ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ

ରେଢ଼ାଖୋଲ,୪।୮(ଡି.ଏନ୍‌.ଏ.): ସମ୍ବଲପୁର- ଅନୁଗୋଳ ୫୫ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଦାବିରେ ରେଢାଖୋଲ ନାଗରିକ କମିଟି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡିମୋଟର ଯାତାୟାତ ମଧ୍ୟ ବନ୍ଦ ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିବା ଦେଖାଯାଇଛି।

ପ୍ରକାଶ ଯେ, ୨୦୧୬ ମସିହାରୁ ଚାରି ଥାକିଆ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ଏଯାବତ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ପୁରୁଣା ରାସ୍ତା ମରାମତି ସହ ନୂଆ ରାସ୍ତାକାମ ତ୍ୱରାନ୍ବିତ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାସ୍ତା କାର୍ଯ୍ୟର ଅଗ୍ରଗତି ହେଉନାହିଁ। ବର୍ଷା ଯୋଗୁ ରାସ୍ତା ଆହୁରି ଶୋଚନୀୟ ହୋଇପଡିଛି। ଏହାର ପ୍ରତିବାଦରେ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚିଲେ ‘୫ଟି’ ସଚିବ

ଭଦ୍ରକ ଅଫିସ,୧୦।୧୨: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ‘୫ଟି’ର ଏକ ୩ ଜଣିଆ ଟିମ୍‌ ଅଚାନକ ପହଞ୍ଚିଛନ୍ତି। ପରେ ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ସ୍ବାସ୍ଥ୍ୟ...

୧୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଅଫିସରେ ଦିଆଯିବ କରୋନା ଟିକା: ୬ରୁ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର, ୩।୨(ବ୍ୟୁରୋ): ଏଣିକି ଅଫିସରେ ଦିଆଯିବ କେରୋନା ଟିକା। କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କୋଭିଡ୍‌ ଭ୍ୟାକ୍ସିନ୍‌ ଦିଆଯିବ। ଏଥିଲାଗି ବିଭିନ୍ନ ଅଫିସରେ ଟିକା...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା...

ଠେଲାପେଲା ବେଳେ ବୃଦ୍ଧଙ୍କ ଜୀବନ ଗଲା: ୨ ଗିରଫ

ବୈଶିଙ୍ଗା,୧୫ା୬- ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ହାତୀଝୁରି ପଞ୍ଚାୟତ କମାରସାହିରେ ଶୁକ୍ରବାର ଅପରାହ୍ନରେ ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ଜୀବନ...

୨ କନଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ, ୮ା୧୦- ମୟୂରଭଞ୍ଜ ଜିଲା ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଏସ୍‌ପି ପରମାର...

ବେଙ୍ଗାଲୁରୁରୁ ଓଡ଼ିଆ ସ୍ବିଗି ବୟ ଉଦ୍ଧାର

ଭୁବନେଶ୍ୱର,୯।୧୦(ବ୍ୟୁରୋ):କ୍ଷତ ବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ସ୍ବିଗି ବୟଙ୍କୁ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ଧାର କରାଯାଇଛି। ସେ ହେଲେ ଜଗତ୍‌ସିଂହପୁର ଜିଲା...

Advertisement
Archives

Model This Week