ମହାକାଶରେ ବେଜୋସ୍‌ଙ୍କ ୧୧ ମିନିଟ୍‌

ଓ୍ବାଶିଂଟନ୍‌, ୨୧ା୭: ମହାକାଶ ଯାତ୍ରା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବିଶ୍ୱର ସବୁଠୁ ଧନୀ ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌। ମଙ୍ଗଳବାର ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ ସ୍ପେସ୍‌ ଫ୍ଲାଇଟ୍‌ ତଥା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲରେ ୫୭ ବର୍ଷୀୟ ବେଜୋସ୍‌ ୧୦ ମିନିଟ୍‌ ୨୦ ସେକେଣ୍ଡ୍‌ର ମହାକାଶ ଯାତ୍ରା କରି ଫେରିଛନ୍ତି। ଆମେରିକାର ଓ୍ବେଷ୍ଟ ଟେକ୍ସାସରୁ ଏହା ଉଡ଼ାଣ କରିଥିଲା। ସାଙ୍ଗରେ ଭାଇ ମାର୍କ ବେଜୋସ୍‌, ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ପୂର୍ବତନ ପାଇଲଟ୍‌ ୮୨ ବର୍ଷୀୟା ଓ୍ବାଲି ଫଙ୍କ୍‌ ଏବଂ ବେଜୋସ୍‌ଙ୍କ ପାଖ ସିଟ୍‌ ୨୮ ମିଲିୟନ ଡଲାରରେ ନିଲାମ ନେଇଥିବା ୧୮ ବର୍ଷୀୟ ଓଲିବର ଡେମେନ୍‌ ଯାତ୍ରା କରିଥିଲେ।
ସମୟ ସନ୍ଧ୍ୟା ସାଢ଼େ ୬ଟାରେ ମହାକାଶ ଯାନ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ ସ୍ପେସ୍‌ ଅଭିମୁଖେ ବାହାରିଥିଲା। ଲଞ୍ଚ୍‌ ପରେ କ୍ୟାପ୍‌ସୁଲରୁ ରକେଟ ବାହାରି ଲଞ୍ଚ୍‌ପ୍ୟାଡ୍‌କୁ ଫେରିଆସିଥିଲା। ବେଜୋସ୍‌ଙ୍କ ଫ୍ଲାଇଟ୍‌ କାରାମାନ୍‌ ଲାଇନ (କାଳ୍ପନିକ ମହାକାଶ ସୀମାରେଖା) ବାହାରେ ତଥା ପୃଥିବୀ ପୃଷ୍ଠରୁ ୧୦୬ କିଲୋମିଟର ଉପରକୁ ଯାଇଥିଲା। ସେଠାରେ ସେମାନେ ଓଜନ ବିହୀନ ଶରୀରର ଅନୁଭୂତି ନେଇଥିଲେ। ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ କିଛି ସମୟ ମହାକାଶରେ ରହିବା ପରେ ପାରାସୁଟ୍‌ ସହାୟତାରେ ଓ୍ବେଷ୍ଟ ଟେକ୍ସାସ୍‌କୁ ଫେରିଥିଲା। ଏହା ପୂର୍ବରୁ ଗତ ୧୧ ତାରିଖରେ ବ୍ରିଟିଶ ବିଲିୟନେୟାର ରିଚାର୍ଡ ବ୍ରାନ୍‌ସନ୍‌ ତାଙ୍କ ଭର୍ଜିନ ଗାଲାକ୍ଟିକ୍‌ ସ୍ପେସ୍‌କ୍ରାଫ୍ଟ ଯୋଗେ ମହାକାଶକୁ ଯାତ୍ରା କରି ଫେରିଥିଲେ। ତେବେ ବ୍ରାନ୍‌ସନ୍‌ ମାତ୍ର ୮୬ କିମି ପର୍ଯ୍ୟନ୍ତ ଯାଇଥିବାବେଳେ ବେଜୋସ୍‌ ତାଙ୍କୁ ପଛରେ ପକାଇଦେଇଛନ୍ତି। ଘରୋଇ ସ୍ପେସ୍‌ ମିଶନ ଜରିଆରେ ମହାକାଶ ପର୍ଯ୍ୟଟନକୁ ନୂତନ ଦିଗ ଦେବା ଲକ୍ଷ୍ୟରେ ବୋଜୋସ୍‌ ଓ ବ୍ରାନସନ୍‌ ଏହି ଯାତ୍ରା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ସିଭିଲିଆନ୍‌ କ୍ର୍ୟୁ ସଦସ୍ୟଙ୍କୁ ଆସନ୍ତା ସେପ୍ଟେମ୍ବରରେ ପୃଥିବୀ କକ୍ଷପଥକୁ ପଠାଇବା ପାଇଁ ଯୋଜନା କରିଛନ୍ତି ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କ। ପୂର୍ବରୁ ସେ ନାସା ପକ୍ଷରୁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନକୁ ଅନେକ କାର୍‌ଗୋ ପ୍ଲେଲୋଡ୍‌ ଏବଂ ମହାକାଶଚାରୀଙ୍କୁ ପଠାଇ ସାରିଛନ୍ତି।
ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ଆପୋଲୋ-୧୧ ସ୍ପେସ୍‌ଫ୍ଲାଇଟ୍‌ ଲ୍ୟାଣ୍ଡ କରିଥିଲା। ପ୍ରଥମ ମହାକାଶ ଯାତ୍ରୀ ଭାବେ ନୀଲ ଆର୍ମଷ୍ଟ୍ରଙ୍ଗ ଏହି ଯାନରେ ଯାଇ ଚନ୍ଦ୍ରରେ ପାଦ ରଖିଥିଲେ। ଏହି ଦିନର ଗୁରୁତ୍ୱ ଯୋଗୁ ଜୁଲାଇ ୨୦ରେ ମହାକାଶ ଯାତ୍ରା କରିବାକୁ ବେଜୋସ୍‌ ସ୍ଥିର କରିଥିଲେ। ବ୍ଲୁ ଅରିଜିନ୍‌ର ୧୮.୩ ମିଟର ଲମ୍ବ ବିଶିଷ୍ଟ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ। ଏଥିରେ କୌଣସି ପାଇଲଟ୍‌ଙ୍କ ଆବଶ୍ୟକତା ନାହିଁ। ପୃଥିବୀ ପୃଷ୍ଠରୁ ମାଷ୍ଟର କଣ୍ଟ୍ରୋଲ ରୁମ୍‌ରୁ ଏହା ଉପରେ ନିୟନ୍ତ୍ରଣ ରଖାଯାଇଥାଏ। ଲଞ୍ଚ୍‌ ହେବା ପରେ ଏହାକୁ କୌଣସି କମାଣ୍ଡ ଦେବାକୁ ପଡ଼ି ନ ଥାଏ। ଏହା ୬ ଯାତ୍ରୀଙ୍କୁ ନେଇ ମହାକାଶ ଯାଇପାରିବ। ୧୯୬୧ ମସିହାର ମହାକାଶଚାରୀ ଆଲନ ଶେପାର୍ଡଙ୍କ ନାଁ ଅନୁସାରେ ଏହି କ୍ୟାପ୍‌ସୁଲର ନାମ ନ୍ୟୁ ଶେପାର୍ଡ ରଖାଯାଇଛି। ମହାକାଶକୁ ଯିବାରେ ଆଲନ ଶେପାର୍ଡ ହେଉଛନ୍ତି ପ୍ରଥମ ଆମେରିକୀୟ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri