Posted inଜାତୀୟ

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ରୁଷିଆ ସେନାରେ ଭାରତୀୟମାନଙ୍କ ନିଯୁକ୍ତିକୁ ନେଇ ରହିଥିବା ୧୨୬ଟି ମାମଲା ମଧ୍ୟରୁ ୯୬ ଜଣ ଭାରତ ଫେରିଲେଣି। ସେମାନଙ୍କୁ ରୁଷିଆ ସେନାରୁ ଛଟେଇ କରାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ସେଠାରେ ରହିଥିବା ଅବଶିଷ୍ଟ ୩୦ ଜଣଙ୍କ ମଧ୍ୟରୁ ୧୨ ଜଣ ପ୍ରାଣ ହରାଇଥିବାବେଳେ ୧୬ ଜଣଙ୍କ ଖୋଜଖବର ମିଳୁନାହିଁ। ରୁଷିଆ ପକ୍ଷ ସେମାନଙ୍କୁ ନିଖୋଜ ବୋଲି ଦର୍ଶାଇଛି। ଅବଶିଷ୍ଟ ଭାରତୀୟଙ୍କୁ ତୁରନ୍ତ ମୁକ୍ତ କରି ସ୍ବଦେଶ ପଠାଇବାକୁ ମସ୍କୋ ନିକଟରେ ନିବେଦନ କରାଯାଇଥିବା ଜୟସ୍ବାଲ କହିଛନ୍ତି।
ରୁଷିଆ ସେନାରେ ରହି ଯୁଦ୍ଧ କରୁଥିବା କେରଳର ବିନିଲ ବାବୁଙ୍କ ମୃତ୍ୟୁ ଘଟିଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏଥିପାଇଁ ତାଙ୍କ ପରିବାରକୁ ସମବେଦନା ଜଣାଇଛି। ତାଙ୍କ ମରଶରୀର ତୁରନ୍ତ ଭାରତ ଫେରାଇ ଆଣିବାରେ ସହଯୋଗ କରିବା ପାଇଁ ଆମ ଦୂତାବାସ ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି। ଅନ୍ୟ ଜଣେ ଭାରତୀୟ ଗୁରୁତର ହୋଇ ମସ୍କୋରେ ଚିକିତ୍ସିତ ହେଉଥିବାବେଳେ ସେ ସୁସ୍ଥ ହେବା ପରେ ଖୁବ୍‌ଶୀଘ୍ର ଭାରତ ଫେରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିତ ପାତ୍ରଙ୍କୁ ମିଳିଲା Z ବର୍ଗର ସୁରକ୍ଷା: ଜାଣନ୍ତୁ କାହିଁକି ନିଆଗଲା ଏତେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର-ପୂର୍ବ ପ୍ରଭାରୀ ଏବଂ ଏମ୍‌ପି ସମ୍ବିତ ପାତ୍ରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ Z ବର୍ଗର ସୁରକ୍ଷା ଦିଆଯାଇଛି। କେବଳ...

ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ, ଜାଣନ୍ତୁ କ’ଣ…

ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ...

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ: ଲାଲୁ

ପାଟନା,୧୩।୨: ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର...

ଦଳାଇଲାମଙ୍କ ଜୀବନପ୍ରତି ବିପଦ, ସୁରକ୍ଷା ବଢାଇଲେ ସରକାର

ନୂଆଦିଲ୍ଲୀ,୧୩।୨: ଗୁରୁବାର ଗୃହ ମନ୍ତ୍ରଣାଳୟ (MHA) ଗୋଇନ୍ଦା ସୂଚନା ପାଇ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍-ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା...

ବିହାର ନିର୍ବାଚନ ପୂର୍ବରୁ ମୋଦି କଲେ ବଡ଼ ଘୋଷଣା, NDA ର ମୁଖ୍ୟମନ୍ତ୍ରୀ ଚେହେରା ହେବେ…

ନୂଆଦିଲ୍ଲୀ,୧୩।୨: ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ...

Video: ଡ୍ରାଇଭିଂ ବେଳେ ଲାପ୍‌ଟପ୍‌ରେ କାମ କରିଲେ ମହିଳା, ଏପରି ପ୍ରତିକ୍ରିୟା ଦେଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ,୧୩।୨: ପୂର୍ବରୁ ବେଙ୍ଗାଲୁରୁ ଟ୍ରାଫିକରେ ଫସି ରହିଥିବା କର୍ମଜୀବିମାନେ ଅନଲାଇନ୍ ବୈଠକରେ ଯୋଗଦେବାର ଦେଖିଥିବେ। ଏବେ ବେଙ୍ଗାଲୁରୁର ଜଣେ ମହିଳା ସହରର ଟ୍ରାଫିକରେ ଗାଡ଼ି ଚଲାଇବା...

୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍‌ ହେଉଛନ୍ତି ବିଜ୍‌ନେସମ୍ୟାନ୍‌ ବାବା

ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି...

ମାସକୁ ଏତେଲକ୍ଷ ଦରମା ପାଆନ୍ତି Rahul Gandhi , ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅଛି ୬ଗୁଣା ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୧୩।୨: ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି Rahul Gandhi। ଉତ୍ତରପ୍ରଦେଶର ରାୟବରେଲିର ଏମପି ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri