୍ଦ କରିଦେଇଛନ୍ତି। ସଂଯୁକ୍ତ ରାଷ୍ଟ୍ର ପରିସରରେ ଶିଶୁ ଅଧିକାରର ଉଲ୍ଲଘଂନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri