୧୦୯୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ହେବ। ଏଥିରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୩୦ଟି ପଞ୍ଚାୟତରେ ୧୦୯୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରୁ ୧୬ଜଣ ଜିଲା ପରିଷଦ ପ୍ରାର୍ଥୀ, ୧୧୫ ସରପଞ୍ଚ, ୯୮ ସମିତିସଭ୍ୟ ଓ ୮୬୮ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ଗୁରୁବାର ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ପୋଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ବୁଥ୍‌ଗୁଡିକରେ ପହଞ୍ଚତ୍ଛନ୍ତି। ପୋଲିଂ କର୍ମଚାରୀ ମହାବିଦ୍ୟାଳୟ ପରିସରରୁ ବାହାରିବା ବେଳେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟାୱରୀ ବ୍ୟବସ୍ଥାର ତଦାରଖ କରିଥିଲେ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତ୍‌ସିଂହପୁର ବିଡିଓ ଓ ତହସିଲଦାର ପ୍ରମୁଖ ନିୟୋଜିତ ପୋଲିଂ କର୍ମଚାରୀଙ୍କୁ ବୁଥ୍‌ରେ ପହଞ୍ଚାଇବାରେ ସହଯୋଗ କରିଥିଲେ। ରାତି ପାହିଲେ ନିର୍ବାଚନ ହେବାକୁ ଥିବାରୁ ଗୁରୁବାର ରାତିରୁ ଦଳୀୟ ନେତା, କର୍ମୀ, ପ୍ରାର୍ଥୀ ଓ ସମର୍ଥକମାନଙ୍କ ଛାତି ଧଡଧଡ ହେଉଛି। ରାତିରେ ଗଁା ଗହଳିରେ ଯେଉଁଭଳି ଭାବେ ଛକାପଞ୍ଝା ଲାଗି ରହିଛି ତାହା ନିଆରା ପରିବେଶ ସୃଷ୍ଟି କରିଛି। ପ୍ରାର୍ଥୀ ଓ ସମର୍ଥକମାନେ ପ୍ରତି ଘର ଉପରେ ନଜର ରଖିଛନ୍ତି। କେତେକ ସ୍ଥାନରେ ରାଜନୈତିକ ହିଂସା ସୃଷ୍ଟି ହୋଇଥିଲେ ସୁଦ୍ଧା ନିୟନ୍ତ୍ରଣ ଭିତରେ ରହିଛି। କିନ୍ତୁ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ଅଛି କି ନାହିଁ ତାହା କହିବା ସହଜ ନୁହେଁ। ମୋଟାମୋଟି ଭାବେ ଏବେ ଭୋଟରଙ୍କ ଉପରେ ପ୍ରତ୍ୟେକଙ୍କ ନଜର। ଭୋଟରଙ୍କୁ ନିଜ ସପକ୍ଷକୁ ମନେଇବାକୁ ପ୍ରାର୍ଥୀମାନେ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ଲକର ୪୮୭ଟି ୱାର୍ଡରେ ୧,୨୧,୧୩୦ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ୧୪୬୧ ଜଣ ପୋଲିଂ ଅଧିକାରୀ, ୪୮୭ ଜଣ ପୋଲିସ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦% କର୍ମଚାରୀଙ୍କୁ ସଂରକ୍ଷିତ ରହିଛନ୍ତି। ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରେ ୧୧୨ଟି ମହିଳା ପୋଲିଂ ବୁଥ୍‌ ସମେତ ମଧୁସୂଦନପୁରସ୍ଥିତ ଜଗନ୍ନାଥ ହାଇସ୍କୁଲ ପରିସରରେ ଆଦର୍ଶ ମହିଳା ବୁଥ୍‌ କରାଯାଇଛି। ପାଟ୍ରୋଲିଂ ପାଇଁ ୩୦ଟି ମୋବାଇଲ ଦଳ ଗଠନ କରାଯାଇଛି। ପୋଲିସ ସବ୍‌ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ ସବ୍‌ଇନ୍ସପେକ୍ଟର ଆଇନଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଜଗତ୍‌ସିଂହପୁର ଜିଲା ପରିଷଦ ୧ନଂ. ଜୋନରେ ୯ଟି ପଞ୍ଚାୟତ, ୨ନଂ.ରେ ୭, ୩ନଂ.ରେ ୮ ଓ ୪ନଂ.ରେ ୬ଟି ପଞ୍ଚାୟତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri