Posted inଜାତୀୟ

୩ ଦିନରେ ୧୧୫୬ ଭାରତୀୟ ଏୟାର ଲିଫ୍ଟ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଗତ ୩ ଦିନରେ ମୋଟ ୧୧୫୬ ଜଣ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଏୟାର ଲିଫ୍ଟ କରାଯାଇଛି।

ସୋମବାର ସକାଳେ ରୋମାନିଆର ରାଜଧାନୀ ବୁକାରେଷ୍ଟରୁ ୨୪୯ ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆର ପଞ୍ଚମ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏୟାର ଇଣ୍ଡିଆର ୧୯୪୨-ଏ ବିମାନ ଭାରତୀୟ ସମୟ ୧୨ଟା ୩୦ରେ ବୁକାରେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ସୋମବାର ସକାଳ ପ୍ରାୟ ୬ ଟା ୩୦ରେ ଏହି ବିମାନ ଦିଲ୍ଲୀରେ ପହଞ୍ଚିଛି।

ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନର ସମୀକ୍ଷା ପ୍ରଧାନମନ୍ତ୍ରୀ ନାରନ୍ଦ୍ର ମୋଦି କରିଛନ୍ତି। ଭାରତୀୟ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ।

ପଶ୍ଚିମ ୟୁକ୍ରେନର ଉଜୋରୋଡକୁ, ସ୍ଲୋଭାକିଆର ସୀମାରେ ଏବଂ ହଙ୍ଗେରୀ ସୀମାରେ ଭାରତୀୟ ନାଗରିକମାନଙ୍କୁ ପଶ୍ଚିମ ଦିଗକୁ ଯିବାକୁ ସରକାର ପରାମର୍ଶ ଦେଇଛନ୍ତି ଏବଂ ସେଠାରୁ ସେମାନେ ଏକ ଟ୍ରେନରେ ରୋମାନିଆର ରାଜଧାନୀ ବୁକାରେଷ୍ଟରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ଏୟାର ଲିଫ୍ଟ କରାଯିବ। ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ହଙ୍ଗେରୀର ପ୍ରତିପକ୍ଷ ପିଟର ସିଜାଟ୍ରେଙ୍କ ସହ କଥା ହୋଇଥିଲେ। ହଙ୍ଗେରୀ-ୟୁକ୍ରେନ ସୀମାରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ସହାୟତା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଥମୁନି ମୃତ୍ୟୁସଂଖ୍ୟା: ଡରାଇଲାଣି ୫ ରାଜ୍ୟ

ନୂଆଦିଲ୍ଲୀ,୨।୭: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଦିନେ କମିଲେ ଦିନେ ବଢ଼ୁଛି। ଶୁକ୍ରବାର...

ରାମନାଥଙ୍କ ନୂଆ ଠିକଣା ଜନପଥ ୧୨

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ରାମନାଥଙ୍କ ନୂଆ ଠିକଣା ପାଲଟିବ...

ପ୍ରତାପଙ୍କୁ ବି ପିଏମ୍‌ଓରୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ଏବେ ସବୁଠାରୁ ବଡ ଆଲୋଚନାର ବିଷୟ...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେସିଆର

ବେଙ୍ଗାଲୁରୁ,୨୬।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜନତା ଦଳ(ସେକ୍ୟୁଲାର)ର ମୁଖ୍ୟ ଏଚ୍‌ଡି ଦେବେଗୌଡାଙ୍କୁ କର୍ନାଟକ ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ...

ଦୀପିକାଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) ହିଂସାକୁ ନେଇ ରାଜନୀତି ହୋଇଛି ସରଗରମ। ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ବିବାଦ...

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ

ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍‌ଏସ୍‌): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍‌, ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ପରିବାରବାଦୀ ଦଳ ଲୋକତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ଆଜି ପାଳନ କରାଯାଉଛି ସମ୍ବିଧାନ ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶିଷ୍ଟ...

Advertisement
Archives

Model This Week