Posted inଫୁରସତ

କାଷ୍ଟର୍‌ ବୋର୍ଡରେ ୩୬୦ଂ ସ୍ପିନ୍‌, ରେକର୍ଡ କଲେ ୧୧ ବର୍ଷୀୟ ହାର୍ଦ୍ଦିକ

ଗୁଜୁରାଟର ୧୧ ବର୍ଷୀୟ ବାଳକ ହାର୍ଦ୍ଦିକ ରଘୁବଂଶୀଙ୍କର ବହୁତ ଇଛା ଥିଲା ଦିନେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇବେ। ନିଜ ମନର ଏଇ କଥାକୁ ସେ ବାପାଙ୍କୁ ଜଣାଇଥିଲେ। ବାପା ଖୁସି ହେବା ସହ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ରେକର୍ଡ କରିବା ପାଇଁ କ’ଣ କରିପାରିବୁ?’ ହାର୍ଦ୍ଦିକ ସେଦିନ କହିଲେ ‘ମୁଁ କାଷ୍ଟର୍‌ ବୋର୍ଡରେ ୩୬୦ଂ ସ୍ପିନ୍‌ କରି ରେକର୍ଡ କରିବାକୁ ଚେଷ୍ଟା କରିବି। ’ ଏହି ଉତ୍ତରରେ ବାପା କହିଲେ, ‘ହେଲେ ତୁ ତ ଏଥିପାଇଁ ତାଲିମ ନେଇନୁ।’ ହାର୍ଦ୍ଦିକ କହିଲେ,‘ ନିଜେ ଅଭ୍ୟାସ କରି ଚେଷ୍ଟା କରିବି ରେକର୍ଡ କରିବାକୁ।’ ଏହାପରଠାରୁ ହାର୍ଦ୍ଦିକ କାଷ୍ଟର ବୋର୍ଡରେ ଅଭ୍ୟାସ କରିବା ଜାରି ରଖିଲେ। କାଷ୍ଟର୍‌ ବୋର୍ଡ ସ୍କେଟ ବୋର୍ଡ ଭଳି କିନ୍ତୁ ଏଥିରେ ଦୁଇଟି ଚକ ଥାଏ। ଏହାର ଆକାର ତରଙ୍ଗ ପରି। ଆଉ ଖୁବ୍‌ ଦ୍ରୁତ ବେଗରେ ଗଡିଥାଏ। ଏହି ବୋର୍ଡରେ ସେ ଲଗାତାର ଅଭ୍ୟାସ ଜାରି ରଖିଲେ। ପୂର୍ବରୁ କାଲିଫର୍ନିଆର ଜାଭିୟର ଲୋପେଜକାଷ୍ଟର ବୋର୍ଡରେ ୧୮ ରାଉଣ୍ଡ ଘୁରି ରେକର୍ଡ କରିଛନ୍ତି। ତେଣୁ ତା’ଠୁ ଅଧିକ ରାଉଣ୍ଡକରି ରେକର୍ଡ କରିବାକୁ ହାର୍ଦ୍ଦିକ ଲକ୍ଷ୍ୟ ରଖିଲେ। ଆଉ ଶେଷରେ ସେ କାଷ୍ଟର୍‌ ବୋର୍ଡରେ ଏକ ମିନିଟ୍‌ରେ ୨୨ ଥର ସ୍ପିନ କରି ରେକର୍ଡ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri