ବରଗଡ଼ ଅଫିସ୍,୧୦।୧: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଦାଦନ ସମସ୍ୟା ଲାଗି ରହିଛି। ଏହି ଉପଖଣ୍ଡ ଜଗଦଲପୁର ଥାନା ଘେଁସରା ଗ୍ରାମର ୭ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଯାଇ ସେଠାରେ ଜଣେ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଶ୍ରମିକଙ୍କ ସମ୍ପର୍କୀୟ ଦିନବନ୍ଧୁ ମୁଆଁନି ସୋମବାର ଏ ନେଇ ଜିଲାପାଳଙ୍କୁ ଫେରାଦ ହୋଇ ବନ୍ଧା ପଡ଼ିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସେ ଭେଟିଥିଲେ। ପରେ ଦିନବନ୍ଧୁ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।
ପ୍ରକାଶ ଯେ, ଗତ ୪ ମାସ ତଳେ ଜଣେ ଦାଦନ ସର୍ଦ୍ଦାର ଘେଁସରା ଗ୍ରାମକୁ ଆସିଥିଲେ। ଏବଂ ମୋଟାଅଙ୍କର ପାରିଶ୍ରମିକ ଲୋଭ ଦେଖାଇ ତେଲଙ୍ଗାନାକୁ ଇଟା ଗଢ଼ିବା ପାଇଁ ଯିବାକୁ କହିଥିଲେ। ତାଙ୍କ ପ୍ରଲୋଭନରେ ପଡ଼ି ଗ୍ରାମର ଶଙ୍କର ମୁଆଁନି(୩୩), ବିଳାସିନୀ ମୁଆଁନି(୩୦), ଘନଶ୍ୟାମ ମୁଆନି(୨୮), ପିଙ୍କି ମୁଆନି(୨୩), ପରମେଶ୍ୱର ବାରିକ(୪୦), ତପସ୍ବିନୀ ବାରିକ(୩୮) ଏବଂ ପୂର୍ଣ୍ଣିମା ନନ୍ଦ(୩୦) ସେମାନଙ୍କ ୪ଶିଶୁଙ୍କୁ ଧରି ତେଲଙ୍ଗାନା ରାଜ୍ୟ ନିଜାମବାଦ ଜିଲା ଧରପଲ୍ଲୀ ଥାନା ରମାଗୁଡ଼ା ଯାଇଥିଲେ। ଶ୍ରମିକମାନେ ସେଠାକାର ଏକ ଇଟାଭାଟିରେ ନିୟୋଜିତ ହୋଇ କାମ କରିଥିଲେ। ମାତ୍ର ଇଟାଭାଟି ମାଲିକ ସେମାନଙ୍କୁ ପାରିଶ୍ରମିକ ବଦଳରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସେମାନଙ୍କୁ ନେଇଥିବା ଦାଦନ ସର୍ଦ୍ଦାର ଆଉ ଧରାଛୁଆଁ ଦେଉ ନ ଥିବା ଅଭିଯୋଗ ହୋଇଛି। ଏଭଳିସ୍ଥଳେ ବନ୍ଧା ପଡ଼ିଥିବା ଶ୍ରମିକ ଏବଂ ଶିଶୁଙ୍କୁ ସେଠାରୁ ଉଦ୍ଧାର କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଦିନବନ୍ଧୁ ନିବେଦନ କରିଛନ୍ତି।
Posted inଆମ ଜିଲା ଖବର, ବରଗଡ଼ View All

ସାକ୍ଷୀଗୋପାଳଙ୍କ ଦର୍ଶନ କଲେ ମନ୍ତ୍ରୀ ଟୁକୁନି ସାହୁ
ସାକ୍ଷୀଗୋପାଳ,୨ା୧(ଡି.ଏନ୍.ଏ.): ନୂଆବର୍ଷରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ସାକ୍ଷୀଗୋପାଳଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ...

ଆଶୀର୍ବାଦଙ୍କୁ ମିଳିଲା ଜାମିନ
କଟକ ଅଫିସ, ୨୬।୧୧: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ...

ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ସେକ୍ସନରେ ବସୁଛନ୍ତି ୧୫୦ ଶିକ୍ଷାର୍ଥୀ
ଆଠମଲ୍ଲିକ,୨୫ା୧୨(ଡି.ଏନ.ଏ.) – ସରକାରୀ ଉଦାସୀନତା ତଥା ଶିକ୍ଷା ବିଭାଗର ଚରମ ଅବହେଳା ଯୋଗୁ ଆଠମଲ୍ଲିକ ସଦର ମହକୁମାରେ ଥିବା ମହେନ୍ଦ୍ର ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ...

କୋଟପାଡ଼ରେ ବିଜେଡି ଆଗୁଆ
କୋଟପାଡ଼, ୨୩।୫(ଡି.ଏନ୍.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ ଘଟଣା: ୨୩.୨୧ ଲକ୍ଷ ଟଙ୍କା ଜିଏସ୍ଟି ଆଦାୟ
ବ୍ରହ୍ମପୁର ଅଫିସ,୬ା୧୨ -ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ ଶନିବାର ଅନ୍ଧପସରା ରୋଡ୍ରେ ଗାଡିମୋଟର ଯାଞ୍ଚବେଳେ ଏକ କାର୍ରୁ ୪କେଜି ସୁନା ଓ ୨୩୫ କେଜି ରୁପା...

ଘରୋଇ ହିଂସା ରୋକିବାକୁ ପଦକ୍ଷେପ
କଟକ ଅଫିସ୍,୧୫ା୪ କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍ଡାଉନ୍ ସମୟରେ...

ଅର୍ଥ ଅମଳ କରୁଛି ପୌରପାଳିକା : ବସିବାଯୋଗ୍ୟ ନୁହେଁ ତାଳଚେର ବସ୍ଷ୍ଟାଣ୍ଡ
ତାଳଚେର,୧୬ା୫(ନି.ପ୍ର.)- କଳାହୀରାର ସହର ତାଳଚେର। ଏଠାରେ ଅଛି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଅର୍ଥର ଆଦୌ ଅଭାବ ନାହିଁ କହିଲେ ଚଳେ। ଜିଲା ଖଣିଜ ପାଣ୍ଠି ଅର୍ଥ...

କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍ମେଣ୍ଟ୍ ଜୋନ୍ କଟକଣା
ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ...