Posted inଖେଳ

୧୨ ବଲ ଯାହା ବଦଳାଇଦେଲା ଭାଗ୍ୟ…

ମୁମ୍ବାଇ,୧୬।୧୧ : ବିଶ୍ୱକପ ୨୦୨୩ର ଫାଇନାଲରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ୬୦ ଟି ବଲରୁ ୧୩୨ ରନ ଆବଶ୍ୟକ କରୁଥିଲା । ଅତିରିକ୍ତ ୱିକେଟ ଏବଂ ଦୁଇ ସେଟ ବ୍ୟାଟ୍ସମ୍ୟାନଙ୍କ ଉପଲବ୍ଧତା ଯୋଗୁ ଏହି ଚ୍ୟାଲେଞ୍ଜ ଅସମ୍ଭବ ବି ଲାଗୁ ନ ଥିଲା। ତା’ପରେ ମହମ୍ମଦ ସିରାଜ ବୋଲିଂ କରିଥିଲେ। ଗ୍ଲେନ ଫିଲିପ୍ସ ତାଙ୍କ କଳରେ ଦୁଇଟି ଛକା ମାରି ଓଭରରେ ୨୦ ରନ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡକୁ ୯ ଓଭରରେ ଅର୍ଥାତ ୫୪ ବଲରେ ୧୧୨ ରନ ଆବଶ୍ୟକ ଥିଲା। ଗ୍ଲେନ ଫିଲିପ୍ସଙ୍କ ମନୋବଳ ଥିଲା କିନ୍ତୁ ରୋହିତ ଶର୍ମା ତାଙ୍କ ପାଇଁ ରଣନୀତି ପ୍ରସ୍ତୁତି କରିସାରି ଥିଲେ।

ରୋହିତ ଶର୍ମା ରବିନ୍ଦ୍ର ଜାଡେଜାଙ୍କ ସ୍ପେଲ୍‌ ଶେଷ କରିସାରିଥିଲେ କିନ୍ତୁ କୁଲଦୀପ ଯାଦବଙ୍କ ଦୁଇଟି ଓଭର ବଞ୍ଚାଇ ରଖିଥିଲେ। ୪୧ ତମ ଓଭରରେ କୁଲଦୀପ ବୋଲିଂ କରିଥିଲେ। ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନେ ମଧ୍ୟ କୁଲଦୀପଙ୍କ ଚାଇନାମେନ ବଲ ବୁଝିପାରନ୍ତି ନାହିଁ; କୁଲଦୀପ ଗ୍ଲେନ ଫିଲିପ୍ସଙ୍କୁ ଦୁଇଟି ଡଟ ବଲ ବୋଲିଂ ପରେ ତୃତୀୟରେ ସିଙ୍ଗଲ ରନ ଦେଇଥିଲେ। ତା’ପରେ ଶତକ ହାସଲ କରିଥିବା ଡାରେଲ ମିଚେଲ ମଧ୍ୟ ଦୁଇଟି ଡଟ ବଲ ଖେଳିଥିଲେ। ନ୍ୟୁଜିଲାଣ୍ଡ ପ୍ରତି ଓଭରରେ ପ୍ରାୟ ୧୩ ରନ ସଂଗ୍ରହ କରିଥିବାବେଳେ ୪୧ ତମ ଓଭରରେ ମାତ୍ର ଦୁଇ ରନ ସ୍କୋର ହୋଇଥିଲା।

ଜସପ୍ରୀତ ବୁମ୍ରା ୪୨ ତମ ଓଭରରେ ଗ୍ଲେନ ଫିଲିପ୍ସଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ। ୪୪ ତମ ଓଭରରେ କୁଲଦୀପ ଯାଦବ ବୋଲିଂ ପାଇଁ ଆସିଥିଲେ। ଏଥର ମିଚେଲ ପ୍ରଥମ ବଲରେ ଗୋଟିଏ ଲେଖାଏଁ ନେଇଥିଲେ। ବର୍ତ୍ତମାନ ନ୍ୟୁଜିଲାଣ୍ଡର ଫିନିସର ମାର୍କ ଚାପମାନ ଆଗରେ ଥିଲେ। କୁଲଦୀପ ଧୀରେ ଧୀରେ ବୋଲିଂ ଆରମ୍ଭ କରି ବଲକୁ ଘୂରାଇବାକୁ ଲାଗିଲେ। ତିନୋଟି ବଲରେ ୨ ରନ ସ୍କୋର କରିବା ପରେ ଚାପମାନଙ୍କ ବ୍ୟାଟରେ ବାଜି ବଲ ସିଧା ରବିନ୍ଦ୍ର ଜାଡେଜାଙ୍କ ହାତକୁ ଯାଇଥିଲା।

କୁଲଦୀପ ଯାଦବ ତାଙ୍କର ଶେଷ ଦୁଇଟି ଓଭରରେ ୬ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ଏବଂ ଖେଳର ମୋଡ ବଦଳାଇବା ସହିତ ନ୍ୟୁଜିଲାଣ୍ଡର ଭାଗ୍ୟକୁ ପରିବର୍ତ୍ତନ କରି ଦେଇଥିଲେ। ମ୍ୟାଚରେ କୁଲଦୀପ ଯାଦବ ୧୦ ଓଭରରେ ୫୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri