ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର ପ୍ରତିହାରୀ, ଭାଜପାରୁ ଲଳିତ କୁମାର ବେହେରା, ସମାଜବାଦୀ ପାର୍ଟିରୁ ପ୍ରଶାନ୍ତ କୁମାର ପାତ୍ର, ସ୍ବାଧୀନ ଭାବେ ଦିବ୍ୟରଞ୍ଜନ ସ୍ବାଇଁ, ମନୋଜ କୁମାର ରାଉତ, ଜୀବନକୃଷ୍ଣ ରୟ, ସ୍ନେହଲତା ରାଏ, ଅଜିତ୍‌ କୁମାର ନାୟକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭାଜପା ପ୍ରାର୍ଥୀ ଲଳିତ କୁମାର ବେହେରା ସବୁଠୁ ଧନୀ ବୋଲି ଜଣାପଡ଼ିଛି। ଲଳିତଙ୍କ ପାଖରେ ୧୧୫୦ ଗ୍ରାମ୍‌ ସୁନା ଥିବା ବେଳେ ୧୨ଟି ଗାଡ଼ି ତାଙ୍କ ନଁାରେ ରହିଛି।
ନାମାଙ୍କନପତ୍ରରେ ଦାଖଲ ହୋଇଥିବା ସତ୍ୟପାଠରୁ ମିଳିଥିବା ତଥ୍ୟ ମୁତାବକ, ଭାଜପା ପ୍ରାର୍ଥୀ ଲଳିତ କୁମାର ଗତ ୫ ବର୍ଷରେ ୧ କୋଟି ୩୨ ଲକ୍ଷ ୨୪ ହଜାର ୮୮୦ ଟଙ୍କା ଆୟ ଦର୍ଶାଇଥିବା ବେଳେ ତାଙ୍କ ସ୍ତ୍ରୀ ୨୦୨୨-୨୩ରେ ୪ ଲକ୍ଷ ୯୯ ହଜାର ୯ଶହ ଟଙ୍କା ଆୟ ଦର୍ଶାଇଛନ୍ତି। ତାଙ୍କ ପାଖରେ ୧ ଲକ୍ଷ ୭୩ ହଜାର ନଗଦ ଜମା ଥିବା ବେଳେ ସ୍ତ୍ରୀଙ୍କ ପାଖରେ ୪୭ ହଜାର ଟଙ୍କା ରହିଛି। ତାଙ୍କର ବିଭିନ୍ନ ସ୍କିମ୍‌ରେ ୩୭ ଲକ୍ଷ ଟଙ୍କାର ବୀମା ରହିଥିବା ବେଳେ ସ୍ତ୍ରୀଙ୍କ ନାମରେ ୭ ଲକ୍ଷ ୧୦ ହଜାର ଟଙ୍କାର ବୀମା ରହିଛି। ତାଙ୍କ ପାଖରେ ୧ କେଜି ୧୫୦ ଗ୍ରାମ୍‌ ସୁନା, ୫ ଶହ ଗ୍ରାମ୍‌ ରୁପା ଓ ୧୦ ଗ୍ରାମ୍‌ ହୀରା ରହିଥିବା ବେଳେ ସ୍ତ୍ରୀଙ୍କ ପାଖରେ ୧୧୫ ଗ୍ରାମ୍‌ ସୁନା, ୩ ଶହ ଗ୍ରାମ୍‌ ରୁପା ରହିଛି। ତାଙ୍କ ପାଖରେ ଗ୍ଲାମର ଏଫ୍‌-୧, ସ୍ପ୍ଲେଣ୍ଡର ପ୍ଲସ୍‌, ଆଚିଭର-୧୫୦ ବାଇକ୍‌ରୁ ଆରମ୍ଭ କରି ଫର୍ଚୁନର ସିଗ୍‌ମା, ମେସ୍‌ଟ୍ରୋ, ମହିନ୍ଦ୍ରା ଥର, ମାରୁତି ସ୍ବିଫ୍ଟ, ସେଲ, ବୋଲେରୋ ପିକ୍‌ଅପ୍‌ ଓ ଭାରତ ବେଞ୍ଜ୍‌ ଭଳି ୧୨ଟି ଗାଡ଼ି ରହିଛି। ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୮ କୋଟି ୨୫ ଲକ୍ଷ ୪୮ ହଜାର ୮୪୦ ଟଙ୍କା ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୧୪ ଲକ୍ଷ ୪୩ ହଜାର ଟଙ୍କା। ତାଙ୍କ ସ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୫ ଲକ୍ଷ ୨୨ ହଜାର ୫ଶହ ଟଙ୍କା। ଲଳିତଙ୍କ ନଁାରେ ବିଭିନ୍ନ ବ୍ୟାଙ୍କରେ ୨ କୋଟି ୪୨ ଲକ୍ଷ ୮୦ ହଜାର ୯୮୫ ଟଙ୍କାର ଋଣ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ବିଜେଡିରୁ ପ୍ରାର୍ଥୀ ହୋଇଥିବା ବର୍ତ୍ତମାନର ବିଧାୟକ ଧ୍ରୁବ ସାହୁ ୫ ବର୍ଷରେ ୨୯ ଲକ୍ଷ ୨୪ ହଜାର ୯୯୫ ଟଙ୍କା ଆୟ ଦର୍ଶାଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ଆୟ ୨୦ ଲକ୍ଷ ୮୦ ହଜାର ୩୭୦ ଟଙ୍କା। ଧ୍ରୁବଙ୍କ ପାଖରେ ୬୭ ହଜାର ୨ଶହ ଟଙ୍କା ନଗଦ ଜମା ଥିବା ବେଳେ ସ୍ତ୍ରୀଙ୍କ ପାଖରେ ୩୧ ହଜାର ୭୫୦ ଟଙ୍କା ରହିଛି। ବିଭିନ୍ନ ବ୍ୟାଙ୍କରେ ୨୯ ଲକ୍ଷ ୭୫ ହଜାର ୪୩ ଟଙ୍କା ଜମା ଥିବା ବେଳେ ୪ ଲକ୍ଷ ୯୫ ହଜାର ୩୫ ଟଙ୍କାର ବୀମା ତାଙ୍କ ନାମରେ ରହିଛି। ସେହିପରି ତାଙ୍କ ସ୍ତ୍ରୀଙ୍କ ନାମରେ ୨୪ ଲକ୍ଷ ୭୬ ହଜାର ୭୧୯ ଟଙ୍କା ଓ ପୁଅ ନଁାରେ ୧୧ ଲକ୍ଷ ୧୯ ହଜାର ୪୫୨ ଟଙ୍କାର ବୀମା ରହିଛି। ତାଙ୍କ ପାଖରେ ସ୍କର୍ପିଓ ଗାଡି ସହିତ ହିରୋହୋଣ୍ଡା ସିଡିଡନ୍‌ ଓ ବଜାଜ ସ୍କୁଟର ରହିଛି। ତାଙ୍କ ପାଖରେ ୫୦ ଗ୍ରାମ୍‌, ସ୍ତ୍ରୀଙ୍କ ପାଖରେ ୩ ଶହ ଗ୍ରାମ୍‌ ଓ ପୁଅ ପାଖରେ ୩୦ ଗ୍ରାମ୍‌ର ସୁନା ରହିଛି। ଧ୍ରୁବଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୮୧ ଲକ୍ଷ ୨୦ ହଜାର ୧୨୭ ଟଙ୍କା, ସ୍ତ୍ରୀଙ୍କର ୪୯ ଲକ୍ଷ ୪୬ ହଜାର ୯୪୬ ଟଙ୍କା ଓ ପୁଅର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧ ଲକ୍ଷ ୧୯ ହଜାର ୪୫୨ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି। ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ ଲକ୍ଷ ୬ ହଜାର ୮ଶହ ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଘର ତାଙ୍କ ସ୍ତ୍ରୀଙ୍କ ନାମରେ ଥିବାରୁ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୨୫ ଲକ୍ଷ ଟଙ୍କା। ଧ୍ରୁବଙ୍କ ନଁାରେ ୬୦ ଲକ୍ଷ ୯୮ ହଜାର ୧୩୬ ଟଙ୍କାର ବ୍ୟାଙ୍କଋଣ ରହିଛି।
କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ପ୍ରତିହାରୀ ଗତ ୨ ବର୍ଷରେ ୯ ଲକ୍ଷ ୧୯ ହଜାର ୯୯୦ ଟଙ୍କା ଆୟ ଦର୍ଶାଇଛନ୍ତି। ତାଙ୍କ ପାଖରେ ୫୦ ହଜାର ଟଙ୍କା ହାତଜମା ଥିବା ବେଳେ ୨୦ ଗ୍ରାମ୍‌ ସୁନା ରହିଛି। ତାଙ୍କର ରେନୁଆଲ ଡଷ୍ଟର, ମହିନ୍ଦ୍ରା ବୋଲେରୋ ଭଳି ଦୁଇଟି ୪ଚକିଆ ଗାଡ଼ି ସହ ଗୋଟିଏ ହିରୋହୋଣ୍ଡା ବାଇକ୍‌ ରହିଛି। ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୬ ଲକ୍ଷ ୩୯୯ ହଜାର ୧୧୦ ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୦ ଲକ୍ଷ ଟଙ୍କା। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୧୧ ଲକ୍ଷ ଟଙ୍କାର ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri