ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର

ଇସ୍‌ଲାମାବାଦ୍‌,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର ସାକ୍ଷୀ ଥିବା ତାଙ୍କ ପୈତୃକ ଘର ଏବେ ମାଟିରେ ମିଶିପାରେ। ପେଶାଓ୍ବର କିଶା ଖାନି ବଜାର ସ୍ଥିତ କପୁର ବଂଶର ଏହି ବିଶାଳମୟ କୋଠାକୁ ୧୯୧୮ରୁ ୧୯୨୨ ମଧ୍ୟରେ ନିର୍ମାଣ କରାଯାଇଥିଲା। କୁହାଯାଏ, ଏହା ୧୦୨ ବର୍ଷର ପୁରୁଣା ବିଶାଳମୟ କୋଠା। ସେହି ସମୟର ସୌନ୍ଦର୍ଯ୍ୟଭରା କୋଠା ଏବେ ଜର୍ଜରିତ ଅବସ୍ଥାରେ। କେତେବେଳେ ବି ଏହା ଭୁଷୁଡ଼ିପାରେ।

ତେଣୁ ଏହି କୋଠାର ବର୍ତ୍ତମାନ ମାଲିକ ହାଜି ମହମ୍ମଦ ଇଶରାର ଚାହୁଁଛନ୍ତି ଯେ, ଏହାକୁ ଭାଙ୍ଗି ସେଠାରେ ଏକ କମର୍ସିଆଲ କମ୍ଲେକ୍ସ ନିର୍ମାଣ କରିବାକୁ। ଏହା ପୂର୍ବରୁ ଏହି ବିଶାଳ କୋଠାର ଜର୍ଜରିତ ଅବସ୍ଥା ଦେଖି ଭାଙ୍ଗିବାକୁ ଚେଷ୍ଟା ମଧ୍ୟ କରାଯାଇଛି। କିନ୍ତୁ ୨୦୧୮ରେ ରିଷି କପୁରଙ୍କ ନିବେଦନ ରକ୍ଷା କରି ପାକିସ୍ତାନ ସରକାର ଏହି ମହଲକୁ ଏକ ସଂଗ୍ରହାଳୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଆଜି ଯାଏଁ ହୋଇପାରିନାହିଁ। ପୂର୍ବରୁ ଏହି ବଙ୍ଗଳାକୁ ଇଶରାର ୩ରୁ ୪ଥର ଭାଙ୍ଗିବାକୁ ଚେଷ୍ଟା କରିସାରିଛନ୍ତି। କିନ୍ତୁ ପୁଙ୍ଖତୁଓ୍ବା ଐତିହ୍ୟସ୍ଥଳ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବାରୁ ଇଶରାର ଏହାକୁ ଭାଙ୍ଗିବାରେ ସକ୍ଷମ ହୋଇପାରି ନ ଥିଲେ। ଅପରପକ୍ଷେ ଉକ୍ତ ବଙ୍ଗଳାର ଐତିହାସିକ ମହତ୍ତ୍ୱକୁ ଦେଖି ସରକାର ଏହାକୁ କିଣିବାକୁ ଚାହୁଁଛନ୍ତି। ଯାଦ୍ୱାରା ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇପାରିବ। କିନ୍ତୁ ଇଶରାର ଏହାକୁ ଭାଙ୍ଗି କମର୍ସିଆଲ କମ୍ପ୍ଲେକ୍ସ ତିଆରି କରିବାକୁ ଜିଦ୍‌ ଧରିବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri