୧୦୪୭ କୋଟିର ଯୋଜନା ଅନୁମୋଦନ

ଜଗତ୍‌ସିଂହପୁର ଅଫିସ, ୨୫ା୧୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ଅପରାହ୍ନରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୩୭ଟି ବିଭାଗ ଓ ୨ଟି ପୌର ପରିଷଦ ଅନ୍ତର୍ଭୁକ୍ତ ରହିଛି। ୧୦୪୭ କୋଟି ୨୧ଲକ୍ଷ ୫୨ ହଜାର ଟଙ୍କାର ଯୋଜନା ଅନୁମୋଦନ ଲାଭ କରିଥିବା ସୂଚନା ଦିଆଯାଇଛି। ସେଥିମଧ୍ୟରୁ ପୂର୍ତ୍ତ ବିଭାଗ ପାଇଁ ୧୦୬୦୭ ଲକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ୭୫୮୦.୧୮ ଲକ୍ଷ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୪୦.୫୦ ଲକ୍ଷ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୨୨୪.୨୦ ଲକ୍ଷ, ଗୃହ ଓ ନଗର ଉନ୍ନୟନ ୩୩୦ ଲକ୍ଷ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ୨୦୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ସେହିପରି ଯୋଜନା ଓ କନଭରଜେନ୍ସ ପାଇଁ ୧୩୧୪ ଲକ୍ଷ, ପଞ୍ଚାୟତିରାଜ ୧୩୮୧୨.୪୨ ଲକ୍ଷ, ଶିଳ୍ପ ୨୦ ଲକ୍ଷ, ଜଳ ସମ୍ପଦ ୧୪୫୬.୧୪ ଲକ୍ଷ, ଜଙ୍ଗଲ ଓ ପରିବେଶ ୧୨୧ ଲକ୍ଷ, କୃଷି ଓ ଉଦ୍ୟାନ କୃଷି ୫୧୨୨.୦୫ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ୯୩୧୩.୬୧ ଲକ୍ଷ, ସଂସ୍କୃତି ୨୧୫.୬୯ ଲକ୍ଷ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ୬୮୫.୫୩ ଲକ୍ଷ, ସମବାୟ ୪୩,୪୦୦ ଲକ୍ଷ, ମହିଳା ଓ ଶିଶୁ ବିକାଶ ୪୪୬.୨୯ ଲକ୍ଷ, ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ୩୩.୯୦ ଲକ୍ଷ ଓ ସାମାଜିକ ସୁରକ୍ଷା ବିଭାଗ ପାଇଁ ୮୫୪୦.୪୧ଲକ୍ଷ ଟଙ୍କା ରହିଛି । ଏହା ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇ ଷ୍ଟେଟ୍‌ ପ୍ଲାନରେ ଅନ୍ତର୍ଭୁକ୍ତ କରାଯିବ।
ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜିଲାର ବିକାଶ ପାଇଁ ଯାହା ଯୋଜନା ପ୍ରସ୍ତାବ ରହିବ ସେଥିରେ ତାଙ୍କର ସହମତି ଥିବା କହିଥିଲେ। ବିଧାୟକ ମୁଦୁଲି କହିଥିଲେ, ଆମ ଜିଲାରେ କୃଷି ଓ ଶିଳ୍ପ ଅଭିବୃଦ୍ଧି ଆହ୍ବାନ। ଏଠାରେ ଦୁଗ୍ଧ ଓ ମତ୍ସ୍ୟ ସମ୍ପଦର ଉତ୍ପାଦନ ବୃଦ୍ଧି, ଜଳସମ୍ପଦର ଉନ୍ନତି, ପର୍ଯ୍ୟଟନର ବିକାଶ ପାଇଁ ପ୍ରକୋଷ୍ଟ କ୍ଷେତ୍ର ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ କୃଷି ଆଦିର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ବୈଠକରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଓ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲାପାଳ ପାରୁଲ ପଟାୱରୀ ସ୍ବାଗତ ସୂଚନା ଦେବା ସହ ଶ୍ରମିକମାନଙ୍କ କାର୍ଡ ରିନିୱାଲ କରିବା ପାଇଁ ସମସ୍ତ ବ୍ଲକରେ ଶିବିର ଆୟୋଜନ କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉପନିର୍ଦ୍ଦେଶକ ସବିତା ସାହୁଙ୍କ ସମେତ ଜିଲା ପରିଷଦ ସଭ୍ୟାସଭ୍ୟ, ଜିଲା ଯୋଜନା କମିଟି ସଭ୍ୟାସଭ୍ୟ, ଜିଲାସ୍ତରୀୟ ଅଧିକାରୀ ଓ କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri