Posted inଜାତୀୟ

ଜେଲ ଫେରିପାରନ୍ତି ୧୧ ଦୋଷୀ

ନୂଆଦିଲ୍ଲୀ,୨୪ା୮: ଗୁଜରାଟର ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡାଦେଶ ମାଫ କରିବା ମାମଲାର ଶୁଣାଣି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗୁଜରାଟ ସରକାରଙ୍କ ସ୍ବତନ୍ତ୍ର ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ଛାଡ଼ ନୀତି) ଅନୁସାରେ ଦୋଷୀମାନଙ୍କୁ ଗତ ୧୫ ତାରିଖରେ ଗୋଧ୍ରା ସବ୍‌ଜେଲରୁ ମୁକ୍ତ କରାଯାଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ଭାରତର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ସଦସ୍ୟା ଶୁଭାଶିନୀ ଅଲୀ, ସାମ୍ବାଦିକା ରେବତୀ ଲାଉଲ୍‌ ଏବଂ ପ୍ରଫେସର ରୂପରେଖା ବର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଓକିଲ ଅପର୍ଣ୍ଣା ଭଟ୍ଟ ଏହି ପିଟିଶନ ଦାଖଲ କରିଛନ୍ତି।
ଶୁଣାଣି ବେଳେ ସିବଲ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଠିକ୍‌ ଥିଲା। କିନ୍ତୁ ୧୪ ଜଣଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡ ଛାଡ଼ ଲାଗି ଆଧାର କରାଯାଇଥିବା ସିଦ୍ଧାନ୍ତକୁ ଆମେ ଚ୍ୟାଲେଞ୍ଜ କରୁଛୁ। ଗର୍ଭବତୀ ମହିଳାମାନଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଛି। ସେହିପରି ଗୁଜରାଟ ସରକାରଙ୍କ ରେମିଶନ ଅର୍ଡରକୁ ଖାରଜ କରି ୧୧ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅପର୍ଣ୍ଣା ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ। ସିଜେଆଇ ଏନ୍‌.ଭି. ରମନା ଏହା ଉପରେ ବିଚାର କରାଯିବ ବୋଲି କହିଥିଲେ।
ପ୍ରକାଶ ଯେ, ୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍‌ରେ ନିଅଁା ଲଗାଇଦେବାରୁ ୫୯ କାରସେବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ନିଅଁା ସାରା ରାଜ୍ୟକୁ ବ୍ୟାପିଥିଲା। ସେତେବେଳେ ୫ ମାସର ଗର୍ଭବତୀ ଥିବା ୨୧ ବର୍ଷୀୟା ବିଲ୍‌କିସ୍‌ ୟାକୁବ୍‌ ରସୁଲଙ୍କ ପରିବାରର ୭ ସଦସ୍ୟଙ୍କ ସମେତ ୧୭ ଜଣ ମାର୍ଚ୍ଚ ୩ରେ ଏକ ଟ୍ରକ୍‌ରେ ସୁରକ୍ଷିତ ସ୍ଥାନକୁ ଯାଉଥିବାବେଳେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ସେମାନେ ବିଲ୍‌କିସ୍‌ଙ୍କୁ ବଳାତ୍କାର କରିବା ସହ ୧୪ ଜଣଙ୍କୁ ହତ୍ୟା କରିଥିଲେ। ୨୦୦୪ ଜାନୁୟାରୀରେ ସିବିଆଇ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଗତ ଅଗଷ୍ଟ ୧୫ରେ ସ୍ବାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ରାଜ୍ୟ ସରକାର ଦୋଷୀ ସାବ୍ୟସ୍ତ ହୋଇଥିବା ଯଶଓ୍ବନ୍ତ ନାଇ, ଗୋବିନ୍ଦ ନାଇ, ଶୈଳେଶ ଭଟ୍ଟ, ରାଧେଶ୍ୟାମ ଭଗବାନ ଦାଶ ଶାହା, ବିପିନ ଚନ୍ଦ୍ର ଜୋଷୀ, କେଶରଭାଇ ବୋହାନିଆ, ପ୍ରଦୀପ ମୋଢ଼ଡ଼ିଆ, ବାକାଭାଇ ବୋହନିଆ, ରାଜୁଭାଇ ସୋନି, ମିତେଶ ଭଟ୍ଟ ଓ ରମେଶ ଚାନ୍ଦନାଙ୍କୁ ମୁକ୍ତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଉଠିଥିବା ବିବାଦ ଘନେଇବାରେ ଲାଗିଥିବାବେଳେ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ବିଚାର କରିବାକୁ ସହମତି ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏହାର ସମୀକ୍ଷା କଲେ ଉପରୋକ୍ତ ୧୧ ଦୋଷୀ ପୁଣି ଜେଲକୁ ଫେରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri