ରୋଗରୁ ଦୂରେଇ ରହିବା ପାଇଁ ପିମ୍ପୁଡି ଖାଆନ୍ତି ଏହି ଜନଜାତି…

ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍‌ ପ୍ରସ୍ତୁତ କରିଥାନ୍ତି। ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ କ୍ଷେତ୍ରରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏସମ୍ପର୍କରେ ଆମେରିକାର ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। ସୋଲିନୋପିସିସ୍‌ ମୋଲେଷ୍ଟା ନାମକ ଏକ ପିମ୍ପୁଡି ପ୍ରଜାତି ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍‌ ପ୍ରସ୍ତୁତ କରିଥାନ୍ତି। ମନୁଷ୍ୟଠାରେ ଦେଖାଯାଉଥିବା କେତେକ କବକ ଜାତୀୟ ରୋଗର ନିଦାନ କ୍ଷେତ୍ରରେ ଏହି ଆଣ୍ଟିବାୟୋଟିକ୍ସ୍‌ର ବ୍ୟବହାର କରାଯାଇ ସଫଳତା ମିଳିଥିବା ଗବେଷକ କହିଛନ୍ତି। ଗବେଷକ ୨୦ଟି ପିମ୍ପୁଡି ପ୍ରଜାତି ଉପରେ ଦୀର୍ଘଦିନ ଧରି ପରୀକ୍ଷା ଚଳାଇଥିଲେ। ସେସବୁ ପ୍ରଜାତି ମଧ୍ୟରୁ ୧୨ଟିଠାରେ ସୃଷ୍ଟି ହେଉଥିବା ପ୍ରତିଷେଧକ ରାସାୟନିକ ପଦାର୍ଥ ପିମ୍ପୁଡିକୁ ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ ବୋଲି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏବେ ମଧ୍ୟ ଆଫ୍ରିକାର ଘନ ଜଙ୍ଗଲ ମଧ୍ୟରେ ଥିବା ହିମ୍ବା ଜନଜାତି ଏଭଳି ପିମ୍ପୁଡିଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଆଣ୍ଟିବାୟୋଟିକ୍ସକୁ ବ୍ୟବହାର କରିଥାନ୍ତି। ସେମାନେ ଏହି ପ୍ରଜାତିର ପିମ୍ପୁଡିକୁ କେତେକ ନିର୍ଦ୍ଦିଷ୍ଟ ରୋଗ ସମୟରେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ପିମ୍ପୁଡି ମଧ୍ୟରେ ଥିବା ରାସାୟନିକ ପଦାର୍ଥ ଖାଦ୍ୟ ମାଧ୍ୟମରେ ଏହି ଜନଜାତିଙ୍କ ଶରୀରକୁ ଆସିଥାଏ। ଫଳରେ ସେମାନଙ୍କୁ ସହଜରେ ମିଳିମିଳା, କେତେକ କବକ ଜାତୀୟ ରୋଗ, ଶ୍ୱାସରୋଗ ଆଦି ସହଜରେ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri