ମହିଳାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧୨.୪୫ ଲକ୍ଷ

ବାଲେଶ୍ୱର ଅଫିସ, ୨୯।୧୨: ବାଲେଶ୍ୱର ଜିଲାରେ ଏକ ବଡ଼ଧରଣର ସାଇବର ଠକେଇ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ବାଲେଶ୍ୱର ବ୍ରାଞ୍ଚରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ୧୦ଲକ୍ଷ ଏବଂ ସେଭିଂ ଆକାଉଣ୍ଟରୁ ୨ଲକ୍ଷ ୪୫ହଜାର ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ମହିଳା ଜଣକ ଜାଣିବା ପରେ ବୁଧବାର ଅନ୍‌ଲାଇନରେ କଟକସ୍ଥିତ ନ୍ୟାଶନାଲ ସାଇବର କ୍ରାଇମ୍‌ ଥାନାରେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଲେ ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ବାଲିଗୋହିରୀ ଗ୍ରାମର ଜ୍ୟୋତ୍ସ୍ନାରାଣୀ ପାତ୍ର।

ଜ୍ୟୋତ୍ସ୍ନାରାଣୀ ୨୦୨୦ ସେପ୍ଟେମ୍ବର ୨୩ରେ ୫ଲକ୍ଷ ଲେଖାଏ ଦୁଇଟି ଏଫ୍‌ଡି ଫକୀରମୋହନ ଗୋଲେଇସ୍ଥିତ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଶାଖାରେ ରଖିଥିଲେ। ୨୦୨୩ ଅଗଷ୍ଟ ୨୩ରେ ଏହା ମାଚ୍ୟୁରିଟି ହେବାକୁ ଥିବା ବେଳେ ଗତ ମଙ୍ଗଳବାର ତାଙ୍କ ଆକାଉଣ୍ଟରୁ ସାଇବର ଠକଙ୍କ ଦ୍ୱାରା ଏଫ୍‌ଡିରୁ ୧୬ଥରରେ ୧୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଜ୍ୟୋତ୍ସ୍ନାରାଣୀଙ୍କ ସ୍ବାମୀ ସମୀର ରାଉତ ବ୍ୟାଙ୍କରେ ପହଞ୍ଚତ୍ ଟଙ୍କା ଡିପୋଜିଟ୍‌ କରିବା ପାଇଁ ପହଞ୍ଚତ୍ବା ପରେ ତାଙ୍କ ଏଫ୍‌ଡିରେ ଥିବା ଟଙ୍କାକୁ ସାଇବର ଠକ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ସେଭିଂ ଆକାଉଣ୍ଟକୁ ଲକ୍‌ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ବ୍ୟାଙ୍କ କର୍ମଚାରୀ ତାଙ୍କ ଆବେଦନକୁ ଭ୍ରୂକ୍ଷେପ ନ କରି ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ। ଜ୍ୟୋତ୍ସ୍ନାରାଣୀ ଜିଲା ଏସ୍‌ପିଙ୍କ ଅଫିସ୍‌ରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପରାମର୍ଶ ଅନୁସାରେ ବ୍ୟାଙ୍କକୁ ଯାଇ ଆକାଉଣ୍ଟର ଡିଟେଲ୍‌ସ ଆଣିବା ପାଇଁ ବ୍ୟାଙ୍କକୁ ଆସିଥିଲେ। ସେଭିଙ୍ଗ୍‌ ଆକାଉଣ୍ଟରେ ଥିବା ୨ଲକ୍ଷ ୪୫ହଜାର ଟଙ୍କାକୁ ମଧ୍ୟ ସାଇବର ଠକ ଅଳ୍ପ ସମୟ ପୂର୍ବରୁ ୩ ଥରରେ ଲୁଟି ନେଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ତାଙ୍କର ଟଙ୍କା ଲୁଟ୍‌ ହୋଇଥିବା ସମୀର ଅଭିଯୋଗ କରିଛନ୍ତି। ନିଜର ଜମି ବିକ୍ରି କରି ଏଫ୍‌ଡି କରିଥିବା ଟଙ୍କା ହରାଇ ଉଭୟ ଦମ୍ପତି ଏକପ୍ରକାର ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ଏଫ୍‌ଡି ବଣ୍ଡ ତାଙ୍କ ନିକଟରେ ଥିବାବେଳେ ଟଙ୍କା କିପରି ଲୁଟ୍‌ ହେଉଛି ଏହାକୁ ନେଇ ବ୍ୟାଙ୍କର କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ଦମ୍ପତି ସନ୍ଦେହ ପ୍ରକଟ କରିଛନ୍ତି। ଟଙ୍କା ଫେରି ନ ପାଇଲେ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri