୧୦୯୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ହେବ। ଏଥିରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୩୦ଟି ପଞ୍ଚାୟତରେ ୧୦୯୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରୁ ୧୬ଜଣ ଜିଲା ପରିଷଦ ପ୍ରାର୍ଥୀ, ୧୧୫ ସରପଞ୍ଚ, ୯୮ ସମିତିସଭ୍ୟ ଓ ୮୬୮ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ଗୁରୁବାର ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ପୋଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ବୁଥ୍‌ଗୁଡିକରେ ପହଞ୍ଚତ୍ଛନ୍ତି। ପୋଲିଂ କର୍ମଚାରୀ ମହାବିଦ୍ୟାଳୟ ପରିସରରୁ ବାହାରିବା ବେଳେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟାୱରୀ ବ୍ୟବସ୍ଥାର ତଦାରଖ କରିଥିଲେ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତ୍‌ସିଂହପୁର ବିଡିଓ ଓ ତହସିଲଦାର ପ୍ରମୁଖ ନିୟୋଜିତ ପୋଲିଂ କର୍ମଚାରୀଙ୍କୁ ବୁଥ୍‌ରେ ପହଞ୍ଚାଇବାରେ ସହଯୋଗ କରିଥିଲେ। ରାତି ପାହିଲେ ନିର୍ବାଚନ ହେବାକୁ ଥିବାରୁ ଗୁରୁବାର ରାତିରୁ ଦଳୀୟ ନେତା, କର୍ମୀ, ପ୍ରାର୍ଥୀ ଓ ସମର୍ଥକମାନଙ୍କ ଛାତି ଧଡଧଡ ହେଉଛି। ରାତିରେ ଗଁା ଗହଳିରେ ଯେଉଁଭଳି ଭାବେ ଛକାପଞ୍ଝା ଲାଗି ରହିଛି ତାହା ନିଆରା ପରିବେଶ ସୃଷ୍ଟି କରିଛି। ପ୍ରାର୍ଥୀ ଓ ସମର୍ଥକମାନେ ପ୍ରତି ଘର ଉପରେ ନଜର ରଖିଛନ୍ତି। କେତେକ ସ୍ଥାନରେ ରାଜନୈତିକ ହିଂସା ସୃଷ୍ଟି ହୋଇଥିଲେ ସୁଦ୍ଧା ନିୟନ୍ତ୍ରଣ ଭିତରେ ରହିଛି। କିନ୍ତୁ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ଅଛି କି ନାହିଁ ତାହା କହିବା ସହଜ ନୁହେଁ। ମୋଟାମୋଟି ଭାବେ ଏବେ ଭୋଟରଙ୍କ ଉପରେ ପ୍ରତ୍ୟେକଙ୍କ ନଜର। ଭୋଟରଙ୍କୁ ନିଜ ସପକ୍ଷକୁ ମନେଇବାକୁ ପ୍ରାର୍ଥୀମାନେ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ଲକର ୪୮୭ଟି ୱାର୍ଡରେ ୧,୨୧,୧୩୦ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ୧୪୬୧ ଜଣ ପୋଲିଂ ଅଧିକାରୀ, ୪୮୭ ଜଣ ପୋଲିସ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦% କର୍ମଚାରୀଙ୍କୁ ସଂରକ୍ଷିତ ରହିଛନ୍ତି। ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରେ ୧୧୨ଟି ମହିଳା ପୋଲିଂ ବୁଥ୍‌ ସମେତ ମଧୁସୂଦନପୁରସ୍ଥିତ ଜଗନ୍ନାଥ ହାଇସ୍କୁଲ ପରିସରରେ ଆଦର୍ଶ ମହିଳା ବୁଥ୍‌ କରାଯାଇଛି। ପାଟ୍ରୋଲିଂ ପାଇଁ ୩୦ଟି ମୋବାଇଲ ଦଳ ଗଠନ କରାଯାଇଛି। ପୋଲିସ ସବ୍‌ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ ସବ୍‌ଇନ୍ସପେକ୍ଟର ଆଇନଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଜଗତ୍‌ସିଂହପୁର ଜିଲା ପରିଷଦ ୧ନଂ. ଜୋନରେ ୯ଟି ପଞ୍ଚାୟତ, ୨ନଂ.ରେ ୭, ୩ନଂ.ରେ ୮ ଓ ୪ନଂ.ରେ ୬ଟି ପଞ୍ଚାୟତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri