ଗାନ୍ଧୀ ନୀତିରେ ଦେଶ ରକ୍ଷା ଆହ୍ବାନ

ଡେଲାଙ୍ଗ/ପିପିଲି, ୧୪।୩ (ଡି.ଏନ୍‌.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇସ୍ଥିତ ମେଳନ ପଡ଼ିଆରେ ଶନିବାର କଂଗ୍ରେସ ପକ୍ଷରୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ଏବଂ ଓଡ଼ିଶାରେ କଂଗ୍ରେସର ୧୦୦ବର୍ଷ ପୂର୍ତ୍ତି ଅବସରରେ ଗାନ୍ଧୀପୀଠରୁ ପିପିଲିର ଦାଣ୍ଡମୁକୁନ୍ଦପୁରକୁ ଐତିହାସିକ ପଦଯାତ୍ରାର ଉଦ୍‌ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶକୁ ରକ୍ଷା କରିବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ପୁରୀ ଜିଲା ସଭାପତି ଅଜିତ ମଙ୍ଗରାଜ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୁରୀ ଜିଲା ପ୍ରଭାରୀ ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ବିପିନି ଦାଶ, ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ମହାମତ୍ା ଗାନ୍ଧୀଙ୍କ ପ୍ରର୍ତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅତିଥିମାନେ ସେଠାରେ ଥିବା ମାତା କସ୍ତୁରବା ସେବା କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ପରେ ସଭାରେ ଯୋଗଦେଇ ସମାଜକୁ ଭ୍ରଷ୍ଟାଚାରରୁ ରକ୍ଷା କରିବା ପାଇଁ ରାମରାଜ୍ୟ ଗଠନ କରିବା ଏହି ପଦଯାତ୍ରାର ଲକ୍ଷ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସେହିପରି ଡେଲାଙ୍ଗ ହେଉଛି ଗଡ଼ଜାତର ମାଟି। ଏହି ମାଟିକୁ ୧୯୩୮ରେ ଜାତିର ପିତା ମହାମତ୍ାଗାନ୍ଧୀ ୪ର୍ଥ ସମ୍ମିଳନୀରେ ଯୋଗଦେବାକୁ ଆସି ବେରବୋଇରେ ୭ ଦିନ ରହିଥିଲେ। ଏହି ଗଡ଼ଜାତ ମାଟିରେ ବୀରତ୍ୱ ରହିଛି, ଏହି ମାଟିରେ ପାଣିଦେଲେ ଅନେକ ବୀର ଜନ୍ମନେବେ ବୋଲି ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ସେହିପରି ଯୋଗଦେଇଥିବା ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ନାରାବାଜି ଦେଇଥିଲେ। ପରେ ଦଳ ପକ୍ଷରୁ ବେରବୋଇଠାରୁ ପଦଯାତ୍ରା କରି ଦାଣ୍ଡ ମୁକୁନ୍ଦପୁରଠାରେ ପହଞ୍ଚିଥିଲା। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ଦ୍ୱାରା ଲିଖିତ ଉକତ୍ଳରେ ଗାନ୍ଧିଜୀ ଓ କଂଗ୍ରେସ ପୁସ୍ତକର ଉନ୍ମୋଚନ ଅତିଥିମାନେ କରିଥିଲେ। ଅନ୍ୟ ଅତିଥି ଭାବେ ପଦ୍ମକର ଗୁରୁ, ରାଜ୍ୟ ମହିଳା ସମ୍ପାଦିକା ନିରୁପମା ପାତ୍ର, ମହିଳା କଂଗ୍ରେସ ନେତ୍ରୀ ରଶ୍ମିତା ପାତ୍ର, ପିସିସି ସଦସ୍ୟ ଶୁଭେନ୍ଦୁ ମହାନ୍ତି, ଅମିୟ ପଟ୍ଟନାୟକ, ରଜତ ଚୌଧୂରୀ, ଅଜିତ ଗିରି, ବିଶ୍ୱଭୂଷଣ ଦାସ, ଜିଲା ଉପସଭାପତି ବିରେନ୍ଦ୍ରଭୂଷଣ ହୋତା, ଡେଲାଙ୍ଗ ବ୍ଲକ ସଭାପତି ରବୀନ୍ଦ୍ର ଦାସ, ପୂର୍ବତନ ସଭାପତି ଦେବ ପ୍ରସାଦ ରାଉତ, ଯୁବନେତା ବିଶ୍ୱରଞ୍ଜନ ବଳବନ୍ତରାୟଙ୍କ ସମେତ ଶତାଧିକରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri