ବିଏମ୍‌ସିର ୧୦୨୭ କୋଟି ଟଙ୍କାର ବଜେଟ

ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍‌ସି ବଜେଟ ଇତିହାସରେ ସର୍ବକାଳୀନ ରେକର୍ଡ। ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ୧୫୧୪.୪୫ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖିଥିବାବେଳେ ୧ହଜାର ୨୭କୋଟି ଟଙ୍କା ବ୍ୟୟ ଅଟକଳ ରଖିଛି। ତେଣୁ ଏହାକୁ ୪୮୬.୯୦ କୋଟି ଟଙ୍କାର ବଳକା ବଜେଟ ବୋଲି କୁହାଯାଉଛି। ସର୍ବୋପରି ଏହା ଏକ ଲୋକାଭିମୁଖୀ ଓ ବଳକା ବଜେଟ୍‌ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ବିଏମ୍‌ସିର ସୁପରିଚାଳନା ପାଇଁ ୧୦୫.୯୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯କୋଟି, ଏକାମ୍ର ଯୋଜନା ପାଇଁ ୧୧୩କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦କୋଟି, ପେଭର ବ୍ଲକ୍‌ ରାସ୍ତା ନିର୍ମାଣ ପାଇଁ ୯୭.୭୨କୋଟି, ଡ୍ରେନ୍‌ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭କୋଟି, ଓ୍ବାର୍ଡ ଅଫିସ ନିର୍ମାଣ ପାଇଁ ୨୧କୋଟି, ରାସ୍ତା ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧କୋଟି ଏବଂ ପାନୀୟଜଳ, ଆଲୋକୀକରଣ, ଯାନବାହନ କ୍ରୟ ଭଳି ଅନ୍ୟାନ୍ୟ ମୌଳିକ କାର୍ଯ୍ୟ କରାଯିବା ନେଇ ସ୍ଥିର ହୋଇଛି। ଅପରପକ୍ଷେ ଖୁବ୍‌ଶୀଘ୍ର ସହରର ବିଭିନ୍ନ ସ୍ଥାନରେ ପାର୍କିଂ ସହ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ନେଇ ବୈଠକରେ ସ୍ଥିର ହୋଇଥିଲା। ଏଥିସହ ୪ଟି ଅର୍ବାନ ଓ୍ବେଲ୍‌ନେସ୍‌ ସେଣ୍ଟର ନିର୍ମାଣ, ବର୍ଷାଦିନେ ଲୋକଙ୍କୁ ଆକସ୍ମିକ ଜଳବନ୍ଦୀରୁ ରକ୍ଷା କରିବାକୁ ପମ୍ପ୍‌ସେଟ୍‌, ଜରୁରୀକାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍‌ କ୍ରୟ କରିବା ନେଇ ନିଷ୍ପତ୍ତି ହୋଇଛି। ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବଜେଟ ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେ, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କର୍ପୋରେଟରଙ୍କୁ ଅନ୍ଧାରରେ ରଖି ବଜେଟ ପାସ୍‌

ବଜେଟ୍‌ ପାରିତ ହେବାବେଳେ କେତେଜଣ କର୍ପୋରେଟର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିନା ଆଲୋଚନାରେ ଅନ୍ଧାରରେ ରଖି ଚଳିତ ବଜେଟ୍‌ ପାସ୍‌ କରିଥିବା ଅଭିଯୋଗ କରିଥିଲେ। ବଜେଟ୍‌ ନେଇ ସମସ୍ତ କର୍ପୋରେଟରଙ୍କୁ ସବିଶେଷ ବିବରଣୀ ଦିଆଯାଉ ନାହିଁ। ୨୦୨୩-୨୪ରେ ହୋଇଥିବା ୬୯୦କୋଟି ଟଙ୍କାର ବଜେଟ ଏବଂ ପରେ ୨୯୦କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍‌ରୁ କେତେ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି, କେତେ ବଳକା ରହିଛି ତାହାର ହିସାବ ଦିଆଯାଇ ନ ଥିଲା। ଏହାକୁ ନେଇ କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଯଶୋଧାରା ପ୍ରଧାନ, ନୃପେଶ ନାୟକ ପ୍ରମୁଖ ସ୍ବର ଉଠାଇଥିଲେ। ପରେ ସପ୍ଲିମେଣ୍ଟାରୀ ବଜେଟ ସମ୍ବନ୍ଧୀୟ ଏକ କାଗଜ ସେମାନଙ୍କୁ ଧରାଇ ଦିଆଯାଇ ୫ ମିନିଟ୍‌ରେ ଦେଖ ବୋଲି କୁହାଯାଇଥିଲା, ଯାହାକି ସମ୍ଭବ ନୁହେଁ ବୋଲି ଯଶୋଧାରା କହିଛନ୍ତି। ସେହିପରି ସିଏଫ୍‌ଓ, ଫାଇନାନ୍ସ ଅଫିସର ଥିବା ସତ୍ତ୍ୱେ ବଜେଟ୍‌କୁ କାହିଁକି ସରଳ ଭାବରେ ବୁଝାଯାଉନି ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ।

ଯୋଗଦେଲେନି ୩୩ କର୍ପୋରେଟର

ବଜେଟ୍‌ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଏମ୍‌ସିର ୩୩ଜଣ କର୍ପୋରେଟର ଯୋଗଦେଇ ନ ଥିଲେ। ମୋଟ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁୁ ମାତ୍ର ୩୪ଜଣଙ୍କୁ ନେଇ ଏହି ବଜେଟ୍‌ ପାସ୍‌ ହୋଇଥିଲା। ଉପସ୍ଥିତ ଥିବା କର୍ପୋରେଟରଙ୍କ ମଧ୍ୟରେ ୨୯ଜଣ ବିଜେଡି ଓ ୫ଜଣ ଭାଜପାର ଥିଲେ। ତେବେ ଲୋକଙ୍କ ପାଇଁ କାମ କରିବାକୁ ପ୍ରତିନିଧି ହୋଇଥିବା କର୍ପୋରେଟରମାନେ ଏଭଳି ଦିନର ପ୍ରାସଙ୍ଗିକତାକୁ ଉପଲବ୍ଧି କରି ନାହାନ୍ତି ନା ସେମାନଙ୍କ ଉପସ୍ଥିତି/ଅନୁପସ୍ଥିତି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଇଁ କୌଣସି ଗୁରୁତ୍ୱ ବହନ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲିଗାଲ ଫି’ ବାବଦକୁ ସାଢ଼େ ୪ କୋଟି, ଫଳ ଶୂନ

ଚଳିତ ଆର୍ଥତ୍କ ବର୍ଷରେ ବିଏମ୍‌ସିର ଲିଗାଲ୍‌ ଫି’ ବାବଦରେ ପ୍ରାୟ ସାଢେ ୪କୋଟି ଟଙ୍କା ରଖାଯାଇଛି। ହେଲେ ୧୦୦ରୁ ୯୯ଟି କେସ୍‌ରେ ବିଏମ୍‌ସି ହାରୁଥିବା ଦେଖାଯାଇଛି। ଏପରିକି ବହୁ କେସ୍‌ରେ ବିଏମ୍‌ସି ହାଜର ମଧ୍ୟ ହେଉନାହିଁ। ଅନେକ ବିପଜ୍ଜନକ ସ୍ଥାନରେ ଲୋକମାନେ ଜବରଦଖଲ କରି ରହୁଛନ୍ତି। ହାଇକୋର୍ଟରୁ ଷ୍ଟେ’ ଆଣି ବର୍ଷବର୍ଷ ଧରି ଦଖଲରେ ରଖିଥିଲେ ମଧ୍ୟ ବିଏମ୍‌ସି ଅଧିକାରୀମାନେ ଦେଖଣାହାରି ସାଜୁଛନ୍ତି। ଏଥିପାଇଁ ବିଏମ୍‌ସି ନିୟୋଜିତ କରିଥିବା ଓକିଲମାନେ ମଧ୍ୟ କୌଣସି ବାଟ ବାହାର କରିପାରୁନାହାନ୍ତି। ମାତ୍ର ସେମାନଙ୍କ ଫି’ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ୨୦୨୩-୨୪ରେ ଲିଗାଲ୍‌ ଫି ବାବଦରେ ପ୍ରାୟ ଦେଢକୋଟି ଟଙ୍କା ଅଟକଳ ରଖାଯାଇଥିବାବେଳେ ୫କୋଟି ୫୩ଲକ୍ଷ ୯୧୧ଟଙ୍କା ଖର୍ଚ୍ଚ କରାଯାଇଛି। ଏହାକୁ ନେଇ କେତେଜଣ କର୍ପୋରେଟର ଅଭିଯୋଗ ଉଠାଇଛନ୍ତି। କର୍ପୋରେଟର ନୃପେଶ ନାୟକ କହିଛନ୍ତି, ୨୦୧୨ରେ ବିଏମ୍‌ସିର ନିୟମିତ ଲ’ (ଆଇନ୍‌)ଅଧିକାରୀଙ୍କ ମୃତ୍ୟୁ ପରଠାରୁ ଉକ୍ତ ପଦବୀ ଖାଲି ପଡିଛି। ହଜାର ହଜାର କୋଟି ଟଙ୍କାର କାରବାର ସତ୍ୱେ ବିଏମ୍‌ସିରେ ଲ’ ଅଫିସର କାହିଁକି ନିଯୁକ୍ତ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଖୁବ୍‌ଶୀଘ୍ର ଲ’ ଅଧିକାରୀ ନିୟୋଜିତ ହେବା ସହ ଆଉଟ୍‌ସୋର୍ସିଂରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।

ବାୟୋମାଇନିଂ ପାଇଁ ୨୦କୋଟି, ଆଜି ବୁଲିଯିବେ କର୍ପୋରେଟର

ବଜେଟ୍‌ରେ ବାୟୋମାଇନିଂ ବାବଦରେ ପ୍ରାୟ ୨୦କୋଟି ଟଙ୍କା ଅଟକଳ ରଖାଯାଇଛି। ଗତବର୍ଷ ୧୫କୋଟି ଖର୍ଚ୍ଚ କରାଯାଇଥିଲା। ତେବେ ବାୟୋମାଇନିଂ କାମ ଠିକ୍‌ ଭାବେ ଆଗେଇ ପାରୁ ନ ଥିବାବେଳେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ। ତେଣୁ କର୍ପୋରେଟରଙ୍କୁ ସହରର ପରିମଳ ବ୍ୟବସ୍ଥା ବୁଲାଇ ଦେଖାଇବା ପାଇଁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ରବିବାର ଭୁଆଶୁଣି ବାୟୋମାଇନିଂ, ଟିଟିଏସ୍‌ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri