୫ ମାସରେ ୧୧୨ ଦୁର୍ଘଟଣା: ୪୩ ମୃତ, ୫୮ ଗୁରୁତର

ଜଗତ୍‌ସିଂହପୁର,୨୩ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଗାଡି ଚାଳକମାନଙ୍କ ମନମୁଖି ଓ ଦ୍ରୁତ ଗାଡି ଚାଳନା ଚିନ୍ତାର କାରଣ ପାଲଟିଛି। କାରଣ ଗତ ଜାନୁୟାରୀରୁ ମେ ମାସ ମଧ୍ୟରେ ଜିଲାରେ ୧୧୨ଟି ଦୁର୍ଘଟଣା ଘଟିଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ ଘଟିଛି । ୫୮ଜଣ ଗୁରୁତର ହୋଇଛନ୍ତି । ଏହାବାଦ୍‌ ପ୍ରତ୍ୟହ କେଉଁଠି ନା କେଉଁଠି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପରିବହନ ବିଭାଗ, ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଦାୟିତ୍ୱବାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, କଟକ-ଜଗତ୍‌ସିଂହପୁର-ବାଲିକୁଦା ଏବଂ କଟକ-ପାରାଦୀପ ମୁଖ୍ୟ ରାସ୍ତା ଦ୍ୱୟରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏହି ରାସ୍ତାରେ ଭାରିଯାନଗୁଡ଼ିକ ଚିନ୍ତା ବଢ଼ାଇ ଦେଉଛି । ଜିଲାର ବାଲି ଘାଟଗୁଡ଼ିକରୁ ପ୍ରତ୍ୟହ ସହସ୍ରାଧିକ ଟ୍ରିପ୍‌ ବାଲି ବିଭିନ୍ନ ଅଞ୍ଚଳକୁ ପରିବହନ କରାଯାଉଛି। ଏହି କାମରେ ଅଧିକାଂଶ ହାଇୱା ଲାଗିଛି। ଏସବୁ ଗାଡି ଚାଳକମାନେ ଲୋକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି। ଆବଶ୍ୟକଠାରୁ ଅଧିକ ବାଲି ଲୋଡ୍‌ କରିବା ସହ ଡାଲା ଉପରେ ପାଲ ଭିଡୁ ନାହାନ୍ତି । ଦ୍ରୁତ ଗତିରେ ହାଇୱାଗୁଡ଼ିକ ଯାଉଥିବାବେଳେ ବାଲି ଉଡି ପଛରେ ଆସୁଥିବା ବାଇକ୍‌ ଚାଳକଙ୍କୁ ଅସୁବିଧାରେ ପକାଉଛି । ରାସ୍ତାରେ ମଧ୍ୟ ବାଲି ଜମି ରହିବାରୁ ଦୁର୍ଘଟଣାର କାରଣ ହେଉଛି । ଜିଲାର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ଠିକ୍‌ ଭାବେ ହେଉନାହିଁ । ବଜାରଗୁଡିକରେ ଦୋକାନୀମାନେ ରାସ୍ତା ଆଡକୁ ସେମାନଙ୍କ ସାମଗ୍ରୀ ରଖି ବେପାର କରୁଛନ୍ତି । ଶପିଂ ମଲ୍‌ ତଥା ବଡ ଶୋ-ରୁମ୍‌ଗୁଡିକ ଖୋଲିବା ପୂର୍ବରୁ ପାର୍କିଂ ସୁବିଧା ସୁନିଶ୍ଚିତ କରିବା କଥା । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ଏହି ମଲ୍‌ଗୁଡିକ ଆଗରେ ଅର୍ଥାତ୍‌ ରାସ୍ତା ପାର୍ଶ୍ୱରେ ଅବୈଧ ଗାଡି ପାର୍କିଂ କରାଯାଉଛି। ଫଳରେ ସମସ୍ୟା ବଢ଼ୁଛି । ରାସ୍ତାର କେଉଁ ସ୍ଥାନ ସମ୍ବେଦନଶୀଳ ତାହା ଚିହ୍ନଟ କରାଯାଇ ସେଠାରେ ଲୋକେ ଧୀରେ ଗାଡି ଚଳାଇବା ପାଇଁ ସଚେତନତା ଉଦ୍ଦେଶ୍ୟରେ ନାନା ପଦକ୍ଷେପ ଗ୍ରହଣ କରାଯିବା କଥା, ତାହା ହେଉନାହିଁ । ଏହାଛଡ଼ା ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଗାଡିଚାଳନା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ଏସବୁ ଉପରେ ଯଦିଓ ସରକାରୀ ଭାବେ ଇ-ଚାଲାଣ କରାଯିବା ସହ ଜରିମାନା ଆଦାୟ ହେଉଛି କିନ୍ତୁ ତାହା ଯଥେଷ୍ଟ ହେଉନାହିଁ। ତେଣୁ ପୋଲିସ ଓ ପରିବହନ ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କଲେ ଦୁର୍ଘଟଣା କମାଯାଇପାରେ ବୋଲି ଅନେକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri