୧୦ରୁ ୧୨ ମଣ୍ଡେଇ ମୁଖ୍ୟ ଉତ୍ସବ, ୧୪ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା

ନବରଙ୍ଗପୁର, ୭।୧୨(ବି.ପ୍ର.): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ଓ ପଲିଶ୍ରୀ ମେଳା ଚଳିତ ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବ। ପ୍ରତିଦିନ ଆହୋରାତ୍ରୀ ଆଦିବାସୀ ନାଟ ହେବ। ଜିଲାର କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ, ଭାଇଚାରା ସମ୍ପର୍କ ଓ ବନ୍ଧୁମିଳନ ଲକ୍ଷ୍ୟ ନେଇ ଜିଲାବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଆଗେଇବ ବୋଲି ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି। ୧୦ ତାରିଖ ଅପରାହ୍ନରେ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ନୂତନ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ସାଂସ୍କୃତିକ ଦଳ ନିଜ କଳା ପ୍ରଦର୍ଶନ କରିବେ। ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଓ ଗ୍ରୁପ୍‌ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ କରିବେ।
୮ତାରିଖ ସୁଦ୍ଧା ପଡିଆରେ ଉତ୍ସବ ନିମନ୍ତେ ପ୍ରସ୍ତୁତି ସରିବ। ଚଳିତ ବର୍ଷ ମଣ୍ଡେଇ ମହୋତ୍ସବ ଓ ପଲିଶ୍ରୀ ମେଳା ପାଇଁ ମଣ୍ଡେଇ ପଡିଆରେ ୩୫୦ଟି ଷ୍ଟଲ ନିର୍ମାଣ କରାଯାଇଛି। ଚଳିତ ବର୍ଷ ୧୬୦ଟି ସ୍ବତନ୍ତ୍ର ଉଠା ଦୋକାନ ତଥା ବ୍ୟାପାରିକ ସ୍ଥଳର ବ୍ୟବସ୍ଥା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଖାଲି ସ୍ଥାନରେ କରାଯାଇଛି। ଏଥିସହ ମିନା ବଜାର ବ୍ୟବସ୍ଥା କରାଯାଇଛି। ମଣ୍ଡେଇ ପଡିଆ ଭିତରେ ଓ ବାହାରେ ୨୬ଟି ସିସି କ୍ୟାମେରା ଲଗାଯାଇଛି। ପାନୀୟ ଜଳ ଓ ଟଏଲେଟରେ ୨୪ଘଣ୍ଟିଆ ଜଳ ବ୍ୟବସ୍ଥା ପାଇଁ ୩ଟି ବୋରୱାଲ କରାଯାଇଛି। ମଣ୍ଡେଇ ପଡିଆରେ ଆବଶ୍ୟକ ଆଲୁଅ ବ୍ୟବସ୍ଥା ପାଇଁ ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ଆଲୁଅ ଟାୱାର ବ୍ୟବସ୍ଥା କରାଯାଇଛି। ନିମନ୍ତ୍ରିତ ଅତିଥି, କଳାକାରଙ୍କ ପାଇଁ ପଡିଆରେ ୧୦ ଗୋଟି ଅସ୍ଥାୟୀ ଟଏଲେଟ ବ୍ୟବସ୍ଥା କରାଯାଇଛି। ଅଗ୍ନି ନିରାପତ୍ତା ପାଇଁ ୨୪ ଜଣ ଅଗ୍ନିଶମ ଅଧିକାରୀ ନିଯୋଜିତ ହେବେ। ପଡିଆରେ ଡାକ୍ତରୀ ଦଳ ସହ ଫାଷ୍ଟଏଡ ସର୍ଭିସ, ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ। ସ୍ବତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଛକରେ ଲୋକଙ୍କ ସୁବିଧାରେ ପାଇଁ ରୁଟ୍‌ଚାର୍ଟ ପ୍ରଦର୍ଶିତ କରାଯିବ। ୧୦ ତାରିଖ ସକାଳ ୧୧ରୁ ଜୟପୁର ପଟରୁ ଆସୁଥିବା ସମସ୍ତ ବଡ ଗାଡ଼ି (ପାସେଞ୍ଜର ଗାଡି ବ୍ୟତୀତ) ଇନ୍ଦ୍ରାବତୀ ନଦୀ ବ୍ରିଜ ପୂର୍ବରୁ ଗୋଟିଏ ପଟରେ ରାସ୍ତାର ବାମପଟକୁ ପାର୍କ କରି ରହିବେ। ଶୋଭାଯାତ୍ରା ପାର ହେବା ପରେ ଭାରିଯାନ ଚଳାଚଳ କରିବ। ସେହିପରି ସମାନ ସମୟରେ ପାପଡାହାଣ୍ଡି ପଟରୁ ଆସୁଥିବା ଗାଡିକୁ ଆର୍‌ଟିଓ ଆଫିସ ପୂର୍ବରୁ ପାର୍କକରି ରଖାଯିବ। ୧୧ ତାରିଖ ଦିନ ମଣ୍ଡେଇ ନିମନ୍ତେ ଟ୍ରାଫିକ କଟକଣା ଦିନ ୨ ଟାରୁ ଲାଗୁ ହେବ। କୋଷାଗୁମୁଡ଼ା ପଟରୁ ଆସୁଥିବା ସମସ୍ତ ଗାଡ଼ି ଖଣ୍ଡୁଗୁଡା ଗାଁରୁ ଡାହାଣ ପଟ ରାସ୍ତା ଦେଇ ଚୁଟିଆଗୁଡ ଗାଁ, ରିଜର୍ଭ ଆଫିସ ରୋଡ, ଭିଜିଲାନ୍ସ ଅଫିସ ଛକ ଓ ପିଡବ୍ଲ୍ୟୁଡି ଛକ ହୋଇ ନବରଙ୍ଗପୁର ମେନ ରୋଡ କୁ ଆସି ଗନ୍ତବ୍ୟ ପଥକୁ ଯିବେ । ସେହିପରି ଜୟପୁର ପଟରୁ ଆସୁଥିବା ବଡ ଗାଡି କୋଷଗୁମୁଡା ଯିବାକୁ ଚାହିଁଲେ ପିଡବ୍ଲ୍ୟୁଡି ଛକ ଦେଇଯାଇପାରିବେ। ଯେଉଁ ବ୍ୟକ୍ତିଙ୍କର ଗାଡି ପାସ୍‌ ଥିବ ସେମାନେ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଯାଇପାରିବେ। ପାର୍କିଙ୍ଗ ସ୍ଥାନରେ ମଣ୍ଡେଇ ମଞ୍ଚ ପଛପଟେ ପାର୍କ କରିବେ। ୧୧ରୁ ୧୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଟ୍ରାଫିକ ରହିବ ଏବଂ ୧୨ଟା ପରେ ସମସ୍ତେ କେବଳ NH କୁ ବ୍ୟବହାର କରିବେ। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦିନ ୧ଟା ପରେ କୌଣସି ବସ ଓ ଭାରିଯାନ ଆଦି ମହିଳା ମହାବିଦ୍ୟାଳୟ ଛକରୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛକ ଆଡକୁ ଯିବାକୁ ଦିଆ ଯିବ ନାହିଁ। ଟ୍ରାଫିକକୁ ସୁଚାରୁରୂପେ ତୁଲେଇବା ପାଇଁ ପୋଲିସ ଦ୍ବାରା ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସମସ୍ତେ ଏହାକୁ ମାନି ମଣ୍ଡେଇ ଉପଭୋଗ କରିବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri