୧୧,୫୨୬ ହିତାଧିକାରୀଙ୍କୁ ୧୧୧ କୋଟି ଋଣ

ଜଗତ୍‌ସିଂହପୁର ଅଫିସ, ୪।୧୧: ୧୧,୫୨୬ ହିତାଧିକାରୀଙ୍କୁ ୧୧୧.୬୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ବ୍ୟକ୍ତିଗତ, କଞ୍ଜୁମର ଡୁରେବ୍ଲ, ଗାଡି, ଘର, କୃଷି, ପ୍ରାଣୀ, ପିଏମ୍‌ଇଜିପି, କେସିସି ସମେତ ମୁଦ୍ରା ଋଣ ଆକାରରେ ଏହି ରାଶି ପ୍ରଦାନ କରାଯାଉଛି। ଜଗତ୍‌ସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଋଣମେଳାରେ ଏହା ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି, ଏସ୍‌ଏଚ୍‌ଜିଗୁଡିକୁ କ୍ରେଡିଟ୍‌ ଲିଙ୍କେଜ୍‌ ମାଧ୍ୟମରେ ୪୨ କୋଟି ଟଙ୍କା ଅନୁମୋଦନ କରାଯାଇଛି। ସେହିପରି ପିଏମ୍‌ଇଜିପିରେ ୨୫ କୋଟି, କଟକ ସିସିବି ୨୪.୨୬ କୋଟି, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୧୮.୬୮ କୋଟି, ଷ୍ଟେଟ୍‌ ବ୍ୟାଙ୍କ ୧୩.୫ କୋଟି, ୟୁକୋ ବ୍ୟାଙ୍କ ୧୩ କୋଟି ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦ୍ୱାରା ୭ କୋଟିରୁ ଅଧିକ ଟଙ୍କା ଅନୁମୋଦିତ ହୋଇଛି।
ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ମାଛ ଓ କ୍ଷୀର ଉତ୍ପାଦନରେ ଆଗୁଆ। ମହିଳାମାନେ ଏସ୍‌ଏଚ୍‌ଜି ଗଠନ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଛନ୍ତି। ବ୍ୟାଙ୍କରୁ ଋଣ ନେଉଛନ୍ତି। ଯାହାଦ୍ୱାରା ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେଉଛି। ସୌଭାଗ୍ୟ ବ୍ୟାଙ୍କଗୁଡିକ ଋଣ ଦେବାକୁ ଏସ୍‌ଏଚ୍‌ଜିଗୁଡିକ ପାଖକୁ ଯାଉଛି। ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଏସ୍‌ଏଚ୍‌ଜିଗୁଡିକୁ ଋଣ ଦେବାକୁ ବଜେଟ୍‌ ବୃଦ୍ଧି କରି ଚାଲିଥିବା କୁହାଯାଇଥିଲା। ମେଳାକୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଉଦ୍‌ଘାଟନ କରିଥିଲେ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଥିଲେ, ଉଦ୍ୟୋଗୀମାନଙ୍କୁ ଶତ ପ୍ରତିଶତ ଋଣ ଦିଆଯାଇ ପାରିଲେ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଋଣ ରାଶି ଅନୁମୋଦନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଲଲାଟେନ୍ଦୁ ବେହେରା, ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ସୁବାସ ଚନ୍ଦ୍ର ବେହେରା, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଯତିନ୍ଦ୍ରନାଥ ଷଡଙ୍ଗୀ ଓ ନାବାର୍ଡ ଡିଡିଏମ୍‌ ବିଶ୍ୱଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ୟୁକୋ ବ୍ୟାଙ୍କ ପରିଚାଳକ ସତୀଶ କୁମାର ପାତ୍ର ମେଳାର ଆୟୋଜନ, ପରିଚାଳନା ଓ ଧନ୍ୟବାଦ ଦେଇଥିଲେ। ଏଥିରେ ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତା, ଏସ୍‌ଏଚ୍‌ଜି କର୍ମକର୍ତ୍ତା, ଶିଳ୍ପ ଉଦ୍ୟୋଗୀ ଓ ଜୀବିକା ମିଶନ ଗ୍ରାହକମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri