ଓସ୍କାର ବିଜୟୀ କେଭିନ୍‌ଙ୍କ ବିରୋଧରେ ୧୨ ଯୌନ ନିର୍ଯାତନା ମାମଲା

ଲଣ୍ଡନ,୨୯।୬: ହଲିଉଡ୍‌ରର ଜଣାଶୁଣା ଅଭିନେତା କେଭିନ୍‌ ସ୍ପେସିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ନେଇ ଲଣ୍ଡନର ସାଉଥ୍‌ଓ୍ବର୍କ କ୍ରାଉନ୍‌ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ବୁଧବାର ସକାଳ ୯ଟାବେଳେ କେଭିନ୍‌ (୬୩) ଏକ କଳା ରଙ୍ଗର ଟାକ୍ସିରେ କୋର୍ଟରେ ପହଞ୍ଚତ୍ଥିଲେ। ଟାକ୍ସିରୁ ବାହାରି କୋର୍ଟ ଅଭିମୁଖେ ଯିବା ସମୟରେ ସାମ୍ନାକୁ ଆସୁଥିବା ବ୍ୟକ୍ତିଙ୍କୁ କେଭିନ୍‌ ଗୁଡ୍‌ ମର୍ନିଂ କହି କୋର୍ଟ ରୁମ୍‌କୁ ପ୍ରବେଶ କରିଥିଲେ। ଏହି ଯୌନ ନିର୍ଯାତନା ମାମଲାର ଶୁଣାଣି ଆଗାମୀ ୪ ସପ୍ତାହ ଧରି ଚାଲିବ। ୮ ଯୌନ ନିର୍ଯାତନା ମାମଲା, ୩ ଅଶ୍ଳୀଳ ଇଙ୍ଗିତ ସହିତ ଜଣେ ବ୍ୟକ୍ତିଙ୍କ ସହ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ନେଇ କେଭିନ୍‌ଙ୍କ ବିରୋଧରେ ମୋଟ ୧୨ଟି ମାମଲା ରହିଛି। ଏଥି ମଧ୍ୟରୁ ୨୦୦୧ରୁ ୨୦୦୪ ଭିତରେ ୪ଟି ଏବଂ ୨୦୦୫ରୁ ୨୦୧୦ ମଧ୍ୟରେ ୫ ମାମଲା କେଭିନ୍‌ଙ୍କ ନାଁରେ ହୋଇଛି। କେଭିନ୍‌ଙ୍କ ମତରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଏବଂ ସେ ନିର୍ଦ୍ଦୋଷ।
କେଭିନ୍‌ଙ୍କ ବିରୋଧରେ ଥିବା ୫ ନିର୍ଯାତନା ମାମଲାର ଶୁଣାଣି କରାଯାଇଥିଲା। ତାଙ୍କ ଓକିଲ ଗିବ୍‌ସ କେ.ସି.ଙ୍କ ସହାୟତାରେ କେଭିନ୍‌ଙ୍କୁ ବିନା ସର୍ତ୍ତରେ ଜାମିନ୍‌ ମିଳିଯାଇଥିଲା। ଯେଉଁଥି ପାଇଁ କେଭିନ୍‌ ବିନା ଅବାଧରେ ଯେ କୌଣସି ସ୍ଥାନକୁ ଯାଇପାରୁ ଥିଲେ। ୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମି ଠୁ ମୁଭ୍‌ମେଣ୍ଟ କେଭିନ୍‌ଙ୍କ ଅଭିନୟ କ୍ୟାରିୟରରେ ବଡ଼ ବିପଦ ସୃଷ୍ଟି କରିଥିଲା। ହଲିଉଡ୍‌ର ଐତିହାସିକ ଡ୍ରାମା ଫିଲ୍ମ ‘୧୨୪୨ ଗେଟ୍‌ଓ୍ବେ ଟୁ ଦି ଓ୍ବେଷ୍ଟ’ରୁ କେଭିନ୍‌ଙ୍କୁ ହଟାଇ ଦିଆଯାଇଥିଲା। ଯୌନ ନିର୍ଯାତନା ମାମଲା ପାଇଁ କେଭିନ୍‌ଙ୍କୁ ଆହୁରି ଅନେକ ପ୍ରୋଜେକ୍ଟରୁ ବାହାର କରାଯାଇଛି। ନିକଟରେ ଜେଟ୍‌ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ କେଭିନ୍‌ କହିଛନ୍ତି, କୋର୍ଟରେ ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ପୁଣିଥରେ କାମ ଆରମ୍ଭ କରିଦେବେ। ଇଣ୍ଡଷ୍ଟ୍ରିରେ ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ତାଙ୍କୁ କାମ ଦେବାକୁ ଅନାଇ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri