ଦଶମ ପାସ୍‌ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ଦଶମ, ହେଲେ କାମ ଥିଲା ଅତି ଚତୁର। ନିଜକୁ ଡାକ୍ତର ପରିଚୟ ଦେଇ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝୁଥିଲେ। କର୍କଟଠୁ ଆରମ୍ଭ କରି କିଡ୍‌ନୀ, ଡାଇବେଟିସ୍‌, ଗ୍ୟାସ୍‌ ଭଳି ବହୁ ରୋଗ ଭଲ କରିଦେବାକୁ କହି ନକଲି ଔଷଧ ବିକି ଠକୁଥିଲେ। ଏଭଳି ଜଣେ ନକଲି ଡାକ୍ତରଙ୍କୁ ଧରିଛି କମିଶନରେଟ୍‌ ପୋଲିସ। ସେ ହେଲେ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଅଜିତ କୁମାର କାଣ୍ଡି (୪୭)। ଲକ୍ଷ୍ମୀସାଗର ଥାନା ପକ୍ଷରୁ ଅଭିଯୁକ୍ତ ଅଜିତଙ୍କୁ ଗିରଫ କରାଯାଇ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଜିତ କିଛିଦିନ ହେଲା ବାଇକ୍‌ରେ ସତ୍ୟନଗର, ଲକ୍ଷ୍ମୀସାଗର ସମେତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘୂରି ବୁଲୁଥିଲେ। ସାଧାରଣ ଲୋକଙ୍କୁ ଡାକ୍ତର ବୋଲି ପରିଚୟ ଦେଇ ଫସାଉଥିଲେ। ତାଙ୍କଠାରୁ ଔଷଧ ଖାଇଲେ ଅତି କମ୍‌ ଦିନରେ ମାରାତ୍ମକ କର୍କଟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜଟିଳ ରୋଗ ଭଲ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ବହୁ ଲୋକ ମଧ୍ୟ ତାଙ୍କଠାରୁ ଔଷଧ କିଣି ଖାଉଥିଲେ। ହେଲେ ସେମାନଙ୍କ ରୋଗ ଭଲ ହେବା ପରିବର୍ତ୍ତେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। କାହାର ଚର୍ମରୋଗ ତ ଆଉ କାହାର ପେଟରୋଗ ହୋଇଥିଲା। ଅଜିତଙ୍କଠାରୁ ଔଷଧ କିଣି ଖାଇଥିବା ଲକ୍ଷ୍ମୀସାଗର ଅଞ୍ଚଳର ବୈକୁଣ୍ଠ ସାହୁ ମଙ୍ଗଳବାର ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ ସହ ଅନ୍ୟ ୪ଜଣ ଅଜିତଙ୍କଠାରୁ ଗତ ୪ ମାସ ହେବ ୧ ଲକ୍ଷ ୧୬ ହଜାର ଟଙ୍କାର ଔଷଧ ଖାଇ ଠକେଇର ଶିକାର ହେବା ସହ ସ୍ବାସ୍ଥ୍ୟ ସମସ୍ୟାରେ ପଡିଥିବା ଏତଲାରେ ଦର୍ଶାଇଥିଲେ। ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୩୧୬(୨), ୩୧୯(୨)ରେ ଏକ ମାମଲା (ନଂ.୪୬୫/୨୦୨୪) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଅଜିତ ଯେଉଁ ଔଷଧ ବିକ୍ରି କରୁଥିଲେ, ସେଥିରେ କମ୍ପାନୀର ନାମ ASCLEPIUS WELLNESS PVT.LTD ଲେଖାରହିଛି। ମାତ୍ର ଆଇଏସ୍‌ଆଇ ମାର୍କ ସହ ଅନ୍ୟାନ୍ୟ ବୈଧ ତଥା ଆବଶ୍ୟକ ତଥ୍ୟ ନ ଥିବାରୁ ପୋଲିସ ଏହାକୁ ନକଲି ବୋଲି କହୁଛି। ତେବେ ଏହି ଔଷଧ ର଼୍ୟାକେଟର ଚେରକୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ ଏହା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି। ଔଷଧ କେଉଁଠି ତିଆରି ହେଉଥିଲା, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଏହାର ମାଷ୍ଟରମାଇଣ୍ଡ କିଏ ଆଦି ଜାଣିବାକୁ ତଦନ୍ତ ଜାରି ରହିଥିବା ଜୋନ୍‌ ଏସିପି ମାନସ କୁମାର ଦେଓ କହିଛନ୍ତି। ଅଜିତଙ୍କ ଭଳି ଅନ୍ୟ କେହି ଏପରି କହୁଥିଲେ ତାଙ୍କ କଥାକୁ ବିଶ୍ୱାସ ନ କରି ପ୍ରକୃତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାକୁ ଏସିପି ପରାମର୍ଶ ଦେଇଛନ୍ତି। ଏଥିସହ ଏଭଳି ଘଟଣା ନଜରକୁ ଆସିଲେ ପୋଲିସକୁ ଖବର ଦେବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri