ଡିଆଁପଡ଼ା ଅପହରଣ ଘଟଣାର ନୂଆ ମୋଡ଼

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଚାଷୀ ଶ୍ୟାମ ସୁନ୍ଦର ବେହେରା(୫୯) ଅପହରଣ ଘଟଣାର ନୂଆମୋଡ଼। ଅପହରଣ ଘଟଣାରେ ବାରମ୍ବାର କଥା ବଦଳାଇ ଫସିଲେ ଚାଷୀ ଓ ଉଦ୍ଧାର କରିଥିବା ବ୍ୟକ୍ତି। ଫିଟିଲା ଅପହରଣ ଘଟଣାର ଗୁମର। ଡିଆଁପଡ଼ା ଓ ପଣ୍ଡୁସର ଗାଁଲୋକ ଏକାଠି ହୋଇ ନ୍ୟାୟ କରି ଉଭୟଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରି ଭବିଷ୍ୟତରେ ମିଥ୍ୟା ନାଟକ କଲେ ପରିସ୍ଥିତି ଭଲ ହେବ ନାହିଁ ଦର୍ଶାଇ ଚେତାବନୀ ଦେଇ ଛାଡିଛନ୍ତି। ସେପଟେ ପୋଲିସ ମାମଲାକୁ ଆଗକୁ ନ ନେଇ ପୂର୍ଣ୍ଣାଛଦ ପକାଇଛି।
ପ୍ରକାଶ ଯେ, ଗତ ୧୯ ତାରିଖ ସୋମବାର ରାତି ୮ଟାରେ ଡିଆଁପଡ଼ା ଗାଁରେ ଗ୍ରାମସଭା ଥିଲା । ଚାଷୀ ଶ୍ୟାମ ସୁନ୍ଦର ବେହେରା ଜଣେ ସଭ୍ୟ ଥିଲେ। ଗାଁ ସଭା ଆରମ୍ଭ ହେବା ପୂର୍ବରୁ ପନିପରିବା କ୍ଷେତକୁ ବୁଲିବାକୁ ଯାଇ ଆଉ ଫେରି ନ ଥିଲେ। ଶ୍ୟାମ ସଭାକୁ ନ ଆସିବାରୁ ପରିବାର ଲୋକଙ୍କୁ ପଚରାଯାଇଥିଲା। ହେଲେ ବିଲରୁ ଫେରି ନ ଥିବା ଜଣା ପଡିବା ପରେ କିଛି ଲୋକ ଡାକିବାକୁ ଯାଇଥିଲେ। ତେବେ ବିଲରେ ଶ୍ୟାମଙ୍କ ଗାମୁଛା ଓ ବ୍ୟବହାର କରୁଥିବା ଭଙ୍ଗା ଟର୍ଚ୍ଚ ଜବତ କରି ଅପହରଣ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ସୁରାକ ମିିଳି ନ ଥିଲା। ବୁଧବାର ରାତିରେ ବାରପଲା ପଣ୍ଡୁସର ଗାଁର କବି ମହାନ୍ତି ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଏକ ପ୍ରଜାପତି ତାଙ୍କ ଦେହରେ ବାରମ୍ବାର ବସି ଉଡୁଥିଲା। ପୁଣି ବସୁଥିଲା। ପ୍ରଜାପତିକୁ ଠାବ କିଛି ବାଟ ଯିବା ପରେ ଶୁଳିଆମୁଣ୍ଡିଆର ମୂଳିଝରଠାରେ ପ୍ରଜାପତି ଯାଇ ଅଚେତ ଲୋକର ଶରୀରରେ ବସିଥିଲା। ଘଟଣା ସମ୍ପର୍କରେ କବି ଗାଁରେ ଜଣାଇବା ପରେ ସ୍ଥାନୀୟ ଲୋକ ଶ୍ୟାମଙ୍କୁ ଅଚେତ ଅବସ୍ଥାରେ ଡିଆଁପଡ଼ାରେ ଛାଡିଥିଲେ। ପରେ ଗାଁ ପକ୍ଷରୁ ଶ୍ୟାମଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଶ୍ୟାମ ସୁସ୍ଥ ଅଛି ବୋଲି ଡାକ୍ତର କହି ରାତିରେ ଡିସ୍‌ଚାଜ୍‌ କରିଥିଲେ। ଏଭଳିସ୍ଥଳେ ଚାଷୀ ଗଣମାଧ୍ୟମକୁ ଓ ଗାଁଲୋକଙ୍କୁ ଭିନ୍ନ ଭିନ୍ନ କଥା କହି ଫସି ଯାଇଥିଲେ। ବିଲ ନିକଟରେ ଖଣ୍ଡିଆ ଭୂତ ରହିଛି। ତା’ର ପ୍ରଭାବରେ କ’ଣ ହେଲା ଜାଣି ପାରିଲେନି। ମଙ୍ଗଳବାର ଜାଣିବାକୁ ପାଇଲେ ସେ ମୁଣ୍ଡିଆରେ ଅଛନ୍ତି। ହେଲେ ଅଖିଆ ଅପିଆ ଯୋଗୁ ଘରକୁ ଆସି ପାରିଲେନି। ପରେ କହିଲେ ପନିପରିବା କ୍ଷେତ ନିକଟରେ ମୋ ଗାଁର ଜଣେ ବୋହୁଙ୍କୁ ଦେଖି ରାତିରେ କ’ଣ ବୁଲୁଛ ପଚାରିଥିଲି। ପରେ ସ୍ବାମୀଙ୍କୁ ଦେଖି ତୁମେ ଦୁହେଁ କ’ଣ ବୁଲୁଛ ପଚାରିବାରୁ ମୋତେ ମାରପିଟ୍‌ କରିବାକୁ ଉଦ୍ୟମ କରଉଥିବାବେଳେ ମୁଁ ଖସି ମୁଣ୍ଡିଆକୁ ଚାଲି ଯାଇଥିଲି। ହେଲେ ମୁଁ କିଛି ଜାଣି ପାରିଲିନି। ପୁଣି କହିଥିଲେ ଗାମୁଛା ମୋର। ଉଦ୍ଧାର ଟର୍ଚ୍ଚ ମୋର ନୂହେଁ। ମୋ ଟର୍ଚ୍ଚ ମୋ ପାଖରେ ରହିଛି। ଅନ୍ୟପକ୍ଷେ ଗାଁ ଲୋକଙ୍କୁ ମଧ୍ୟ ଭିନ୍ନ ଭିନ୍ନ କଥା କହିଥିଲେ। ସେହିପରି ଉଦ୍ଧାରକାରୀ ବ୍ୟକ୍ତି ମଧ୍ୟ ପ୍ରଜାପତି ଗପ କହି ମିଛ କହୁଥିବା ଜଣାପଡିଥିଲା। ଏଭଳିସ୍ଥଳେ ଉଦ୍ଧାରକାରୀ ବ୍ୟକ୍ତି ଓ ଚାଷୀଙ୍କୁ ଗାଁଲୋକ ସତ କଣ ଜାଣିବାକୁ ପଚରାଉଚୁରା କରିଥିଲା। ଏନେଇ ଡିଆଁପଡ଼ା ଓ ପଣ୍ଡୁସର ଗାଁର କିଛି ଲୋକଙ୍କ ସୂଚନା ଅନୁସାରେ ଚାଷୀ ଅପହରଣ ନେଇ ଚିନ୍ତା ବଢ଼ିଥିଲା। କେବଳ ଡିଆଁପଡ଼ା ନୁହେଁ ଆଖପାଖ ୫ରୁ ୭ଟି ଗାଁ ଖୋଜାଖୋଜିରେ ୩ ଦିନ ପର୍ଯ୍ୟନ୍ତ ସାମିଲ ଥିଲେ। ଗାଁ ଲୋକଙ୍କୁ ମିଥ୍ୟା କହି ଅପହରଣ ନାଟକ ରଚା ଯାଇଥିବା ଜଣାପଡିଥିଲା। ଚାଷୀ ଓ ଉଦ୍ଧାରକାରୀ ବ୍ୟକ୍ତିଙ୍କୁ ବାରମ୍ବାର ପଚରାଉଚୁରା କରାଯାଇଥିଲା। କାହା ସହ କାହାର କଥା ମେଳ ଖାଉ ନ ଥିଲା। ଏଣୁ ଉଭୟଙ୍କୁ ଅର୍ଥ ଦଣ୍ଡରେ ଗାଁ ଲୋକେ ଦଣ୍ଡିତ କରିଛନ୍ତି। ଚାଷୀ ଜଣେ ବ୍ୟକ୍ତିଙ୍କ ଘରେ ରହି ସମସ୍ତଙ୍କୁ ହଇରାଣ କରିଛନ୍ତି। ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ରହିଥିବା ଜଣାପଡୁଛି। ପୋଲିସ ମଧ୍ୟ ମିଥ୍ୟା କଥା ଅନୁଭବ କରି ଅଧା ବାଟରେ ତଦନ୍ତକୁ ଶେଷ କରି ଦେଇଛି। ଏନେଇ ନୟାଗଡ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କୁହନ୍ତି, ଚାଷୀ କିପରି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଉ ପୋଲିସ ଚାହୁଁଥିଲା। ଅପହରଣ ଘଟଣାରେ ଚାଷୀ ମିଛ କହୁଥିବାର ଜଣାପଡିଛି। ନିଜେ ଜାଣିଶୁଣି କୁଆଡେ ଚାଲି ଯାଇ ଅପହରଣ ନାଟକ ରୂପ ଦେଇଛି ବୋଲିି ଜଣାପଡିବାରୁ ତଦନ୍ତକୁ ଶେଷ କରି ଦିଆଯାଇଛିି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?