ଭିଭିଆଇପି ଗଛ ଲାଗି ଖର୍ଚ୍ଚ ୧୨ ଲକ୍ଷ

ଭୋପାଳ,୨୭।୭: ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ଭିଭିଆଇପି ଗଛର ଦେଖାଶୁଣା ଲାଗି ବର୍ଷକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଞ୍ଚତ୍ ବୁଦ୍ଧିଷ୍ଟ କମ୍ପ୍ଲେକ୍ସଠାରୁ ୫ କି.ମି. ଦୂରରେ ଅର୍ଥାତ୍‌ ଭୋପାଳ ଓ ବିଦିଶା ଟାଉନ୍‌ର ମଝାମଝି ଅଞ୍ଚଳରେ ଲଗାଯାଇଥିବା ଓସ୍ତ ଗଛକୁ ୨୪ ଘଣ୍ଟା କଡ଼ା ସୁରକ୍ଷା ଭିତରେ ରଖାଯାଉଛି। ପ୍ରତିଦିନ ୪ ଜଣ ସୁରକ୍ଷାକର୍ମୀ ଏହି ଭିଭିଆଇପି ଗଛକୁ ଜଗି ରହୁଛନ୍ତି। ଏହି ଗଛର ଚାରିପାଖକୁ ୧୫ ଫୁଟ୍‌ର ଲୁହା ତାର ବାଡ଼ରେ ଘେରାଯାଇଛି। ଏହାର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କୌଣସି ପର୍ବପର୍ବାଣିରେ ମଧ୍ୟ ଛୁଟି ମିଳୁ ନ ଥିବା ସିକ୍ୟୁରିଟି ଗାର୍ଡ ରାହୁଲ ଧାମନୋଦିଆ କହିଛନ୍ତି। ଗଛକୁ ଜଗିବା କାର୍ଯ୍ୟରେ ନିୟୋଜିତ ଗାର୍ଡଙ୍କୁ ମାସିକ ୨୬,୦୦୦ ଟଙ୍କା ଦରମା ଦିଆଯାଉଛି।

ଗଛରେ ପାଣି ଦେବା ଲାଗି ସାଞ୍ଚତ୍ ମ୍ୟୁନିସିପାଲିଟି ସ୍ବତନ୍ତ୍ର ପାଣି ଟ୍ୟାଙ୍କର୍‌ର ବ୍ୟବସ୍ଥା କରିଛି । ସେହିପରି ଗଛକୁ ରୋଗ ଦାଉରୁ ରକ୍ଷା କରିବା ଲାଗି ପ୍ରତି ସପ୍ତାହରେ କୃଷି ବିଭାଗ ଅଫିସର ସେଠାକୁ ଆସୁଛନ୍ତି। ଜିଲାପାଳଙ୍କ ତତ୍ୱାବଧାନରେ ଭିଭିଆଇପି ଗଛର ରକ୍ଷଣାବେକ୍ଷଣା ପାଇଁ ବର୍ଷକୁ ରାଜ୍ୟ ସରକାରଙ୍କର ୧୨.୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ୨୦୧୨ରେ ଶ୍ରୀଲଙ୍କାର ଭୂତପୂର୍ବ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେ ଏହି ଓସ୍ତ ଗଛକୁ ରୋପଣ କରିଥିଲେ। ଯେଉଁ ଗଛ ମୂଳରେ ବସି ଗୌତମ ବୁଦ୍ଧ ବୋଧିସତ୍ତ୍ୱ ପ୍ରାପ୍ତ କରିଥିଲେ ଏହି ଗଛ ତା’ର ଅଂଶ ବୋଲି ବିଶ୍ୱାସ କରାଯାଉଛି।

ଏହି ବୃକ୍ଷକୁ ରାଜା ଅଶୋକଙ୍କ ଝିଅ ସଂଘମିତ୍ରା ଭାରତରୁ ଶ୍ରୀଲଙ୍କାର ଅନୂରାଧାପୁରମରେ ନେଇ ରୋପଣ କରିଥିବା ବୌଦ୍ଧ ଧର୍ମଗୁରୁ ଚନ୍ଦ୍ରରତନ କହିଛନ୍ତି। ତେବେ ଏହି ଭିଭିଆଇପି ଗଛର ଅଂଶକୁ ସାଞ୍ଚତ୍ ବୁଦ୍ଧ ୟୁନିଭର୍ସିଟିରେ ମଧ୍ୟ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri