୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…

ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ ପୋଲିସ ଷ୍ଟେଶନ (ସିଓପିଏସ) ପ୍ରତିଷ୍ଠା କରିଛି। ଏକ ଗୁପ୍ତ ରିପୋର୍ଟରୁ ଜଣାପଡିଛି ଯେ ଏପର୍ଯ୍ୟନ୍ତ ଚାଇନା ୫୩ ଟି ଦେଶରେ ୧୦୨ଟି ପୋଲିସ ଷ୍ଟେଶନ ଖୋଲିଛି।

ଏକ ରିପୋର୍ଟ ଅନୁଯାୟୀ, ୨୦୧୬ ରେ ଚାଇନ ଭିତ୍ତିକ ଜନ ସୁରକ୍ଷା ବ୍ୟୁରୋ (ପିଏସବି) ଦ୍ୱାରା ସିଓପିଏସର ନେଟୱାର୍କ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ଦେଶରେ ଅବସ୍ଥିତ ଏହି ପୋଲିସ ଷ୍ଟେସନର କାର୍ଯ୍ୟ ହେଉଛି ଚାଇନା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କ ଉପରେ ନଜର ରଖିବା। ଏହା ବ୍ୟତୀତ ଚାଇନାରୁ ଅନ୍ୟ ଦେଶକୁ ପଳାୟନ କରିଥିବା ନାଗରିକମାନଙ୍କୁ ଦେଶକୁ ପଠାଇବା ଲାଗି ଚାପ ପ୍ରୟୋଗ ଏସବୁ ଷ୍ଟେଶନ ଦ୍ୱାରା କରାଯାଇଥାଏ। ରାଜନୈତିକ ବିରୋଧୀଙ୍କୁ ଦୁର୍ବଳ କରିବା ଏବଂ ତିବ୍ବତୀୟ, ଉଇଗୁରୁ ସମସ୍ୟା ତଥା ଚାଇନା ବିରୋଧୀ ସ୍ବର ଭଳି କାର୍ଯ୍ୟ ଉପରେ ଏହା ମାଧ୍ୟମରେ ନଜର ରଖା ଯାଇଥାଏ। ରିପୋର୍ଟ ଅନୁଯାୟୀ, ସିଓପିଏସ ଚାଇନାର ପୂର୍ବତନ ପୋଲିସ ଅଧିକାରୀ ଏବଂ ପୁରୁଣା ଦୂତାବାସର ଅଧିକାରୀଙ୍କୁ ନେଇ ଗଠିତ। ସେମାନେ ଚାଇନାର ଦୂତାବାସଠାରୁ ଅଲଗା କାମ କରନ୍ତି। ସେମାନଙ୍କର କୌଣସି କାର୍ଯ୍ୟାଳୟ ନାହିଁ। ରିପୋର୍ଟ ଅନୁଯାୟୀ, ସେମାନେ ସ୍ଥାନୀୟ ଦୋକାନ, ରେଷ୍ଟୁରାଣ୍ଟ, ମଲ କିମ୍ବା ଆପାର୍ଟମେଣ୍ଟ ସହିତ ଅନୌପଚାରିକ ସ୍ଥାନ ମାଧ୍ୟମରେ କାର୍ଯ୍ୟ କରନ୍ତି। ଚାଇନା ଏହାକୁ ସେବା ଷ୍ଟେଶନ ଏବଂ ସମ୍ପର୍କ ପୋଷ୍ଟ ନାମରେ ନାମିତ କରିଛି। ଏସବୁ ବିଦେଶରେ ଚାଇନାର ସମ୍ପ୍ରଦାୟର ଜଣେ ନେତାଙ୍କ ଦ୍ୱାରା ପରିଚାଳିତ, ଯେଉଁମାନେ ଚାଇନା କମ୍ୟୁନିଷ୍ଟ ପାର୍ଟି ପ୍ରତି ବିଶ୍ୱସ୍ତ ଅଟନ୍ତି।

ଖବର ଅନୁଯାୟୀ, ଦକ୍ଷିଣ ଆମେରିକା, ମ୍ୟାନମାର, କାମ୍ବୋଡିଆ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ମୋଜାମ୍ବିକ, ଜାମ୍ବିଆ, ସର୍ବିଆ, କ୍ରୋଏସିଆ, ରୋମାନିଆ ଏବଂ ଇଟାଲୀ ଭଳି ଅନେକ ଦେଶରେ ଚାଇନ ନିଜର ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିଛି। ଆମେରିକା କଂଗ୍ରେସ କାର୍ଯ୍ୟନିର୍ବାହୀ ଆୟୋଗ ଅଭିଯୋଗ କରିଛନ୍ତି ଯେ ଏସବୁ ମାଧ୍ୟମରେ ବିଭିନ୍ନ ଦେଶରେ ଚାଇନା ଗୁପ୍ତଚର କାର୍ଯ୍ୟ କରୁଛି। ଏହି ସବୁ ଦେଶର ସୁରକ୍ଷା ପାଇଁ ବିପଜ୍ଜନକ ଅଟେ।

କୁହାଯାଉଛି ଯେ ଆମେରିକା, କାନାଡା, ୟୁରୋପ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ଚାଇନା ମଧ୍ୟ ଏଭଳି ଷ୍ଟେଶନ ସ୍ଥାପନ କରିଥିଲା ପରେ, ଯେତେବେଳେ ସରକାର ଏହାକୁ ବିରୋଧ କରିଥିଲେ, ଚାଇନାକୁ ଏସବୁକୁ ବନ୍ଦ କରିବାକୁ ପଡିଥିଲା। ତେବେ ବ୍ରାଜିଲ, ଆର୍ଜେଣ୍ଟିନା, ଇକ୍ୟୁଏଡର୍‌, ହଙ୍ଗେରୀ ଏବଂ ନାଇଜେରିଆ ଭଳି କେତେକ ବିକାଶଶୀଳ ଦେଶ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନୀରବ ରହିବାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri