ଦଶମ ପାସ୍‌ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ଦଶମ, ହେଲେ କାମ ଥିଲା ଅତି ଚତୁର। ନିଜକୁ ଡାକ୍ତର ପରିଚୟ ଦେଇ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝୁଥିଲେ। କର୍କଟଠୁ ଆରମ୍ଭ କରି କିଡ୍‌ନୀ, ଡାଇବେଟିସ୍‌, ଗ୍ୟାସ୍‌ ଭଳି ବହୁ ରୋଗ ଭଲ କରିଦେବାକୁ କହି ନକଲି ଔଷଧ ବିକି ଠକୁଥିଲେ। ଏଭଳି ଜଣେ ନକଲି ଡାକ୍ତରଙ୍କୁ ଧରିଛି କମିଶନରେଟ୍‌ ପୋଲିସ। ସେ ହେଲେ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଅଜିତ କୁମାର କାଣ୍ଡି (୪୭)। ଲକ୍ଷ୍ମୀସାଗର ଥାନା ପକ୍ଷରୁ ଅଭିଯୁକ୍ତ ଅଜିତଙ୍କୁ ଗିରଫ କରାଯାଇ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଜିତ କିଛିଦିନ ହେଲା ବାଇକ୍‌ରେ ସତ୍ୟନଗର, ଲକ୍ଷ୍ମୀସାଗର ସମେତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘୂରି ବୁଲୁଥିଲେ। ସାଧାରଣ ଲୋକଙ୍କୁ ଡାକ୍ତର ବୋଲି ପରିଚୟ ଦେଇ ଫସାଉଥିଲେ। ତାଙ୍କଠାରୁ ଔଷଧ ଖାଇଲେ ଅତି କମ୍‌ ଦିନରେ ମାରାତ୍ମକ କର୍କଟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜଟିଳ ରୋଗ ଭଲ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ବହୁ ଲୋକ ମଧ୍ୟ ତାଙ୍କଠାରୁ ଔଷଧ କିଣି ଖାଉଥିଲେ। ହେଲେ ସେମାନଙ୍କ ରୋଗ ଭଲ ହେବା ପରିବର୍ତ୍ତେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। କାହାର ଚର୍ମରୋଗ ତ ଆଉ କାହାର ପେଟରୋଗ ହୋଇଥିଲା। ଅଜିତଙ୍କଠାରୁ ଔଷଧ କିଣି ଖାଇଥିବା ଲକ୍ଷ୍ମୀସାଗର ଅଞ୍ଚଳର ବୈକୁଣ୍ଠ ସାହୁ ମଙ୍ଗଳବାର ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ ସହ ଅନ୍ୟ ୪ଜଣ ଅଜିତଙ୍କଠାରୁ ଗତ ୪ ମାସ ହେବ ୧ ଲକ୍ଷ ୧୬ ହଜାର ଟଙ୍କାର ଔଷଧ ଖାଇ ଠକେଇର ଶିକାର ହେବା ସହ ସ୍ବାସ୍ଥ୍ୟ ସମସ୍ୟାରେ ପଡିଥିବା ଏତଲାରେ ଦର୍ଶାଇଥିଲେ। ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୩୧୬(୨), ୩୧୯(୨)ରେ ଏକ ମାମଲା (ନଂ.୪୬୫/୨୦୨୪) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଅଜିତ ଯେଉଁ ଔଷଧ ବିକ୍ରି କରୁଥିଲେ, ସେଥିରେ କମ୍ପାନୀର ନାମ ASCLEPIUS WELLNESS PVT.LTD ଲେଖାରହିଛି। ମାତ୍ର ଆଇଏସ୍‌ଆଇ ମାର୍କ ସହ ଅନ୍ୟାନ୍ୟ ବୈଧ ତଥା ଆବଶ୍ୟକ ତଥ୍ୟ ନ ଥିବାରୁ ପୋଲିସ ଏହାକୁ ନକଲି ବୋଲି କହୁଛି। ତେବେ ଏହି ଔଷଧ ର଼୍ୟାକେଟର ଚେରକୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ ଏହା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି। ଔଷଧ କେଉଁଠି ତିଆରି ହେଉଥିଲା, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଏହାର ମାଷ୍ଟରମାଇଣ୍ଡ କିଏ ଆଦି ଜାଣିବାକୁ ତଦନ୍ତ ଜାରି ରହିଥିବା ଜୋନ୍‌ ଏସିପି ମାନସ କୁମାର ଦେଓ କହିଛନ୍ତି। ଅଜିତଙ୍କ ଭଳି ଅନ୍ୟ କେହି ଏପରି କହୁଥିଲେ ତାଙ୍କ କଥାକୁ ବିଶ୍ୱାସ ନ କରି ପ୍ରକୃତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାକୁ ଏସିପି ପରାମର୍ଶ ଦେଇଛନ୍ତି। ଏଥିସହ ଏଭଳି ଘଟଣା ନଜରକୁ ଆସିଲେ ପୋଲିସକୁ ଖବର ଦେବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri