୧୦୬ ଏମରଜେନ୍ସି ରେସପନ୍ସ ଗାଡ଼ିର ଶୁଭାରମ୍ଭ

କଟକ ଅଫିସ,୫ା୪: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏମରଜେନ୍ସି ରେସପନ୍ସ ଭେହିକଲ(ଇଆର୍‌ଭି)ର ଶୁଭାରମ୍ଭ କରାଯାଇଛି। ଏ ନେଇ କଟକସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡଠାରେ ସୋମବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା ଯୋଗଦେଇ ଏହି ଏମରେଜେନ୍ସି ରେସପନ୍ସ ଭେହିକଲ (ଇଆର୍‌ଭି)ର ଶୁଭାରମ୍ଭ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଯାନ ପ୍ରଦାନ କରାଯିବାକୁ ଥିବାବେଳେ ସୋମବାର ୬୨ଟି ଯାନକୁ ଲୋକାର୍ପଣ କରାଯାଇଛି। ବାକି ଥିବା ଇଆର୍‌ଭି ଯାନ ଦ୍ୱିତୀୟ ପର୍ଯ୍ୟାୟରେ ଉନ୍ମୋଚନ କରାଯିବ। ପୂର୍ବରୁ ଓଡ଼ିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ଅଧୀନକୁ ଆଣିବା ଲାଗି ଏକ ଜରୁରିକାଳୀନ ହେଲ୍ପଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି। ଏହି ନୂଆ ୧୦୬ଟି ଇଆର୍‌ଭିର ଶୁଭାରମ୍ଭ ୧୧୨ସେବାକୁ ଆହୁରି ମଜଭୁତ କରିବ। ତେବେ ସେବାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ଲାଗି ଏହି ଯାନଗୁଡ଼ିକୁ ଜିଆଇଏସ୍‌ ଏବଂ ଜିପିଏସ୍‌ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି। ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରିକାଳୀନ ପରିସ୍ଥିତିରେ ଏହି ଇଆରଭି ଦ୍ୱାରା ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରାଯିବ। ଏହି ଉଦ୍‌ଘାଟନୀ ଅବସରରେ ଓଡ଼ିଶାର ସ୍ବତନ୍ତ୍ର ଡିଜି ଯୋଗାଯୋଗ ଅରୁଣ ରାୟ ଓ ଆଡିଶନାଲ ଡିଜି ଲ ଆଣ୍ଡ ଅର୍ଡର ରାଧାକିଶନ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?